ପୃଷ୍ଠା:Kathalahari (RN Das, 1927) opt.pdf/୧୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୩
ବାବାଜୀ କଥା ।

ଗୋଟିଏ ରଜାଟିଏ, ତାର ସାତ ଭାରିଜା । ସେ ରଜାର ଅଚଳାଚଳ ସମ୍ପତ୍ତି, ଭୋଗ କରିବ କିଏ ? ରାଣୀମାନଙ୍କର କାହାରି ପୁଅ ଝିଅ ନ ଥାନ୍ତି । ରଜା ଭାରି ଚିନ୍ତା କରି ବନସ୍ତରେ ଉପସ୍ୟା କରିବାକୁ ଗଲେ । ତପସ୍ୟା କରୁଚନ୍ତି, ଦିନେ ଗୋଟିଏ ସାଧୁ ଗୋସାଇଁ ଆସିଲେ,ପଚାରିଲେ କାହିଁକି ଏପରି କଷ୍ଟ ସହି ତପସ୍ୟା କରୁଚ ? ରଜା କହିଲେ ମୋର ସାତ ଭାରିଜା, କାହାରି କିଛି ସନ୍ତାନ ନାହିଁ । ସାଧୁ କହିଲେ ହଉ ଯା ତୋ ଗୁହାରୀ ଦିଅଁ ଶୁଣିଲେଣି, ଯା ଏ ଯୋଉ ଆମ୍ବଗଛ ଦିଶୁଛି, ସେଥକି ଗୋଟିଏ ଟେକା ପକାଇବୁ, ସାତୋଟି ଆମ୍ବ ଝଡିବ, ନେଇ ଭାରିଜାମାନଙ୍କୁ ଦେବୁ, ବୁଝି ଲୋଭ କରି ଆଉ ଟେକା ପକାଇବୁ ନାହିଁ । ରାଣୀମାନେ ସେ ଆମ୍ବ ଖାଇ ଗର୍ଭ ହେବେ, ସାତଟି ପୁଅ ଜନ୍ମ କରିବେ । ବାବାଜୀ ଏହା କହି ବାହାରି ଗଲେ । ରାଜା ଗୋଟିଏ ତେକା ପକାଓଲେଯେ ସାତଟି ଆମ୍ବ ପଡିଲା । ସାଧୁଙ୍କକଥା ନ ମାନି ଲୋଭରେ ଆଉ ଗୋଟିଏ ଟେକା ପକାଇଲେ, ଆଉ ଆମ୍ବ ପଡ଼ିବ କଣ, ଯୋଉ ସାତୋଟି ପଡିଥିଲା, ସେ ଗଛରେ ଲାଗିଗଲା । ରଜା କାନ୍ଦି ବୋବେଇ ମୁଣ୍ଡ କଚାଡି ହେଲେ, ବନସ୍ତଯାକ ସେ ସାଧୁଙ୍କୁ ଖୋଜିଲେ । ଖୋଜି ଖୋଜି ତାଙ୍କୁ ପାଇଲେ, ତାଙ୍କ ଆଗରେ ସବୁକଥା କହିଲେ । ସାଧୁ କହିଲେ ମୁଁ ପରା ମନା କରିଥିଲି, ତୁ କାହିଁକି ଫେର ଟେକା ପକାଇଲୁ ? ଏହା କହି ସେ ଗଛମୂଳକୁ ଗଲେ, ସାତଟି ଆମ୍ବ ପାରିଲେ, ରଜାକୁ ଦେଲେ, କହିଲେ ତୋର ସାତୋଟି ପୁଅ ହେବେ, ସବା ବଡପୁଅଟି ମୋତେ ଦେବୁ । ରଜା ଆମ୍ବ ଘେନି ଘରକୁ ଆସିଲେ,ରାଣୀମାନଙ୍କୁ ଗୋଟିଏ ୨ ଦେଲେ । ରାଣୀମାନେ ଗର୍ଭ ହେଲେ, ଯଥା