ପୃଷ୍ଠା:Kathalahari (RN Das, 1927) opt.pdf/୧୦୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୯
କଳାରାଜନ କଥା ।

ବାର୍‌ହାଟିକି ମାଗିବ । ବାର୍‌ହାରଜା ସବୁ ଦେଲା, ବିଦାକଲାବେଳକୁ କଳାରାଜନ କହିଲା ଅପଣଙ୍କ ଛୋଟୀ ବାର୍‌ହାଟିକୁ ମତେ ଦିଅନ୍ତୁ । ଛୋଟୀ ବାର୍‌ହାଟିକୁ ଦେଲେ, ବିଦା କରିଦେଲେ । ଆସିଲେ ସମସ୍ତେ ବାଟରେ ଠାଏ ରହିଲେ, ଏ ବାଘରଜା ଘରକୁ ଆସିଲା । ସେଠାରୁ ବିଦା ହୋଇ ଆସିଲା, ଆସିଲାବେଳକୁ ଛୋଟୀ ବାଘଟିକୁ ଯୌତୁକରେ ଆଣିଲା । ସେଠାରୁ ପାରାରଜା ଘରେ ପହଞ୍ଚିଲା, ପାରାରଜା ବି ସେହିପରି ବିଦାକଲା । ପାରାରଜାଠାରୁ ବି ସେହିପରି ଛୋଟୀ ପାରାଟିକୁ ଯୌତୁକରେ ଆଣିଲା । ସମସ୍ତେ ଏକାଠି ଠୁଳ ହେଲେ, ଆସିଲେ । ଆସିକରି ଘରପାଖରେ ପହଞ୍ଚିଲେ ଯୋଉଠୁ ବଡାରାଣୀଙ୍କି ସମସ୍ତେ କହିଲେ, ତମ ପୁଅ ଚାରିକନ୍ୟା ବିଭା ହୋଇ ଆସୁଚି । ଏ କହିଲା ମୁଁ କୋଉଠୁ ଆଉ ପୁଅ ପାଇବି, ପୁଅ ତ ବରଷେ ହେଲା କୁଆଡେ ଗଲାଣି, ମୁଁ କୋଉଠି ପୁଅ ବୋହୁ ଦେଖିବି । ଏହା କହୁ୨ ପୁଅବୋହୂ ଆସି ଦାଣ୍ଡଦୁଆରେ ପହଞ୍ଚିଲେ । ଯେତେ କହିଲେ ଆଉ ସତ କରୁ ନ ଥାଏ, ଦାଣ୍ଡକୁ ଯାଉ ନ ଥାଏ । ବୋହୂମାନଙ୍କ ସୁଆରି ଯାଉଁ ଦାଣ୍ଡ ଦୁଆରେ ଥୁଆହେଲା, ବଡରାଣୀ ଗଲା ଭାତ ନୁଞ୍ଚାଣି କରି ପୁଅବୋହୂଙ୍କୁ ଘରକୁ ଘେନି ଆସି ବନ୍ଦାପନା କଲା । ବୋହୂମାନେ ଘରେ ରହିଲେ, କଳାରାଜନ ଗଲା କାଣ୍ଡ ଦେବାକୁ, ଅସୁରୁଣୀକି ଦଣ୍ଡବତ କଲା । ଅସୁରୁଣୀ କହିଲା 'ସଞ୍ଜେ ଫୁଟି ସକାଳେ ଯା, ଜହ୍ନିଫୁଲପରି ଆଇଷ ପା' ଏହିପରି କଲ୍ୟାଣ କଲା । ଦିନେ ଦି ଦିନ ଗଲା, ଅସୁରୁଣୀର ମନ କେମନ୍ତି କଳାରାଜାକୁ ମାରିବ; କହିଲା ବେଣ୍ଟ ପୋଖରୀ ଉପରେ ଜମିମାଣେ ହଳହେବ, ତହିଁରେ ସୋରିଷ ଡୋଲିଏ ବୁଣା ହେବ, ତାକୁ ଯେବେ ରାତି୨ ଗୋଟେଇ କାଲି ସକାଳୁ ଥୋଇଥିବୁ ତ ତୋ ମୁଣ୍ଡ ରହିବ, ନଇଲେ ତୋ ମୁଣ୍ଡ କଟାହେବ । କଳାରାଜନ ଆସିଲା ଘରକୁ, ମୁହଁ ଶୁଖେଇଦେଇ ବସିଥାଏ । ସେଦିନ ପାରା-ରଜାଝିଅର ପାଳି ହୋଇଥାଏ । ପାରା ରଜାଝିଅ ରାନ୍ଧି ସାରିଲା, ଭାତ