ପୃଷ୍ଠା:Kathalahari (RN Das, 1927) opt.pdf/୧୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୮
ଉତ୍କଳ କାହାଣୀ ସଂଗ୍ରହ ।

ବାହାରକୁ ଗଲା । କିନ୍ତୁ ମନ କାହିଁରେ ଲାଗୁ ନ ଥାଏ, ପାଚେରୀ କଣାରେ ବାହାରକୁ ଅନାଉଥାଏ ! ଦିନେ ସେ ବନସ୍ତକୁ ଆରଦେଶର ରଜାପୁଅ ପାରିଧିକୁ ଆସିଥିଲେ । ବନସ୍ତେ ଭିତରେ ଦିବ୍ୟ ସୁନ୍ଦର ଘର ଟିଏ ଦେଖି ତା ଭିତରକୁ ଗଲା, ଦେଖୁଲା ରଜାଝିଅ ବସି କାନ୍ଦୁଚି । ରଜାଝିଅ ୟାକୁ ଦେଖି କହିଲା ତେମେ କିଏ ? ଏଠାକୁ କାହିଁକି ଆସିଲ ? ଏ ଅସୁରୁଣୀଘର, ଅସୁରୁଣୀ ଆସି ତମକୁ ଦେଖିଲେ ଏହିକ୍ଷଣି ଖାଇଯିବ, ତେମେ ପଳାଅ । ରଜାପୁଅ ରଜାଝିଅର ପରିଚୟ ପଚାରିଲା, ସେ ଅଦ୍ୟଠାରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା ! ରଜାପୁଅ କହିଲା ମୁଁ ତମକୁ ଏଠାରୁ ଉଦ୍ଧାର କରିନେବି, ତେମେ ଆଜି ବୁଢୀ ଅସୁରୁଣୀ ଆସିଲାରୁ ତାକୁ ପଚାରିବ, ତା ଅଜୀବନ କୋଉଠି ଅଛି । ଏହପରି କଥାବର୍ତ୍ତା ହେଉଚନ୍ତି ବୁଢୀଅସୁରୁଣି ଆସିଲା । ରଜାପୁଅକୁ ଆଉ ବୁଦ୍ଧି ଦିଶିଲା ନାହିଁ, ରଜାଝିଅ ଅସୁର ବିଦ୍ୟା ବଳରେ ରଜାପୁଅକୁ ମାଛି ଆଉ ଘୋଡ଼ାକୁ ଭଅଁର କରିଦେଲା, ସେମାନେ ଓରା ଉପରେ ବସି ରହିଲେ, ଅସୁରୁଣୀ ଆସି କହିଲା କେଉଁଠି ନରଦେହ ବାସୁଚି, ଘରର ଏକଣ ସେକଣ ସୁଙ୍ଘିଲା । ରଜାଝିଅ କହିଲା, ଏଠାକୁ ଅଉ ମଣିଷ କୋଉଠୁ ଆସିବ ? ମତେ ୟଦି ଇଚ୍ଛା ହେଉଚି ଖାଅ । ଅସୁରୁଣୀ ଏଥିରେ ଭୁଲିଗଲା, ଖାଇଲା ପିଇଲା ବସିଲା, ରଜାଝିଅକୁ କହିଲା ଝିଅଲୋ, ମୁଣ୍ଡରୁ ଗୋଟାଏ ଉକୁଣି ଦେଖନ୍ତୁ । ରଜାଝିଅ ମୁଣ୍ଦ ଦେଖିଲା, ଗୋଡରୁ କଣ୍ଟା କାଢ଼ି ଦେଲା, ୟା ସବୁ କରୁଚି। ବୁଢୀକୁ ପଚାରିଲା ହଇଲୋ ମା, ତୁ ମରିଗଲେ ମୁଁ କେଉଁଠି ରହବି ? ବୁଢୀ କହିଲା ଅସୁରୁଣି କେବେ ସହଜରେ ମରନ୍ତି, ମତେ ଫେର୍ କିଏ ମାରିବ ? ଆରଦେଶ ରଜାର ବେଣ୍ତ ପୋଖରୀ ଅଛି, ର୍ତହିଁରେ ସାତତାଳ ପାଣି, ସାତତାଳ ପଙ୍କ, ତା ଭିତରେ ଗୋଟିଏ ଫଡୁଆ ଅଛି, ଫଡୁଆ ଭିତରେ ଗୋଟିଏ ଭଅଁର। ସେ ଭଅଁରର ବେକ ଯଦି କେହି ମୋଡିଦେବ, ତେବେ ମୁଁ ମରିବି । ଏହା କିଏ ଜାଣେ ଯେ କିଏ କରିବ । ରଜାପୁଅ ମାଛି