୩୮ / ଜାତି, ଜାଗୃତି ଓ ପ୍ରଗତି
କରିବାପାଇଁ ତିନି ପ୍ରସେିଡନ୍ସି ଅଧିନରେ ତିନିଥେଣ୍ଟିଆ କାକୁଡ଼ିବାଡ଼ି ସଦୃଶ ଥିବା ଓଡ଼ିଆ ଅଞ୍ଚଳରୁ ଶିକ୍ଷା, ପ୍ରଶାସନ ଓ ଆଇନ କ୍ଷେତ୍ରରୁ ପରୋକ୍ଷରେ ଓଡ଼ିଆ ଭାଷା ଉଠାଇ ଦେବାର ଚକ୍ରାନ୍ତ କରିଥିଲେ । ତେବେ ଯାହାହେଉ, ଖାଦ୍ୟବିନା କଙ୍କାଳସାର ଆମ ପୂର୍ବପୁରୁଷଗଣ ନିଜ ସ୍ୱାଭିମାନକୁ ବନ୍ଧା ନ ପକାଇ ଭାଷାକୁ ଆୟୂଧ କରି ମୁମୂର୍ଷୁପ୍ରାୟ ଓଡ଼ିଆ ଜାତିଠାରେ ଜାତୀୟତାର ପ୍ରାଣ ସଞ୍ଜାରିବା ଫଳରେ କିଛି ଅଞ୍ଚଳରେ ହେଉ ପଛେ ଓଡ଼ିଆ ଭାଷା ସୁରକ୍ଷିତ ହୋଇ ରହିବା ସହିତ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ତିଆରି କରି ଇଂରେଜ ଓ ଇଂରାଜୀ କୁପ୍ରଭାବରୁ ଓଡ଼ିଆତ୍ୱକୁ ବଞ୍ଚାଇ ରଖିପାରିଲେ । ଅଥଚ ଇଂରେଜଙ୍କୁ ତଡ଼ିଦେବାପରେ ସେମାନଙ୍କ ଭାଷାକୁ ୬୫ବର୍ଷ ଧରି ଶିକ୍ଷା, ଶାସନ ଓ ଆଇନ କ୍ଷେତ୍ରରେ ପ୍ରଚଳନ କରି ରଖିବାର ଅର୍ଥ ଆମ ସ୍ୱାଭିମାନର ମୃତପିଣ୍ଡ ଉପରେ ସେମାନଙ୍କ କଳାକାର୍ଯ୍ୟପୂର୍ଣ୍ଣ ଦୁର୍ନୀତି ଭ୍ରଷ୍ଟାଚାରକୁ ଜୀବିତ ରଖି ସରଳବିଶ୍ୱାସୀ ସାଧାରଣ ଓଡ଼ିଆଙ୍କୁ ଶୋଷଣ କରିବା । ଏହା ଆମପାଇଁ କେବଳ ଲଜ୍ୟା ନୁହେଁ, ବରଂ ଅପମାନର କଥା
ହେଉଛି ଶିକ୍ଷା, ଶାସନରେ ତଥା ଓଡିଶାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୮୦ଭାଗ କର୍ମଚାରୀ ଏବଂ ଓକିଲଙ୍କ ବିକୃତ ଇଂରାଜୀ ଉଚ୍ଚାରଣ ଓ ପ୍ରୟୋଗ । ଇଂରାଜୀଭାଷା ଅନଭ୍ୟସ୍ତ ଏହି ଓଡିଆ କର୍ମଚାରୀ, ଅଧିକାରୀ ଓ ଓକିଲଗଣ ହୀନମନ୍ୟତାକୁ ପ୍ରଶ୍ରୟ ଦେଇ ଶିକ୍ଷା, ଶାସନ ଏବଂ ନ୍ୟାୟର ଭାଷା ଓଡିଆ ହେଉ ବୋଲି ଏ ପର୍ଯ୍ୟନ୍ତ ପାଟି ଫିଟାଇ ନାହାନ୍ତି ।
ଶିକ୍ଷା ଓ ଶାସନ କଥା ଛାଡ଼, ଯଦି ଟିଟିଲାଗଡର ଗଜାନନ ମିଶ୍ର ରାୟପୁରର ଏକ ନିମ୍ନ ଅଦାଲତରେ ଛତିଶଗଡ଼ ରାଜ୍ୟଭାଷା ହିନ୍ଦୀ ବଦଳରେ ଇଂରାଜୀ ଭାଷା ବ୍ୟବହାର କରି ବିଚାରପତିଙ୍କଦ୍ୱାରା ସମାଲୋଚିତ ହୋଇ ନ ଥାନ୍ତେ, ତେବେ ନ୍ୟାୟାଳୟରେ ମାତୃଭାଷାର ଗୁରୁତ୍ୱ ଅନୁଭବ କରି ନ ଥାନ୍ତେ କିମ୍ବା ତାଙ୍କ ନିରବଚ୍ଛିନ୍ନ ସଂଗ୍ରାମର ଫଳଶ୍ରୁତି ଭାବେ ନିମ୍ନ ଅଦାଲତର ସମସ୍ତ କାର୍ଯ୍ୟ ଆଜି ଓଡ଼ିଆ ଭାଷାରେ ଚାଲିବାର ମାନସିକତା ସୃଷ୍ଟି ହୋଇ ନ ଥାନ୍ତା । କେବଳ ଜଣେ ମାତ୍ର ବ୍ୟକ୍ତି ଓଡିଶା ନ୍ୟାୟାଳୟର ଭାଷା ରାଜ୍ୟଭାଷା ଓଡ଼ିଆ ହେଉ ବୋଲି ବାରମ୍ବାର ଦାବୀ କରୁଛନ୍ତି । ତାମିଲଙ୍ଗନାଡ଼ୁର ଓକିଲଗଣ ଯତେବେଳେେ ସର୍ବୋଚ୍ଚ ନ୍ୟାୟାଳୟର ଭାଷା ତାମିଲ ହେଉ ବୋଲି ଦାବୀ କଲଣେି, ସେତେବେଳେ ଆମ ଓଡିଆ ଓକିଲଗଣ ଓଡ଼ିଶାର ନିମ୍ନ ଅଦାଲତରେ ଓଡ଼ିଆଭାଷା ପ୍ରଚଳନ ପାଇଁ ନାକ ଟେକିବା ନିଜ ବୃତ୍ତିପାଇଁ ଚରମ ଅପମାନ ନୁହେଁ, ବରଂ ନିଜଜାତି ପ୍ରତି ବିଶ୍ୱାସଘାତକତା କହିଲେ ଭୁଲ ହବେନାହିଁ । ଆମ ଏହି ଓକିଲଗଣ ଏପର୍ଯ୍ୟନ୍ତ ବୁଝିପାରୁନାହାନ୍ତି ଯେ, ନ୍ୟାୟାଳୟରେ ଗୋଟିଏ ବିଦେଶୀ ଭାଷା ପ୍ରଚଳନଦ୍ୱାରା କେବଳ ସାଧାରଣ ଜନତାଙ୍କ ପ୍ରତି ନ୍ୟାୟର ମନ୍ଦିରରେ ଅନ୍ୟାୟ