ପୃଷ୍ଠା:Jati, Jagruti o Pragati.pdf/34

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୩୫

ନ୍ୟାୟର ଭାଷା

ନିକଟରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ କରୁଣାନିଧି ଚେନ୍ନାଇ ଉଚ୍ଚନ୍ୟାୟାଳାୟ ପରିସରରେ ଭାରତ ସମ୍ବିଧାନ ଚିଠାସମିତିର ସଭାପତି ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉପଲକ୍ଷେ ମନ୍ତବ୍ୟ ଦେଇଛନ୍ତି ଯେ - ସମସ୍ତ ବିଚାରପତି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟଳୟର ଏକ ଭାଷା ଭାବରେ ତାମିଲଭାଷା ବ୍ୟବହାରପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେହିପରି ଭାରତର ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟର ପୂର୍ବତନ ସଚିବ ବ୍ରଜକିଶୋର ଶର୍ମା ଦିଲ୍ଲୀଠାରେ ଆୟୋଜିତ ଏକ ଆଲୋଚନା ସଭାରେ ନ୍ୟାୟର ଭାଷା ସଂମ୍ପର୍କରେ କହିଥିଲେ ଯେ, ନ୍ୟାୟାଳୟକୁ ଆସୁଥିବା ୯୯ % ପୀଡ଼ିତ, ଓକିଲ ଓ ବିଚାରପତି ମଧ୍ୟରେ ନ୍ୟାୟପ୍ରଦାନ ସମ୍ପର୍କରେ କି ପ୍ରକାରର ଯୁକ୍ତି ଚାଲିଛି ତାହା ଜାଣିବାକୁ ଇଚ୍ଛ ଥିଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଭାରତ ଭଳି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକପ୍ରତିନିଧିମୂଳକ ସରକାର ଲୋକମାନଙ୍କର ଏହି ସମସ୍ୟା ଓ ଅଧିକାରକୁ ଅନୁଭବ କରି ଭାରତୀୟ ଦଣ୍ଡସଂହିତା ଓ ସିଭିଲ ସଂହିତା ଅଧୀନସ୍ଥ ନ୍ୟାୟାଳୟର ଭାଷା ହିନ୍ଦୀ ବା ଆଞ୍ଚଳିକ ଭାଷା ପ୍ରଚଳନ କରିବା ଦରକାର । ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ପ୍ରଥମକରି ହିନ୍ଦୀ ଭାଷାରେ ନିଜର ମନ୍ତବ୍ୟ ରଖିବାପାଇଁ ଲିଖିତ ଅନୁମତି ପାଇଥିବା ଓକିଲ ଡି.ଜି. ସିଂହ ଉକ୍ତ ସଭାରେ କହିଥିଲେ - ନ୍ୟାୟପାଇଁ ନ୍ୟାୟାଳୟକୁ ଆସୁଥିବା ଜଣେ ପୀଡ଼ିତ ଉଭୟ ବିଚାରପତି ଓ ଓକିଲପାଇଁ ଉପଭୋକ୍ତା ଅଟେ । ନିଜ ଭାଷାରେ ନ୍ୟାୟ ପାଇବାପାଇଁ ଉପଭୋକ୍ତାର ସଂମ୍ପୁର୍ଣ୍ଣ ଅଧିକାର ଅଛି ।

ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଚଳିତ ଭାଷା ବ୍ୟବସ୍ଥା ଉକ୍ତ ମନ୍ତବ୍ୟ ଅନୁସାରେ କାର୍ଯ୍ୟକାରୀ ହୋଇ ନ ପାରେ । ମାତ୍ର ରାଜ୍ୟସ୍ତରରେ ଥିବା ଉଚ୍ଚ ନ୍ୟାୟାଳୟରେ ଆଞ୍ଚଳିକ ଭାଷା ବ୍ୟବହାର କରିବାରେ କୌଣସି ବାଧା ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ