ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
ରାଗ—ଚିନ୍ତା ଦେଶାକ୍ଷ
ୟେଥୁଅନନ୍ତରେ ରସିକ ଜନ ।
ଚାଟବାଣୀ ଶୁଣି ଇଚ୍ଛାବତୀର ମନ ।୧।
ନ ରୁଚିଇ ଗନ୍ଧ ଯେ ଚନ୍ଦନ ବେସନ୨ ।
ଅଣଚାଶ ୩ଶବ୍ଦୁ ବାଧା ନାହିଂ ତା ଗ୍ୟାନ ।୨।
ରୋଦନ କରଇ ଧାତା ୟେହା ସେ କଲା ।
ରସଭଗ୍ନ କରି କାନ୍ତ ୟେହା ୪ ବୋଈଲା । ୩ ।
ତେଜିବି ଜୀବନ ଆଉ ଜିଈ କି କାର୍ଯ୍ୟ ।
ୟେହାଙ୍କ ଉପରେ ହତ୍ୟା ଦେବଈଂ ଆଜ । ୪ ।
ତାହା ଶୁଣି ଚାରୁ ବ୍ରହ୍ମ ଅତି ବିନୟେ ।
ମୋହର ଅପ୍ରାଧ ତୁ ନଧର ନିଶ୍ଚୟେ । ୫ ।
ତୋର ବିନା ସାହା ୫ ମୋର ଆନ କେ ୬ ଅଛି ।
ତୋହର ପୁଣ୍ୟରେ ୟେତେ ଭାଗ୍ୟ ଅର୍ଜିଛି । ୬ ।
୧ । ଅନ୍ତରେ (ପୋଥିପାଠ) । ୨ । ବେସନ – ବ୍ୟସନ ଅର୍ଥରେ ।
୩ । ଏ ପାଦର ଅର୍ଥ ସୁସ୍ପଷ୍ଟ ନୁହେଁ ଉଭୟ ପୋଥି ସମାନ ପାଠ ।
୪ | ୟେହା ସେ ବୋଈଲା (ପୋଥିପାଠ) ।
୫ । ସାଖା (ପୋଥିପାଠ) ।
୬ । କେଛି (ପୋଥିପାଠ) ।