ପୃଷ୍ଠା:Jati, Jagruti o Pragati.pdf/10

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୧୧

ନୋଟିସ୍ ଦିଆଯାଇଛି; ଯାହାକି ସଂପୂର୍ଣ୍ଣ ବେଆଇନ ତଥା ସମ୍ବିଧାନ ବର୍ହିଭୂତ କାର୍ଯ୍ୟ । ସର୍ବୋପରି ଏକ ରାଜ୍ୟର ସାର୍ବଭୌମତା ଉପରେ ସିଧାସଳଖ ଆକ୍ରମଣ କହିଲେ ଅତ୍ୟୂକ୍ତି ହେବନାହିଁ । ଏହି ଗ୍ର।ମାଞ୍ଚଳର ଅଧିବ।ସୀ ଶ୍ରେଣୀର ତଥା ସେମାନଙ୍କଠାରେ ସଚେତନତାର ଅଭାବକୁ ଏକ ସୁଯୋଗ ଭାବରେ ଆନ୍ଧ୍ର ସରକାର ଗ୍ରହଣ କରିନେଉଥିବା ବେଳେ, ଶିଳ୍ପ ଓ ପ୍ରଗତିର ସ୍ୱପ୍ନ ଦେଖାଉଥିବା ଓଡ଼ିଶା ସରକାର ଏହା ଉପରେ କିଭଳି ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ପ୍ରତ୍ୟେକ ଓଡ଼ିଆ ପୁଙ୍ଖ।ନପୁଙ୍ଖ ଭାବେ ଜାଣିବ।ର ଆବଶ୍ୟକତା ରହିଛି । ଅଥଚ ଏଭଳି ଏକ ସମ୍ବେଦନଶୀଳ କଥା ସାଧାରଣରେ ଚର୍ଚ୍ଚା ହିଁ ହେଉନାହିଁ ।

ଓଡ଼ିଶା ଶାସନର କେନ୍ଦ୍ରବିନ୍ଦୁ ପାଲଟିଥିବା ଉପକୂଳ ଓଡ଼ିଶା ସବୁକ୍ଷେତ୍ରରେ ଆଗୁଆ ଥିବାବେଳେ ଖଣିଜ ସଂପଦରେ ପଛୁଆ ଅଛି । ଖଣିଜ ସଂପଦରେ ସମୃଦ୍ଧ ସୀମାନ୍ତ ଜିଲ୍ଲାର ଆମଦାନୀ ଉପରେ ଏହି ଜିଲ୍ଲାରେ ଚୁଲି ଜଳେ, ଜ୍ଞାନର ଦୀପ ମହକେ । ତେଣୁ ସାମାଜିକ ଦାୟିତ୍ୱ ନ ହେଉ ପଛେ ନିଜ ଚୁଲି ଜାଳିବାପାଇଁ ଅନ୍ତତଃ ପାଟି ଫିଟାଇ ଆନ୍ଧ୍ରର ଦାଦାଗିରିକୁ ବନ୍ଦ କରିବାକୁ ଆଗେଇ ଆସନ୍ତୁ । ସ୍ୱାର୍ଥପରତାର ଦଉଡ଼ିରେ ବାନ୍ଧି ହୋଇଥିବା ଏହି ମାଟିର ଶିକ୍ଷିତବର୍ଗ ଅନ୍ତତଃ ଆତ୍ମସ୍ୱାଭିମାନୀ ହୋଇଉଠନ୍ତୁ । ନଚେତ୍ ଆନ୍ଧ୍ର କାର୍ଯ୍ୟକଳାପରୁ ପ୍ରେରଣା ପାଇ ଝାଡ଼ଖଣ୍ଡର ଆହ୍ୱାନ ଯୋଗୁଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲା, ବଙ୍ଗଳାର ଚକ୍ରାନ୍ତ ଯୋଗୁଁ ବାଲେଶ୍ୱର ଜିଲ୍ଲା, ଛତିଶଗଡ଼ର ବ୍ୟବସାୟିକ ସୁବିଧା ଯୋଗୁଁ ନୂଆପଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଭଳି ଖଣିଜ ସଂପଦଶାଳୀ ଜିଲ୍ଲାଗୁଡ଼ିକ ଓଡ଼ିଶା ଛାଡ଼ି ଚାଲିଗଲାପରେ ଉପକୂଳସ୍ଥ କଳିଙ୍ଗନଗରର କାରଖାନା, ପାରଦ୍ୱୀପ, ଧାମରା, ଗୋପାଳପୁର ବନ୍ଦର ଓ ଏଠାରେ ଗଢ଼ି ଉଠିଥିବା ଛୋଟବଡ଼ କାରଖାନାଗୁଡ଼ିକୁ ନେଇ ଗର୍ବ କରୁଥିବା ଓଡ଼ିଶାର ସ୍ଥିତି କିପରି ହେବ, ସେ ବିଷୟରେ ଆମ ଆଗଧାଡ଼ିର ଚିନ୍ତାଶୀଳ ନାଗରିକଗଣ ଚିନ୍ତା କରିବା ସମୟ ଉପସ୍ଥିତ ହୋଇଛି ।

ଆମ ଭାଷା ଆମଠାରୁ ଯାଇସାରିଲ।ଣି । ଆମସଂସ୍କୃତି ପରମ୍ପରା ମଧ୍ୟ ଯାଇସାରିଲାଣି ଆମ ଅପାରଗତା ଯୋଗୁଁ ଖାଲି ବଞ୍ଚି ରହିଛି ଭୂମିଖଣ୍ଡିକ । ତାକୁ କ’ଣ ହରାଇବୋ ଆମ ସଂକୀର୍ଣ୍ଣ ଚିନ୍ତାଧାରା ଯୋଗୁଁ? ହେ ଓଡ଼ିଆ ଜାତି ! ଯଦି ଶୋଇବାକୁ ଏତେ ଆଗ୍ରହ ତେବେ ଗାଢ଼ନିଦରେ ଶୋଇଯାଅ, ଅନ୍ତତଃ ଶୋଇବାର ମଜା ଟିକକ ନିଅ । ଅଥଚ ଜୁଳୁଜୁଳୁ କରି ଚାହିଁ ରହି ଆର ଓଡ଼ିଆ ଜଣକ କ’ଣ କରୁଛି, ସେ ବିଷୟରେ ଲୁଚିଛପି ଜାଣିବାର ଆଗ୍ରହ ଭିତରେ ନିଜର ଶାନ୍ତିନିଦ୍ରା ବ୍ୟାହତ କଲାପରି, ଅନ୍ୟ ଓଡ଼ିଆଏ ଆନ୍ଧ୍ରର ଏ ଦାଦାଗିରିରେ କି