ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାଡ଼ ବଗିଚା ଶୀତଳ ଶବ୍ଦ କୋଷ ଛାତ ଉପରେ ଦୁଇଟି ଆର୍ମ ଚୌକି । ତା ଦେହରେ ଦୁଇଟି ହାଡ଼ ବଗିଚା । ଦିନରାତି ଖରାରେ ଶୀତରେ ଅହରହ ଦୁଇ ହାଡ଼ ବଗିଚା ନିଜ ନିଜର ଧୋତି ପଂଜାବୀ ସଜାଡ଼ି ନିଜ ନିଜର ମାପଚୁପ ପାଦ ଚୁରୁଟ, ଆଙ୍କୁଶ, ନିଜ ନିଜର ଛାତି, ଶ୍ୱାସ ପ୍ରଶ୍ୱାସ, ମୁହଁର କୁଞ୍ଚ ହାତ ଗୋଡ଼ର ଲୋଚାକୋଚା ଢେଉ, ସଜାଡ଼ି, ଅସ୍ଥି ଚର୍ମ ମେଦ ମାଂସ ସଜାଡ଼ି ବସୁଥାନ୍ତି, ନିଜ ନିଜର ଆଁ, ହାଇ, ପଲକ, ଦୁର୍ଗନ୍ଧ, ତାଳିମାଡ଼ ସୁଁ ସୁଁ ହୁଆସ୍ ହୁଆସ୍, ଏ....ହେ...ଏ...ହେ ଧାତ୍ ଧାତ୍ ହୁଟ୍ ହୁଟ୍ ସଜାଡ଼ି ବସୁଥାନ୍ତି, ସକାଳେ ସଞ୍ଜେ ଶୀତରେ ଖରାରେ ଅହରହ ବୟସରୁ ବିତାଡ଼ିତ, ଚାକିରିରୁ ନିର୍ବାସିତ ଜୀବନରୁ ବୀତସ୍ପୃହ ସଂସାର ନ ଛୋଡ଼ ବନ୍ଧା ଦୁଇ ହାଡ଼ ବଗିଚା, କଥା କହୁଥାନ୍ତି, ଗପ କହୁଥାନ୍ତି ନିଜଗପ, ପରୀଗପ, ପିଲାଙ୍କ ଗପ, କବିଲାଙ୍କ ଗପ, ମାଟି ଗପ, ପବନ ଗପ, ଖରା ଗପ, ଜଣେ କହୁଥାଏ ନିରବରେ ନିଶବ୍ଦରେ ଅନ୍ୟ ଜଣେ ଶୁଣୁଥାଏ ନିରବରେ ନିଶବ୍ଦରେ ଆବହମାନ ନିରବତାକୁ ସଜାଡ଼ି ସଜାଡ଼ି ଚୁପ୍ ଚାପ୍ ହସୁଥାଆନ୍ତି, ଚୁପ୍ ଚାପ୍ ଚୁପ୍ ହେଉଥାଆନ୍ତି, ଆକାଶକୁ ଚାହୁଁ ଥାଆନ୍ତି, ସେ ଯାଏଁ ଦୃଷ୍ଟି ଯାଉ ନ ଥାଏ, ଭୂମିକୁ ଚାହୁଁ ଥାଆନ୍ତି, ଘାସ ପଡ଼ିଆ ବାରି ହେଉ ନ ଥାଏ, ଶୂନ୍ୟକୁ ଚାହୁଁ ଥାଆନ୍ତି ଅନ୍ଧାର ଘୋଟି ଆସୁଥାଏ, ନିଜକୁ ଚାହୁଁଥାଆନ୍ତି ଖାଁ ଖାଁ ଭାବଟିଏ ତଡ଼ି ଆଣୁଥାଏ ସମ୍ଭାବନାର ଆକାଶରେ ଆଲୋକଟିଏ ମିଞ୍ଜି ମିଞ୍ଜି ଜଳୁଥାଏ । ଛାତରେ ଆର୍ମ ଚୌକି, ତା ଦେହରେ ଦୁଇଟି ହାଡ଼ ବଗିଚା ଫଳିଥାଏ । ଲୋମହୀନ ସମ୍ବାଳୁଆ ପରି ମୁଣ୍ଡରେ ବାଳଥାଏ କ୍ୱଚିତ୍, ଖପୁରି ଅସଜଡ଼ା ହେଲେ ଦେଖାଯାଏ କର୍ଫ୍ୟୁର ସହର, ପଞ୍ଜରା ଅସଜଡ଼ା ହେଲେ ଦେଖାଯାଏ ବିକଟାଳ ଦାନ୍ତ, ଶ୍ୱାନ, ଶୃଗାଳ, ହୁତ ହୁତ ଯୁଇ ଓ ଅଙ୍ଗାର ଲୋଚାକୋଚା ଶିଥିଳ ଚର୍ମର ଢେଉ ଅସଜଡ଼ା ହେଲେ ଦେଖାଯାଏ ପୋକ ଯୋକ ଲଗା ମଢ଼ ପୂଜରକ୍ତ ଲଗା ବ୍ୟାଧିଅତୀତ ଛାଇ, ନାଳ ନର୍ଦମା, ମାଛି, ମାଛି, ଖାଲି ମାଛି, ସବୁ ଦ୍ୱାର ଝରକା ବନ୍ଦ କଲେ ହାଡ଼ ବଗିଚାର ଛାତି ଭିତରେ ଥାଏ ଖାଁ ଖାଁ ଶୁନ୍ଶାନ, ତଡ଼ି ଆଣୁଥିବା ଏକ ବୈକାଳିକ ନିର୍ଜନତା, ଉଇ ପିମ୍ପୁଡ଼ିର ବୋଝରେ ଖିନ୍ଭିନ୍ ଆର୍ମ ଚୌକିରେ ପ୍ରତ୍ୟହ ଢେରବେଳୁ ସୂର୍ୟ୍ୟାସ୍ତକୁ ଚାହିଁବାର ଏକ ଭୟଙ୍କର