ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୫ )

ୟେମନ୍ତେ ଦିବସ ଯାଇ ନିଶି ପରବେଶ ।
ଚାରୁବ୍ରହ୍ମ ପାଇଅଛି ମନେ ବଡ଼ ପ୍ରାସ୨୪ ହେ |୩୩।
ରାଜ୍ୟ ସମ୍ପଦକୁ ତୁଚ୍ଛ ହାଥେ ଘେନି ଦଣ୍ଡ ।
ନବରୁ° ବାହାର ହୋୟେ ମନେ ପରଚଣ୍ଡ ହେ । ୩୪ ।
କିଛି ଧନ-ଦ୍ରବ୍ୟ- ରତ୍ନ ବସନେ ପୂରାଇ ।
ସୋମଲଡ଼ୁ ଭୋଖ ଲଡ଼ୁ ଘେନି ରାତ୍ରେଣ ଗମଇ ହେ । ୩୫ ।
ସେହୁ କଟକର ରାଜା ଭୋଜ ଚକ୍ରବର୍ତ୍ତୀ୨୬
ସୁବୁଦ୍ଧି ୨୭ ପଣ୍ଡିତ ସେ ଧାର୍ମିକ ନରପତି ହେ । ୩୬ ।
ସାତଶ ବାଆନ କବି ଆସ୍ଥାନେ ୨୮ ବସନ୍ତି ।
ରାଜନ ପଣ୍ଡିତ ସେ ଉପାୟେ ଚକ୍ରବର୍ତ୍ତୀ ହେ । ୩୭ ।
ସେ ରାଜା କଟକେ ଚାରୁବ୍ରହ୍ମ ଯେ ପ୍ରବେଶ ।
ନଗ୍ର ପରିମଳ ଦେଖି ମନରେ ହରଷ ହେ । ୩୮ ।
ସୁବର୍ଣ୍ଣରେଖା ଯେ ନାମେ ନଦୀ ବିଦ୍ୟମାନ ।
ଦେଖି ଚାରୁବ୍ରହ୍ମ ତହିଁ କଲାକ ସ୍ନାହାନ ଯେ । ୩୯ ।
ନିତ୍ୟକର୍ମ ସାରି ସେ ରାଉତ୨୯ ବେଶ ଧରି ।
ଦିବାନିଶି ବୁଲଇ କଟକେ ଫେରି ଫେରି ହେ । ୪୦ ।
କରୁଣାକର ନାମେଣ ୟେକ ଦ୍ୱିଜବର ।
ରାଜା ସିଂଘଦ୍ୱାରେ ତାଙ୍କ ଚାଟଶାଳୀ ଘର ହେ । ୪୧ ।


୨୫ । ପ୍ରାସ-କଷ୍ଟ, 'ପ୍ରାସ’, ‘ପରାସ' ଆଦି ପ୍ରାଚୀନ ପ୍ରୟୋଗ ଅଦ୍ୟାପି ମୁଖରୁ ଶୁଣାଯାଏ ।

୨୬ । ଚକ୍ରବତୀ ( ପୋଥିପାଠ ) । ୨୭ । ସୁବୁଧି (ପୋଥିପାଠ) ।

୨୮ | ଆସ୍ତାନେ ( ପୋଥିପ।ଠ )

୨୯ । ରାଉତ= ଅଶ୍ୱାରୋହୀ ସୈନ୍ୟ, ପ୍ରାଚୀନକାଳରେ ରାଜାମାନେ ବିଚକ୍ଷଣ ଯୋଦ୍ଧାଙ୍କୁ 'ରାଉତ' ଉପାଧିରେ ଭୂଷିତ କରୁଥିଲେ ।