ପୃଷ୍ଠା:Jati, Jagruti o Pragati.pdf/46

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାତି, ଜାଗୃତି ଓ ପ୍ରଗତି / ୪୭

ଓଡ଼ିଆଙ୍କପାଇଁ ଇଂରେଜୀ ଓ ହିନ୍ଦୀ ଭାଷା ଶିକ୍ଷାର ଆବଶ୍ୟକତା

ଭାଷାକୁ ନେଇ ଆଞ୍ଚଳିକ ବିଭେଦ କେବଳ ଓଡ଼ଶାରେ ନୁହେଁ ବରଂ ଭାରତବର୍ଷର ସମସ୍ତ ରାଜ୍ୟରେ ଊଣା ଅଧିକେ ମୁଣ୍ଡ ଟେକିଛି । ଏପରିକି ଜାତୀୟ ସଂଗୀତ ‘ବନ୍ଦେମାତରଂ’ ଓ ‘ଜନଗଣମନ’କୁ ନେଇ ମଧ୍ୟ ବିଭିନ୍ନ ସମୟରେ ବିବାଦ ଦେଖାଦେଇଛି । ତେବେ ସଂସ୍କୃତ ଭାଷାର ‘ବନ୍ଦେମାତରଂ’ ହେଉ ବା ସରକାରୀ ମୋହରରେ ଖୋଦିତ ‘ସତ୍ୟମେବ ଜୟତେ’ ହେଉ କିମ୍ବା ସଂସ୍କୃତ ମିଶ୍ରିତ ବଙ୍ଗଳା ଭାଷାର ‘ଜନଗଣମନ’ ହେଉ; ଏହାକୁ ଯଦି ଭାଷା ବିଭେଦ ଭିତ୍ତିରେ ଆମ ସମ୍ମୁଖରୁ ହଟାଇ ଦିଆଯାଏ, ତେବେ ଜାତୀୟତାକୁ ଅନୁଭବ କରିବା ଆମପାଇଁ କଷ୍ଟକର ହୋଇପଡ଼ିବ । ସେହିପରି ଏକା ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପତ୍ରିକା ଏକ ଆଞ୍ଚଳିକ ଭାଷା ‘ମାଲାୟାଲମ’ରେ ମୁଦ୍ରିତ ହେଉଥିବାବେଳେ ତଥା ଉତ୍ତର ଭାରତରେ କଥିତ ଏକ ଆଞ୍ଚଳିକ ଭାଷା ହିନ୍ଦୀକୁ ରାଷ୍ଟ୍ରଭାଷା ଭାବରେ ଚିହ୍ନିତ କରି ସର୍ବଭାରତୀୟ ସ୍ତରରେ ପ୍ରସାର ଓ ପ୍ରଚାର କରିବାଦ୍ୱାରା ଏହା ଭାରତବାସୀଙ୍କ ନିକଟତର ହେଉଥିବାବେଳେ, ଓଡ଼ିଆ ଭାଷାର ସ୍ଥିତି କେଉଁଠି ? ତାହା ପ୍ରତ୍ୟେକ ଓଡ଼ିଆ ଅନୁଶୀଳନ କରିବା ଆବଶ୍ୟକ ।

ସଂସାରର ଆଧୁନିକ ମାଧ୍ୟମ ଲେଖନ ପଦ୍ଧତି ପ୍ରଚଳନ ଭାରତ ମାଟିରେ ସର୍ବ ପ୍ରଥମେ ଓଡ଼ିଶାର ପଡୋଶୀ ବଙ୍ଗ ରାଜ୍ୟରେ ହୋଇଥିଲା । ୟୁରୋପୀୟ-ନବଜାଗରଣ ଛିଟାକୁ ବହନ କରିଥିବା ଇଂରେଜ ଜାତି ବଙ୍ଗ ଅଧିକାର ପରେ, ନିଜ ସୁବିଧାପାଇଁ ଏହି ଆଧୁନିକ ସଂସ୍କାର ମାଧ୍ୟମର ପୂର୍ଣ୍ଣ ପ୍ରୟୋଗ କରିବାରୁ ଭାରତରେ ପ୍ରଥମ କରି ଦ୍ୱିଭାିଷିକ ଦେଶୀ ଭଦ୍ରଲୋକଙ୍କ ଉଦ୍ଭବ ଘଟିଲା । ଏମାନେ ଏସିଆର ପ୍ରଥମ ମଧ୍ୟମ ବର୍ଗ ଥିଲେ, ଯେଉଁମାନେ ଦ୍ୱିଭାଷୀ ବା ପ୍ରାଞ୍ଜଳ ଭାବରେ ନିଜ ମାତୃଭାଷା ସହ ବିଦେଶୀ ଇଂରେଜୀ