ପୃଷ୍ଠା:Gita Gobinda 1921.pdf/୩୧

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହୃଦି ବିଷଲତାଦ୍ୱାରୋ ନାୟଂ ଭୁଜଙ୍ଗମନାୟକଃ ।
କୁବଳୟଦଳଶ୍ରେଣୀ କଣ୍ଠେ ନ ସା ଗରଳଦ୍ୟୁତିଃ ।
ମଳୟଜରଜୋ ନେଦଂ ଭସ୍ମ ପ୍ରିୟାରହିତେ ମୟି ।
ପ୍ରହର ନ ହରଭ୍ରାନ୍ତ୍ୟାନଙ୍ଗ । କ୍ରୂଧା କିମୁ ଧାବସି ।୧୧।
ପାଣୌ ମା କୁରୁ ଚୂତଶାୟକମୁମୁଂ ମା ଚାପମାରୋପୟ ।
କ୍ରୀଡ଼ାନିର୍ଜିତବିଶ୍ୱମୁର୍ଚ୍ଛିତ ଜନାଘାତେନ କିଂ ପୌରୁଷଂ ।
ତସ୍ୟା ଏବ ମୃଗୀଦୃଶୋ ମନସିଜପ୍ରେଙ୍ଖତ୍କଟାକ୍ଷାଶୁଗ-
ଶ୍ରେଣୀଜର୍ଜରିତଂ ମନାଗପି ମନୋ ନାଦ୍ୟାପି ସନ୍ଧୁକ୍ଷ୍ୟତେ ।
ଭ୍ରୁଚାପେ ନିହିତଃ କଟାକ୍ଷବିଶିଖୋ ନିର୍ମ୍ମାତୁ ମର୍ମ୍ମ ବ୍ୟଥାଂ ।
ଶ୍ୟାମାତ୍ମା କୁଟିଳଃ କରୋତୁ କବରୀଭାରୋପି ମାରୋଦ୍ୟମଂ ।
ସଦ୍‌ବୃତ୍ତସ୍ତନମଣ୍ତଳସ୍ତବ କଥଂ ପ୍ରାଣୈର୍ମମ କ୍ରୀଡ଼ତି ।୧୩।


ସାଦର ତେସନ ପ୍ରାୟେକ କି କେ ସୁଦୟା ନୁହେ । ଭୁଜେ ଭିଡ଼ି ହୃଦୟଗତେ । ଗାଢ଼େ ଆଲିଙ୍ଗନ କିକେ ନ କଲୁ ମୋତେ ।୯। କ୍ଷମାକର ମୋରେ ସ‌ଖି ବିକଚକମଳମୁଖି କଦାଚିତ୍ତେ ଦୋଷ ଆଉ କରିବି ନାହିଁ । ଦେଖାଦେଉ କିନା ମୋତେ ପ୍ରସନ୍ନ ହୋଇଣ ଚିତ୍ତେ ନିର୍ଦ୍ଦୟ ମଦନ ଦ‌ହୁଅଛଇ ଦେହୀ । ବାରେ ସଖି କରୁଣା କର । ବ୍ରଜ‌ହୁଁ କଠିନ ଏହୁ ଅନଙ୍ଗଶର ।୧୦। ହରିର ରହସ୍ୟ ବାଣୀ ଜୟଦେବ ଯାହା ଭଣି କେନ୍ଦୁବିଲ୍ୱ ନାମ ଗ୍ରାମ ସମୁଦ୍ରବ୍ରତ । ତ‌ଥି ଉତପତ୍ତି ଚନ୍ଦ୍ର କବିରାଜ ପୂର୍ଣ୍ବପଦ ସକଳ ସଂସାରସାର ସଙ୍ଗୀତରତ । ପଦ୍ମାବତୀ ପରାଣକାନ୍ତ । ରୋହିଣୀର ନାଥ ଏ ନିର୍ମଳ ଉଦିତ ।୧୧। ବୋଲନ୍ତି ଶୁଣସି ମାର ତୋହର ରିପୁ ସେ ହର କିକେ ଧାଇଁଅଛୁ ମୋତେ ସରୋଷ ହୋଇ । ଆଭରଣମାନ ଚାହି ଭ୍ରାନ୍ତି ଅବା କରୁ ତୁହି କ‌ହଇ ଅଗ୍ରତେ ତୋର ରତିର ସାଇଁ । ଦଣ୍ତେ ରହି ଶୁଣ ଉତ୍ତର । ଦୁଃଖିଜନ ଦେଖି ଦୟା କରନ୍ତି ଧୀର ।୧୨। ହୃଦରେ ଧରିଛି ମୋର ନଳିନ ମୃଣାଳହାର ନୁହଇ ଭୁଜଙ୍ଗରାଜ ଅନନ୍ତ