ପୃଷ୍ଠା:Gita Gobinda 1921.pdf/୫୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୫୬
[୮ମ ସର୍ଗଃ
ଜୟଦେବ

ଅଷ୍ଟମଃ ସର୍ଗଃ ।
ଅଥ କଥମ‌ପି ଯାମିନୀଂ ବିନୀୟ
ସ୍ମରଣରଜର୍ଜ୍ଜରିତାପିସା ପ୍ରଭାତେ ।
ଅନୁନୟବଚନଂ ବଦନ୍ତମଗ୍ରେ
ପ୍ରଣତମ‌ପି ପ୍ରିୟମାହ ସାଭ୍ୟପୂୟଂ ।୨।
ଭୈରବିଭାଗପତିତାଳାଭ୍ୟାଂ ଗୀୟତେ ।
ଅସ୍ୟ ଲକ୍ଷଣଂ।

ସରୋବରସ୍ଥେ ସ୍ଫଟିକସ୍ୟ ମଣ୍ତପେ ସଭାରୁହୈଃ ଶଙ୍କରମର୍ଚ୍ଚୟନ୍ତୀ । ତାଳପ୍ରୟୋଗେ ପ୍ରତିବବନ୍ଧଗୀତା ଗୌରୀତନୁର୍ନାରଦ ଭୈରବୀୟଂ ।। ରଜନିଜନିତଗୁରୁଜାଗର ରାଗକଷାୟିତମଳସନିମେଷଂ । ବ‌ହତି ନୟନମନୁରାଗମିବ ସ୍ଫୁଟମୁଦିତରସାଭିନିବେଶଂ । ହରିହରି ଯାହି ମାଧବ ଯାହି କେଶବ ମା-ବଦ କୈତବବାଦଂ ।


ଏକାଦଶ ଛାନ୍ଦ । ରାଗ - ବଙ୍ଗଳାଶ୍ରୀ । ଏଥୁଅନନ୍ତରେ ଶୁଣ ସାଧୁଜନେ ତାପ ପାଇ ମନେ ରାଧା । ଉଜାଗର ହୋଇ ପୁହାଇ ରଜନୀ କରିଛି ମଦନବାଧା ।୧। ଅରୁଣ ଉଦୟ ପ୍ରଭୁ ଦେବରାୟ କାମଶରେ ଖିନ୍ନ କାୟ । ରାଧା ଅଗ୍ରତେ ମିଳି କ‌ହେ ଅନନ୍ତ ନମ୍ରତା ଅତି ବିନୟ ।୨। ଗୋବିନ୍ଦଙ୍କୁ ଦେଖି ପୂର୍ଣ୍ଣଶଶିମୁଖୀ କୋପରେ ପୂରିତ ଦେହ । ନିରାଶବାଣୀ କ‌ହଇ ପୁଣ ପୁଣି ମୋର ସନ୍ନିଧରୁ ଯାଅ ।୩। ତୋର ଧୂର୍ତ୍ତପଣ ଯେତେକ ବଚନ ନ କ‌ହ ପଦ୍ମଲୋଚନ । ଯେ ତୋ କାମଖେଦ ହରିଲା ବିଷାଦ ତା ପାଶେ କର ଗମନ ।୪। ନିଦ୍ରା ଦୂର କରି ଯେବଣ ଚତୁରୀ ତୁଲେ ବଞ୍ଚିଲ ରଜନୀ । ତାର ପୀରତିରେ ଯେତେ ତୋର ମତି କ‌ହୁଛି ନୟନ ବେନି ।୫। ଅମଳକମଳଦଳ ଭୃଙ୍ଗ ରୋଳ ଅଳସେ କଷା ସଙ୍କାଶ । ସଙ୍କୋଚନୟନ ନିଦ୍ରା ସ୍ଫୁରେ ଘନ ବଦନ ଅତି ବିରସ ।୬। କେଳିରସକାଳେ ତାକୁ ସ୍ନେହଭୋଳେ ଲୋଚନେ ଦେଲୁ ଚୁମ୍ବନ । ଏ ତୋର ସୁରଙ୍ଗଅଧର ବିରଙ୍ଗ କଜ୍ଜ୍ୱଳେ ଅତି ମଳିନ । ୭। ଅରୁଣର