ପୃଷ୍ଠା:Jati, Jagruti o Pragati.pdf/26

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୨୭

କଦଳୀ, ନଡ଼ିଆ, ଆମ୍ବ, ଲେମ୍ବୁ ନ କିଣି ନିଜ ବାଡ଼ିରେ ଏହାକୁ ଅମଳ କରିବା, ତେବେ ଏବେ ଦେଖାଦେଇଥିବା ଆନ୍ଧ୍ର ଚାଷୀଙ୍କ ମୃତ୍ୟୁ ସଂଖ୍ୟା ୧୮୩୮ରୁ ନିଶ୍ଚିତ ବୃଦ୍ଧି ପାଇବ । ସେତେବେଳେ ହୁଏତ ଆନ୍ଧ୍ରବାସୀ ବୁଝିପାରିବେ ଶାନ୍ତ ସରଳ ଓଡ଼ିଶାବାସୀଙ୍କ ପ୍ରକୃତ ସ୍ୱରୂପକୁ । “ଚା’ କପରେ ଝଡ଼” ପରି ଯଦି ବିଚାର ବିଭାଗର ଏହି ଅନ୍ୟାୟରେ ଆମେ ସଚେତନ ନ ହେବା, ତେବେ କିଏ କହିବ - ଇଂରେଜ ଭାଷାର ଧାର ଧାରୁ ନ ଥିବା ନିପଟ ମଫସଲର ପାନ ଦୋକାନ ଆଗରେ ଇଂରେଜ ଶବ୍ଦପୁଞ୍ଜ ପ୍ରୟୋଗ କରି ଆତ୍ମଗର୍ବରେ ଫୁଲି ଉଠୁଥିବା ବେକାର ଓଡ଼ିଆ ଯୁବକଟିଏ ତେଲୁଗୁ ସମୃଦ୍ଧିରେ ଲୋଭଗ୍ରସ୍ତ ହୋଇ ତେଲୁଗୁ ଶବ୍ଦ ପ୍ରୟୋଗ ନ କରିବ ! ଯାହାର ପ୍ରରୂପ ଏବେ ଦେଖିବାକୁ ମିଳେ ପୁରୀ, ବାଲେଶ୍ୱର (ବଙ୍ଗଳା) ସୁନ୍ଦରଗଡ଼, ସମ୍ବଲପୁର (ହିନ୍ଦୀ), କୋରାପୁଟ, ରାୟଗଡ଼ା, ଗଞ୍ଜାମ, ମାଲକାନଗିରି (ତେଲୁଗୁ) ଭଳି ଜିଲ୍ଲାମାନଙ୍କରେ ।

ସ୍ୱଦେଶୀ ଜାଗରଣମନ୍ତ୍ର ଭାରତ ବର୍ଷରେ ପ୍ରଥମେ ଓଡ଼ିଶା ମାଟିରୁ ହିଁ ଶୁଭିଥିଲା । ଉକ୍ରଳର ଗୌରବ ବୃଦ୍ଧିପାଇଁ ବୃଦ୍ଧ ମଧୁସୂଦନ ଗାଇଥିବା ଏହି ବେସୁରା ମନ୍ତ୍ରକୁ ମୋହନଦାସ କରମଚାନ୍ଦ ଗାନ୍ଧୀ ପରାମର୍ଶ ସୂତ୍ରେ ନେଇ ଉପଯୁକ୍ତ ତାଳଲୟରେ ଗାନ କରିବାରୁ ଭାରତବାସୀ ତାଙ୍କୁ ମହାତ୍ମାଗାନ୍ଧୀ ଆସନରେ ବସାଇେଲେ । ସେତେବେଳେ ସିନା ଏହାର ମହତ୍ତ୍ୱକୁ ଆମେ ବୁଝିପାରିଲେ ନାହିଁ । ଏବେ ଏହାକୁ ବୁଝି କାର୍ଯ୍ୟରେ ଲଗାଇଲେ କ୍ଷତି କ’ଣ ? ବିକାଶର ଶେଷ ସୀମାରେ ପହଞ୍ଚିବାକୁ ହେଲେ କୃଷି, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପଡ଼ିବ । କୃଷିର ବିକାଶପାଇଁ ପ୍ରତ୍ୟେକ ଚାଷୀ ସିଧାସଳଖ ଜିଲ୍ଲା ବା ବ୍ଲକ କୃଷି ଅଧିକାରୀ, ଉଉ୍ୟାନ ବିଭାଗ, ପଶୁପାଳନ ତଥା ମତ୍ସ୍ୟ ବିଭାଗ କର୍ମଚାରୀଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ସିଧାସଳଖ ସଂଘବଦ୍ଧ ଭାବରେ ମାନସିକ ଓ ଶାରୀରିକ ଆଘାତ ଦେବାରେ ଅସୁବିଧା ନାହିଁ । ଶିଳ୍ପ ପ୍ରତିଷ୍ଠାକୁ ଅନ୍ଧ ଭାବରେ ବିରୋଧ ନ କରି, ଏହାର ସୁବିଧାକୁ ଉପଲବଧି କରି ସୃଷ୍ଟି ହୋଇଥିବା ଅସୁବିଧାଗୁଡ଼ିକ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଦୂର କରିବାକୁ ଚେଷ୍ଟା କରିବା ଆବଶ୍ୟକ । ଏଥିପାଇଁ ପଞ୍ଚାୟତସ୍ତରରୁ ସମସ୍ତ ଲୋକପ୍ରତିନିଧିମାନଙ୍କ ମିଳିତ ସହଯୋଗ ନେବା ଉଚିତ । ଯାହାଫଳରେ ଖଣି ସମୃଦ୍ଧ ଅଞ୍ଚଳ ଶିଳ୍ପ ସମୃଦ୍ଧରେ ପରିଣତ ହୋଇପାରିବ ।

ଶିକ୍ଷା ହେଉଛି ଜାତିର ମୂଳଭିତ୍ତି । ବର୍ତ୍ତର୍ମାନ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଅଯୋଗ୍ୟ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ । କେବଳ ମାତୃଭାଷା ନୁହେଁ, ସମସ୍ତ ବିଭାଗରେ ଦକ୍ଷ ଶିକ୍ଷକ ନିଯୁକ୍ତି ସହିତ ପ୍ରତିବର୍ଷ ସେମାନଙ୍କ କାର୍ଯ୍ୟାବଳୀକୁ ସମୀକ୍ଷା କରାଗଲେ ଏହି