ପୃଷ୍ଠା:Kathalahari (RN Das, 1927) opt.pdf/୧୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୫
କଳାରାଜନ କଥା ।

ପାଖରେ ଦେଲେ । ବଡ଼ରାଣୀ ରାଘବ ମାଛକୁ କାଟିଲା ବେଳକୁ କଳାରାଜନ ତ‌ହିଁ ଭିତରେ ଥାଇ ବୋଇଲା, ମା ଧୀରେ କାଟିବ ଟି, ମୁଁ ହାଣି ହୋଇଯିବି । ବଡ଼ରାଣୀ ମାଛଭିରେ ମନିଷତୁଣ୍ତ ଶୁଣି ଧୀରେ ବେକଠଉଁ କାଟିଲାବେଳକୁ କଳାରାଜନ ବାହାରି ପଡ଼ିଲା କ‌ହିଲା ତେମେ ମୋର ଧର୍ମରୁ ମା, ମୁଁ ତମର ଧର୍ମର ପୁଅ, ଅସୁରୁଣୀର ସବୁକଥା କ‌ହିଗଲା । ବଡ଼ରାଣୀ ଶୁଣିଲେ, ପୁଅଟିକୁ ରଖିଲେ, ରହିଲେ, ଏଣେ ଅସୁରୁଣୀ ସବୁ ଗେଣ୍ତାରୁ କଇଁଛ ପର୍ଯ୍ୟନ୍ତ ସୁଙ୍ଘୁଥାଏ, ଖାଇ ଦେଉଥାଏ, କ‌ହୁଥାଏ ଏଥିରେତ ସେ କାଠେଇଖିଆ ନାହିଁ କୁଆଡ଼େ ଗଲା? ଏହିପରି କରି ପୋଖରୀକ ମାଛ କଙ୍କଡ଼ା ସବୁ ଖାଇଲା । କେତେବେଳସରିକି ଶୁଣିଲା ବଡ଼ରାଣୀଙ୍କ ଉଆସକୁ ଯୋଡ଼ାଏ ବଡ଼ମାଛ ଯାଇଚି, ସେଥିରୁ ଗୋଟାଏ ପୁଅ ବାହାରିଚି କ‌ହିଲା ସେଥିରେତ କାଠେଇଖିଆ ଚାଲିଗଲା । ଏହା କ‌ହିଲା ତୁନି ହୋଇରହିଲା । କିଛିଦିନ ଗଲା ଅସୁରୁଣୀର ଗର୍ଭହେଲା, ତାର ପୁଅଟିଏ ହେଲା । ପୁଅଟିକି ଦଶ ବାର ବରଷ ହୋଇଗଲା ଯାଉଁ ଘୋଡ଼ା ଚଢ଼ିଶିଖିଲା, କାଣ୍ତମାରି ଶିଖିଲା । ବଡ଼ ରାଣୀପୁଅ କଳାରାଜନ ଯେମନ୍ତି ଘୋଡ଼ା ଦୌଡ଼ କରିପାରେ, ଯେମନ୍ତି କାଣ୍ତ ମାରିପାରେ, ଅସୁରୁଣୀପୁଅକୁ ସେମନ୍ତି ଆସେ ନାହିଁ । ଅସୁରୁଣୀପୁଅର ସୁନାନଳ, ସୁନାକାଣ୍ତ, କଳାରାଜନର ବାଉଁଶନଳ ବାଉଁଶକାଣ୍ତ । କଳାରାଜନ ବାଉଁଶକାଣ୍ତକୁ ଯୋଉଠିକି ଲାଖକରେ, ସେଇଠି ପଡ଼େ, ଅସୁରୁଣୀପୁଅର ସୁନାକାଣ୍ତ ଏଣେତେଣେ ହୋଇ ଚାଲିଯାଏ । ଦିନେ ଅସୁରୁଣୀ ପୁଅ କଳାରାଜନ‌କୁ କ‌ହିଲା, ଭାଇ ତେମେ ଏ କାଣ୍ତକୁ ମାର, ମୁଁ ତମ କାଣ୍ତ ମାରେ । କଳାରାଜନ ସୁନାକାଣ୍ତକୁ ମାରିଦେଲା ଯେ ଯାଇ ଅସୁରୁଣୀ ରାଇଜରେ ପଡ଼ିଲା, ବୁଢ଼ୀ ଅସୁରୁଣୀର ସାନ‌ଝିଅ ଗୋଟାଇକରି ରଖିଥାଏ । ଅସୁରୁଣୀପୁଅ ଯାଇ ମା ଆଗରେ କ‌ହିଲା, ଭାଇ ମୋ