ପୃଷ୍ଠା:Jati, Jagruti o Pragati.pdf/24

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୨୫

ପିଚୁ ରାସ୍ତା ତିଆରି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଭୁକ୍ତ ପକ୍କା ସଡ଼କ ତଥା ତେଲୁଗୁ ବିଦ୍ୟାଳୟ ନିର୍ମାଣ କରି କଥିତ ବଙ୍କା ଓଡ଼ିଆ ପରିବର୍ତ୍ତେ ସିଧା ତେଲୁଗୁ ଭାଷା ଶିକ୍ଷା ଦେବାର କୌଶଳ ଗ୍ରହଣ କରିନେଇଛି ।

ସର୍ବୋଚ୍ଚ ନ୍ୟାୟାଳୟର ସ୍ଥିତାବସ୍ଥା ରାୟ ଫଳରେ ଆନ୍ଧ୍ର ଖୁସି ହୋଇ ତା’ର ଗତି ଆହୁରି ଜୋରରେ ବୃଦ୍ଧି କରି ସାରିଲାଣି । ତେଣୁ କିଛିିଦିନ ପରେ ଜୟପୁର ତଥା ପାରଳା ମହାରାଜାଙ୍କ ସ୍ୱପ୍ନକୁ ଧ୍ୱଂସ କରି, ତେଲୁଗୁ ଭାଷାର ସ୍ଥାପନଦ୍ୱାରା ଏହି ଅଞ୍ଚଳକୁ ତେଲୁଗୁ ରାଜ୍ୟର ବୋଲି ଦାବୀ କରିବାକୁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ଯେ ଆନ୍ଧ୍ର ନ ହେବ, ତାହା କିଏ କହିବ? ଆଜି ସିନା କୁଟିଆବାସୀ ନିଜକୁ ଓଡ଼ିଆ ବୋଲି କହି ଗର୍ବ କରୁଛନ୍ତି । କାଲି ଯେତେବେଳେ ଆନ୍ଧ୍ରଠାରୁ ସମସ୍ତ ସୁବିଧା ସୁଯୋଗ ପାଇବା ସହ କୁଟିଆବାସୀ ପ୍ରାଞ୍ଜଳ ତେଲୁଗୁ ଭାଷାରେ କଥା ହେବେ, ସେତେବେଳେ ସେମାନଙ୍କର ଆତ୍ମା ମଧ୍ୟ ତେଲୁଗୁ ହୋଇଯିବ । ଫଳରେ କୁଟିଆ ପରି ଆହୁରି ଅନେକ ସୀମାନ୍ତ ଅଞ୍ଚଳ ଆନ୍ଧ୍ର ଗର୍ଭକୁ ଚାଲିଯିବ । ଏସବୁ ଘଟି ସାରିବା ପରେ ଆମ ଭୁବନେଶ୍ୱର ବାବୁଗଣ ସିନା ମିଛରେ ଆଖିରୁ ଲୁହ ଗଡ଼ାଇ ଅନ୍ୟ ଉପରେ ଦୋଷ ଲଦି ନିଜର ଅପାରଗତାକୁ ଘୋଡାଇବାର ଚେଷ୍ଟା କରିବେ, ମାତ୍ର ଆମ ସ୍ୱାଭିମାନୀ ଓଡ଼ିଆ ଏଭଳି ସ୍ଥିତିକୁ କିଭଳି ସାମ୍ନା କରିବେ ? ଆନ୍ଧ୍ର ଏ କୁକର୍ମରେ ସଫଳ ହେବାପରେ ଛଞ୍ଚାଣ ବଙ୍ଗାଳୀ ପୁଣି ଓଡ଼ିଶାକୁ ଉତ୍ତର ପଟୁ ଝୁଣିଝୁଣି ଖାଇବା ଆରମ୍ଭ କରିଦେବେ । ସେତେବେଳେ ଏହାକୁ ବିରୋଧ କରିବାର ଶକ୍ତି ଆମ ନିକଟରେ ଥିବ ତ ?

ତେଣୁ ଏପରି ଏକ ଅଭାବନୀୟ ସ୍ଥିତି ବେଳେ ଆମେ ଯଦି ପ୍ରଶାସନ ତଥା ସରକାରଙ୍କୁ ଦାୟୀ କରି ନୀରବ ରହିଯିବା, ତେବେ “ଅଳସୁଆଙ୍କ କୋଳି ଖାଇବା” ପରି ଘଟଣା ନିଶ୍ଚିତ ଘଟିବ । ଆମେ ଭୁଲି ଯାଉଛେ ଯେ, ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ସରକାର ହେଉଛି ଆମର ପ୍ରତିନିଧି, ଯେଉଁମାନେ ନିର୍ବାଚନ କାଳରେ ଭିକ୍ଷା ମାଗିବାକୁ ଆସିଥାନ୍ତି ଆମର ଭଙ୍ଗା କୁଟୀରକୁ; ସେମାନଙ୍କୁ ଆମେ ଆମର ପ୍ରତିନିଧି ଭାବରେ ବାଛିଛୁ ଆମର ଭାଷା, ଜାତି, ଐତିହ୍ୟ, ସଂସ୍କୃତି ତଥା ସାମାଜିକ ଜୀବନକୁ ସୁରକ୍ଷିତ ରଖିବାପାଇଁ । ଶାସନ ସମ୍ଭୋଗର ଲାଳସାରେ ଯେ ସେମାନେ ନିଜ କର୍ତ୍ତର୍ବ୍ୟରୁ ଓହରି ଯାଉଛନ୍ତି, ତେବେ ସେମାନଙ୍କୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା ନ କରି ବରଂ ବର୍ତ୍ତମାନ ହିଁ ସତର୍କ କରାଇବା ଉଚିତ ହେବ । ଏହି ସତର୍କର ମାଧ୍ୟମ ହେଉଛି ଗଣଆନ୍ଦୋଳନ । ଏଥିପାଇଁ ସାମଗ୍ରିକ ଭାବରେ ସମସ୍ତ ଓଡ଼ିଆ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବା ଉଚିତ ।

ଏଠାରେ ଗୋଟିଏ କଥା କହିବାକୁ ଚାହେଁ, ଯେ କୌଣସି ରାଜ୍ୟ ହେଉ ବା ରାଷ୍ଟ୍ର - ଏହାର ବିକାଶର ମୂଳଭିତ୍ତି ହେଉଛି କୃଷି । ତା’ପରେ ଆସେ ଶିଳ୍ପ । ଓଡ଼ିଶାଠାରୁ