ପୃଷ୍ଠା:Gita Gobinda 1921.pdf/୫୨

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୭ମ ସର୍ଗଃ]
୪୯ ।
ଗୀତଗୋବିନ୍ଦ ।

ହରିପରିରମ୍ଭବଳିତବିକାରା ।
କୁଚକଳଶୋପରି ତରଳିତ‌ହାରା ।୧୪।
ବିଚଳଦଳକଲଳିତାନନରନ୍ଦ୍ରା ।
ତଦ‌ଧରପାନରଭସକୃତ‌ତନ୍ଦ୍ରା ।୧୫।
ଚଞ୍ଚଳକୁଣ୍ତଳ‌ଲଳିତକପୋଳା ।
ମୁଖରିତରସଞ୍ଜଘଙ୍ଗତିଲୋଳ ।୧୬।
ଦୟିତବିଲୋକିତଲଜ୍ଜିତ‌ହସିତା ।
ବ‌ହୁବିଧକୂଜିତରତିରସରସିତା ।୧୭।
ବିପୁଳପୁଲକପୃଥୁବେପଥୁଭଙ୍ଗା ।
ଶ୍ୱସିତନିମୀଳିତବିକସଦନଙ୍ଗା । ୧୮।
ଶ୍ରମଜଳକଣଭରସୁଭଗଶରୀରା ।
ପରିପତିତୋରସି ରତିରଣଧୀରା ।୧୯।


ଚଞ୍ଚଳେ ଗୋ । ସଜନି । ୨୪। ରତିରସରେ ରସିଲା ବାଳା । ନାନାପ୍ରକାରେ ଚାଟୁ କ‌ହିଲା । ଚାହିଁଲା ଯ‌ହୁଁ ସେ କୃଷ୍ଣବଦନ‌କୁ ଦ୍ରହସିତେ ସଲଜ୍ଜ ହୋଇଲା ସେ କାମିନୀ ।୨୫। ଅତିଜଘନ ବିପୁଳ ତାର । କମ୍ପମାନ ହୋଇଲା ଶରୀର । ନିସ୍ୱାସ ମରୁତ ଛାଡ଼ଇ ତୁରିତ କି ଏପ୍ରକାର କରୁଛି ମାର ଗୋ । ସଜନି ।୨୬। ଶ୍ରମଜଳ ଟୋପାମାନ ତାର । ଏଣେ ଶୋଭିତ ଯେ ବ‌ନଭାର । ପଡ଼େ ସ୍ୱେଦନୀର କୃଷ୍ଣହୃଦୟର ରତିରଣକୁ ଅତି ନିର୍ଭର ସେ । ତରୁଣୀ ।୨୭। ରାଧାକୃଷ୍ଣରତିରସସାର । ଜୟଦେବ କ‌ହିଲା ଗୀତର । କଳିଯୁଗଚିନ୍ତା ଅଘମହାଘୋର ନାଶ କରେ ଶ୍ରୋତା ବକତାର ହେ । ସୁଜନେ ।୨୮। ଦେଖ ସଖୀ ଏହୁ ଶଶଧର । ଦ୍ୟୁତି କୃଷ୍ଣବଦନ ଆକାର । ବିରହେ ଯେହ୍ନେ ପାଣ୍ତୁରବର୍ଣ୍ଣ ଦିଶେ ଚନ୍ଦ୍ର ଦିଶଇ ସେହି ପ୍ରକାର ଗୋ । ସଜନି ।୨୯। ମୋର ଚେତନା ହରୁଛି ସଖୀ । ମୁହିଁ ନପାରଇ ବିଧୁ ଦେଖି । ମଦନ ସଖା ଏ ନିର୍ଦ୍ଦୟ ଅଟଇ ହୃଦ ପିଡ଼ିତ ହେଉଛି ଦେଖି ଗୋ । ସଜନି । ୩୦। ଶୁଣ ସୁଜନେ ହୋଇବ ତୋଷ ।