ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନୁହେଁ । ପୂତନା ମଡ଼ାଟା ଊଣେଇଶ ଯୋଜନ ମାଡ଼ି ଗୋପପୁରରେ କିମିତି ପଡ଼ିଲା । କଥା କଣ ?"

ଗଣପତି-ଜାଣ ତ ଅଜା, ପୁରାଣ ବୋଲ, କି ଉପନ୍ୟାସ ବୋଲ, କି ଗଳ୍ପ ବୋଲ, ଲୋକଶିକ୍ଷା ଲାଗି କବିମାନେ ଏହିପରି ଲେଖି ଯାଇଛନ୍ତି ! ପୁରାଣ ଅର୍ଥ କଣ ନା, ପୁରୁଣା କଥା । ଆଜିକାଲି ଯେ ଉପନ୍ୟାସ ସବୁ ବାହାରୁଛି, ତାକୁ ହଜାର ବରଷ ଉତ୍ତାରେ ଲୋକମାନେ ପଢ଼ିଲେ, କେହି କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହେଁ ।

ଅଜା-ନାହିଁ ରେ ଗଣି ! ମୋ ମନ ମାନୁନାହିଁ । ଆଚ୍ଛା ମୁଁ ପଣ୍ଡିତ ରାମ ମିଶ୍ରଙ୍କୁ ଏ କଥା ପଚାରି ତତେ କହିବି ।

                    -----------------


                   ବାଲେଶ୍ୱରୀ ରାହାଜାନୀ
     
                     (ସତ୍ୟ ଘଟନା)

ରେଳ ତ କାଲିକା କଥା,କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡକଦାଣ୍ଡ ବିସ୍ତୃତ ଅଛି,ପୂର୍ବକାଳରେ ସେଥରେ ଚିହ୍ନ ସୁଦ୍ଧା ବିଦ୍ୟମାନ ନ ଥିଲା ।