ପୃଷ୍ଠା:Kathalahari (RN Das, 1927) opt.pdf/୧୧୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୨
ଉତ୍କଳ କାହାଣୀ ସଂଗ୍ରହ ।

ପଠାଇ ଦେଇ ପାରନ୍ତି, ସପ୍ତପୁରୁଷ କଣ । ଯମରଜା ଝିଅ ଛୋଟୀ ଯମକୁ ଡକାଇ ପଠାଇଦେଲ, କହିଲା, ବାପାଙ୍କୁ କହିବୁ ତମ ଝିଅ ଜୋଇଁଙ୍କୁ ବିପତ୍ତି ପଡିଛି ତମର ଯୋଉ ଯମପୋଥି ଖଣ୍ଡ ଅଛି ତାକୁ ଦିଅ । ଛୋଟୀ ଯମ ଯାଇ ଯମରଜାଙ୍କଠାରୁ ପାଞ୍ଜି ଘେନି ଆସିଲା । କଲରାଜନ ଏହି ଯମଗଣ ପୋଥିକି ନେଇ ଅସୁରୁଣୀ ଘର ଦୂଆର ମୁହଁରେ ପିଟାଇ ଲମ୍ବେଇ କରି ରଖିଦେଇ ବସି ରହିଲା । ଅସୁରୁଣୀ ଉଠି ଦେଖେ ଯେ ତାର ସପ୍ତପ୍ତରୁଷ ଦୁଆରେ ରୁଣ୍ଡ ହୋଇଅଛନ୍ତି । ଦେଖେ ଯେ ତାର ମା ଭଉଣୀଯାକ ସବୁ ମରି ତାଙ୍କ ସାଙ୍ଗେ ଅଛନ୍ତି । ସେମାନଙ୍କୁ ପଚାରିଲା, ତେମେ ସବୁ କେମନ୍ତି ମଲ ? ଏମାନେ କଳାରାଜନ ଯାହା ଯାହା କହିଥିଲା ସବୁ କହିଲେ । କଳାରାଜନ ସେଉଠୁ କଣକଲା, ପୋଥି ଖଣ୍ଡି ଘେନି ଆସିଲା, ଅସୁରୁଣୀର ଜୀବନ ଲଉଟିକି ନେଇ ଭାକୁ ଦେଖାଇ ଦେଲା । ଅସୁରୁଣୀ କହିଲା ମୋ ଲାଉ ଦେ, ଏ କହିଲା ମୋ ତିନି ସଂଗାତକୁ ଦେ, ଚାରି ଘୋଡ଼ାକୁ ଦେ, ମୁଁ ଲାଉ ଦେବି । ଅସୁରୁଣୀ କଣ କଲା ବାନ୍ତି କରି ପକାଇଲେ ଯେ ତିନି ସଂଗାତ ବାହାରି, ଘୋଡା ଚାରିଟା ବାହାରି ପଡ଼ିଲେ । କଳାରାଜନ ରାଜାଙ୍କୁ କହିଲା, ବାପା । ୟାକୁ ରଖୁବ କି ମାରିବ ? ରଜା କହିଲେ ୟାକୁ ଅଭ ରଖିନାହଁ [୧] ମାରିଦେ, କଳାରାଜନ ଲାଉଟି ପିଟିଦେଲା ଯେ ଅସୁରୁଣୀର ପ୍ରାଣ ବାହାରି ଗଲା । ରଜା ପୁଅ ବୋହୁ ଘେନି ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।


  1. ଏହାକୁ ରଖିବା ଉଚିତ ନୁହେଁ ।