ପୃଷ୍ଠା:Kathalahari (RN Das, 1927) opt.pdf/୧୦୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ଉତ୍କଳ କାହାଣୀ ସଂଗ୍ରହ

କାଣ୍ଡ କୁଆଡ଼େ ମାରିଦେଲା ଆଉ ମାଗି ମାଗି ମତେ ଦେଉନାହିଁ । ଅସୁରୁଣୀ କଳାରାଜନ‌କୁ ଡକାଇ କହିଲା ମୋ ପୁଅର କାଣ୍ଡଆଣିଦେ, ନଇଲେ ତୋର ମୁଣ୍ଡକାଟ ହେବ । ଏ ଯାଇଁ ବଡ଼ରାଣୀ ଆଗରେ କ‌ହିଲା, ମା ମତେ ଛ ମାସ ଛୁଟିଦିଅ, ମୁଁ ତାଙ୍କ କାଣ୍ଡ ଆଣିଦେବି । ଏ କାନ୍ଦୁଣିମାନ୍ଦୁଣି ହୋଇ ବିଦାୟ ଦେଲା । କଳାରାଜନ ଘୋଡ଼ାରେ ଚଢ଼ି ବାହାରିଲା, ଯାଇ ପାରାରଜା ଦେଶରେ ପ‌ହୁଞ୍ଚିଲା । ପାରାରଜା ଝିଅକୁ ବର ମିଳୁ ନ ଥାଏ ଯେ ସେ ଚୁଆ ଗାରେ ଚନ୍ଦନ ଗାରେ ଗନ୍ଧକ ଗାରେ ତିନି ଗାର କାଟିଦେଇ ବସିଚି, କଳାରାଜନ ସେ ଗାର ଡେଇଁ ଦେଇ ଘୋଡା ନେଇଗଲା । ପାରାରଜାଝିଅ ଧାଈ ଦଉଡ଼ି ଆସି କଳାରାଜନକୁ ଡାକିଲା କ‌ହିଲା କୁଆଡ଼େ ଯାଉଚ ଫେରି ଆସ; ଆମ ଦେଈଙ୍କର ସତ୍ୟ ହୋଇଚି ଏ ଗାର ଯେ ଡେଇଁବ ସେ ତାଙ୍କୁ ବିଭା ହେବ । କଳାରାଜନ କ‌ହିଲା ହଉ ତେବେ ରହୁଚି। ରଜାଙ୍କ ପାଖକୁ ଖବର ଗଲା; ବିଭାଘରର ଯୋଗାଡ଼ ହେଲା, ବିଭାଘର ହେଲା । ଚତୁର୍ଥୀ ଦିନ ରାତିରେ କଳାରାଜନ ପାରାରଜା ଝିଅକୁ କହିଲା ହେ ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡ଼ିଚି କି ? ଏ କହିଲା ନାହିଁ ଆମ ଦେଶରେ ପଡ଼ିନାହିଁ, ଅପାରାଇଜରେ ପଡ଼ିଥିବ । ଏ କ‌ହିଲା ଅପାରାଇଜ କୋଉଠି, ଏଠି କି କେତେ ବାଟ ? ପାରାରଜାଝିଅ କ‌ହିଲା ବାଘରଜା ଦେଶରେ, ଏଠିକି ପାଏ ବାଟ ହେବ । ତ‌ହିଁ ଆରଦିନ କଳାରାଜନ ବାଘରଜାଦେଶକୁ ବାହାରିଲା, ଯାଉଚି ବାଘରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ସେହିପରି ତିନିଗାର କାଟିଦେଇ ବସିଚି, ସେ ଗାର ଡେଇଁ ଚାଲିଗଲା । ଧାଈ ସେହିପରି ଡ଼ାକିଆଣିଲା, ରଜା ଜାଣିଲେ ବିଭାଘର ହେଲା । ଚତୁର୍ଥୀ ଦିନ କଳାରାଜନ ବାଘରଜା ଝିଅକୁ ସେହିପରି କାଣ୍ଡ କଥା ପଚାରିଲା । ଏ କ‌ହିଲା ଆମ ରାଇଜରେ ପଡ଼ିନାହିଁ ଅପାରାଇଜରେ ପଡ଼ିଥିବ । କଳାରାଜନ ପଚାରିଲା, ଅପାଘର କୋଉଠି, ଏଠିକି କେତେ ବାଟ ହେବ ? ବାଘରଜାଝିଅ