ପୃଷ୍ଠା:Kathalahari (RN Das, 1927) opt.pdf/୧୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୫
ବାବାଜୀ କଥା ।


ଏ ପଚାରିଲା କାହିଁକି ହସିଲ ? ଏମାନେ କହିଲେ, ତୁ ତ ଏହିକ୍ଷଣି ଆମ ପାଖକୁ ଆସିବୁ । ବାବାଜୀ ଯାଇଚି ତେଲ ଆଣିବାକୁ, ଢେଲ ଆଣିଲେ ତତେ କହିବ ଅହିୟା ଖୋଳ, ଚୁଲ୍ଲୀ ଲଗା, ଟୁକଣା ବସା । ତୁ ଯଦି ଗୋଟିଏ ବୁଦ୍ଧି କରିବୁ ତେବେ ସେ ତତେ ମାରି ପାରିବ ନାହିଁ । ଯେତେବେଳେ ସେ କହିବ ଅହିୟା ଖୋଳ, ତୁ କହିବୁ ମତେ ଆସେନା, ତେମେ ଆଗ ଖୋଳି ମୋତେ ଶିଖାଇଦିଅ ମୁଁ କରିବି । ସାଧୁ ଅହିୟା ଖୋଳି ଚୁଲ୍ଲୀ ଲଗାଇ, ଟୁକ୍‌ଣା ବସାଇ, ତହଁରେ ଢେଲ ଅଜାଡି ତେଲ ଯେତେବେଳେ କଡ଼୨ ହୋଇ ଫୁଟିବ, ତତେ କହିବ ତେଲରୁ ପାଣି ମଲାଣି କି ନା ଦେଖିଲୁ, ତୁ କହିବୁ ତେମେ ଆଗେ ଦେଖ । ସେ ଯେତେବେଳେ ନଇଁପଡି ତେଲ ଟୁକୁଣାକୁ ଅନାଇବ, ତୁ ତା ମୁଣ୍ଡକୁ ତେଲ ଟୁକୁଣାରେ କରି ମାଡିଦେବୁ ଯେ ସେ ମରିଯିବ, ସେ ଯାହା ଆଉ ତେଲ ଟୁକୁଣାରେ ତୋ ମୁଣ୍ଡ ମାଡିଦେଇ ମାରିପକାନ୍ତା, ତା ଆଉ କରି ପାରିବ ନାହିଁ । ଏ ଏହା ଶୁଣି, ସେ ଘର ବନ୍ଦ କରି ଦେଇ ଆସି ବସିଥାଏ । ବାବାଜୀ ତେଲ ନେଇ ଅସିଲା, ମୁଣ୍ଡମାନେ ଯେମନ୍ତି ୨ କହିଥିଲେ ସେହିପରି କଲା । ରଜାପୁଅ ଶେଷକୁ ବାବାଜୀର ମୁଣ୍ଡକୁ ଫୁଟନ୍ତା ତେଲରେ ମାଡିଦେଲା ଯେ ସେ ମରିଗଲା । ରଜାପୁଅ ମନେ ବିଚାରିଲା ଏ ମୁଣ୍ଡମାନଙ୍କ ଯୋଗୁଁ ସିନା ମୁଁ ଭଦ୍ଧାର ପାଇଲି, ମୁଁ ଏମାନଙ୍କୁ କିପରି ଉଦ୍ଧାର କରିବି, ସେଇଠି ବସି କାନ୍ଦିଲା, ଆସି ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡି ଯାଉଛନ୍ତି, । ପାର୍ବତୀ କହିଲେ ରହିବଟି, ଆଜି କାହିଁକି ପୃଥିବୀଟା ଭାରି ଲାଗୁଚି ? ଈଶ୍ୱର କହିଲେ ଚାଲ ହୋ ଆମର ସେଥିରେ କଣ ଅଛି । ପାର୍ବତୀ କହିଲେ ଆମର ତ କିଛି ନାହିଁ, ଆମେ ସୃଷ୍ଟି ଭିଆଇଚୁଁ କାହିଁକି ? ଈଶ୍ୱର ପାର୍ବତୀ ଗଲେ ସେ ରଜାପୁଅ ପାଖକୁ, ୟାକୁ ସବୁ ପଚାରିଲେ । ରଜାପୁଅ ସବୁ କହିଗଲା, ଯେପରି ଜନ୍ମହେଲା, ଏଠାକୁ ଯେପରି ଆସିଲା‌