ପୃଷ୍ଠା:Jati, Jagruti o Pragati.pdf/11

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୨ / ଜାତି, ଜାଗୃତି ଓ ପ୍ରଗତି

କାର୍ଯ୍ୟ କରୁଛି, ତାହାକୁ ଚାହିଁ ରହି ବସିବାଦ୍ୱାରା କେବଳ ଓଡ଼ିଶାର କ୍ଷତି ହେଉନାହିଁ ବରଂ ଗୋଟିଏ ଜାତି ଲୋପ ହେବାର ପ୍ରକ୍ରିୟାର ଆରମ୍ଭ ହେବାକୁ ସୂଚାଉଛି । ଆମ ପୂର୍ବପୁରୁଷଙ୍କ ଶୌର୍ଯ୍ୟଦ୍ୱାରା ସ୍ଥାପିତ ଆଗଙ୍ଗା ଗୋଦାବରୀ ଭୂଖଣ୍ଡରୁ ଆମ ନେତୃବୃନ୍ଦଙ୍କ ଖାମଖିଆଲି ନୀତି ଯୋଗୁଁ ଆନ୍ଧ୍ରକୁ ଅଧା ଅଞ୍ଚଳ ଦେଇସାରିବା ପରେ ବି, ବର୍ତ୍ତମାନର ଖଣିଜସଂପଦପୂର୍ଣ୍ଣ ଅଞ୍ଚଳକୁ ନୀରବ ଭାବରେ ଟେକିଦେବାଦ୍ୱାରା ଆମେ କି ପ୍ରକାରର ଶାନ୍ତି ପାଇପାରିବା ? ଶାନ୍ତି ଯଦି ଆମର କାମ୍ୟ, ସ୍ୱାଭିମାନ ଆମର ଭୂଷଣ ହେବା ଆବଶ୍ୟକ । ନଚେତ୍ ଆଳସ୍ୟ ଯଦି ଆମ ଜୀବନ, ବିଳାସ ଯଦି ଏକମାତ୍ର ଲକ୍ଷ୍ୟ, ଭୀରୁତା ଯଦି ଆମର ଅଳଙ୍କାର, ତେବେ ବରଂ ଭଲ ହେବ ସବୁଦିନ ପାଇଁ ଏ ପବିତ୍ର ମାଟିକୁ ଛାଡ଼ି ଚାଲିଯିବା । ଅନ୍ତତଃ ଆମ ଭବିଷ୍ୟତ ପିଢ଼ି ତ ଆମ ଚେଇଁ ଶୋଇବାଗୁଣଠାରୁ ଦୂରେଇ ରହି ସମୃଦ୍ଧ ଓଡ଼ିଶା ଗଠନପାଇଁ ନିଜକୁ ଉତ୍ସର୍ଗ କରିପାରିବେ ।