ପୃଷ୍ଠା:Gita Gobinda 1921.pdf/୫୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୦
[୭ମ ସର୍ଗଃ ।
ଜୟଦେବ

ଶ୍ରୀଜୟଦେବଭଣିତ‌ହରିରମିତଂ ।
କଳିକଳୁଷଂ ଜନୟତୁ ପରିଶମିତଂ ।୨୦।
ବିରହପାଣ୍ତୁ ମୁରାରିମୁଖାମ୍ବୁଜ
ଦ୍ୟୁତିରୟଂ ତିରୟନ୍ନପି ବେଦନାଂ ।
ବିଧୁରତୀବ ତନୋତି ମନୋଭୁବଃ ।
ସୁ ହୃଦୟେ ହୃଦୟେ ମଦନବ୍ୟଥାଂ ।୨୧।
ଗୁଜ୍ଜରୀରାଗୈକତାଳୀତାଳାଭ୍ୟାଂ ଗୀୟତେ
ସମୁଦିତମଦନେ ରମଣୀବଦନେ ଚୁମ୍ବନବଳିତାଧରେ ।
ମୃଗମଦତିଳକଂ ଲିଖତି ସପୁଲକଂ ମୃଗମିବ ରଜନୀକରେ ।
ରମତେ ଯମୁନାପୁଳିନବନେ ବିଜୟୀ, ମୁରାରିରଧୁନା ।୨୨। ଧ୍ରୁବଂ


ହରିଚରିତ ଏ ସୁଧାରସ । ବିରହଜ୍ୱରେ ଶରଦଚନ୍ଦ୍ରମୁଖୀ କ‌ହେ ସଖୀକି ବସାଇ ପାଶ ହେ ସୁଜନେ ।୩୧। କୃଷ୍ଣ କୁତୂହଳ ରସଗୀତ । ଏହୁ ନବମ ଛାନ୍ଦ ଉଚିତ । ରାଧାପତିପାଦ ନବପୁଣ୍ତରୀକ ଭାବେ ଧରଣୀଧର ସୁଚିତ୍ତ ହେ । ସୁଜନେ ।୩୨।

ଦଶମ ଛାନ୍ଦ । ରାଗ- କାଳୀ ।

ଏଥୁ ଅନନ୍ତରେ ଶୁଣ ହେ ନରେ ଅମୀୟରସ ବାଣୀ । ରାଧା ବିରହେ ସଖୀ ଅଗ୍ରତେ କ‌ହଇ ପୁଣ ପୁଣି ।୧। ଯମୁନା ତୀରେ କୁଞ୍ଜକୁଟୀରେ ବିଜୟ କରି ହରି । ରମଣ କଲା ଯେବଣ ବାଳା ଅତି ସରାଗ କରି ।୨। ସୁରତିଶେଷେ ମଦନରସେ ରମଣୀ ବଦନର । ଚୁମ୍ବନ ଦେବ ବୋଲି ମାଧବ ବଳିଅଛି ଅଧର ।୩। ଅଳକା ସଜ କରି ତିଳକ କସ୍ତୁରି ନିରିମାଣି । କିଏ ସମ୍ପୂର୍ଣ୍ଣ ଚନ୍ଦ୍ରୁପରେ କଳଙ୍କ ପ୍ରାୟ ମଣି ।୪। ଅଶିତଘନପଟଳ ଚାରୁ ଚିକୁର ଶୋଭା ତାର । ରଚିତ ଶୁଭ ସୁସଞ୍ଚ କରି ରାମା କବରୀଭାର ।୫। କୁରୁଣଜ୍ଞଟ ସୁମନସରେ ଗଭା ମଣ୍ତିଛି ପନ୍ତି ପନ୍ତି । ଯେସନେ ଶ୍ୟାମ ଜଳଧରରେ ତଡ଼ିତଲତା