ପୃଷ୍ଠା:Kathalahari (RN Das, 1927) opt.pdf/୧୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୦
ଉତ୍କଳ କାହାଣୀ ସଂଗ୍ରହ ।

ରଜାଝିଅ ସେହିପରି କଲା, ଚମାରଝିଅର ଲୁଗା ପିନ୍ଧିଲା । ଏହିପରି ବେଶ ବଦଳ ହେଲାରୁ ଚମାରଝିଅ ରଜାଝିଅକୁ କୁଅପାଖକୁ ଡାକିବେଇ ତାକୁ କୁଅକୁ ଠେଲିଦେଲା । ରଜାଝିଅ କୂଅରେ ପଡି ଗୋଟିଏ ପଦ୍ମଫୁଲ ରୁପରେ ରହିଲା । କମାରଝିଅ ରଜାଝିଅର ବେଶ ପିନ୍ଧି ତରାଟ ଗଛମୂଳେ ବସି ରହିଲା । ଏଣେ ରଜାପୁଅ ସାଇନସାମନ୍ତ ଅଣି ଦେଖେ ସେ ରଜାଝିଅର ରୂପ କିପରି ଅସୁନ୍ଦର ହୋଇଯାଇଚି, କେତେ ଭାବିହେଲା କିଛି ବୁଝିପାରିଲା ନାହିଁ; କାହାକୁ କିଛି ନ କହି ବିଭା ହେଲା । ଚମାରଝିଅ ସେ ଦେଶର ରାଣୀ ହେଲା । ଏହିପରି କେତେଦିନ ଗଲା, ଏଥିମଧ୍ୟରେ ବୁଢାରଜା ମରିଗଲେ । ସେ ରଜାପୁଅ ରଜା ହେଲା । ଦିନେ ରଜା ବୁଲିବାକୁ ଯାଉଚନ୍ତି, ସେହି କୂଅ ପାଖରେ ପହଞ୍ଚିଲେ ଆଛା ସୁନ୍ଦର ପଦ୍ନଫୁଲଟିଏ ଦେଖି, ତୋଳି ନେଇ ରାଣୀଙ୍କି ଦେଲେ । ରାଣୀ ବୁଝିଲେ ସେ ଯେଉଁ କୁଅରେ ରଜାଝିଅକୁ ପକାଇଦେଇଥିଲେ, ସେହି କୂଅରେ ଏହି ପଦ୍ମଫୁଲ ଫୁଟିଥିଲା । ରଜାଝିଅ ଏ ପଦ୍ମଫୁଲ ହେଇ ଫୁଟିଚି ଏହା ଜାଣିପାରି ସେ ଫୁଲଟି ଟିକି ଟିକି କରି ଛିଣ୍ଡାଇ, ନଳାମୁହଁକୁ ପକାଇଦେଲେ । କିଛିଦିନ ପରେ ରଜାଝିଅ ନଳାମୁହଁରେ ଲାଉ ଗଛଟିଏ ହୋଇ ଉଠିଲା । ବହୁତ ନାଡିଲା, ଫଳ ଯେ ଫଳିଲା ଅଗୋଚର [୧] ରଜା ଦିନେ ଗୋଟିଏ ଲାଉ ତୂଉଣ କରିବାକୁ କହିଲେ । ରାଣୀ ଲାଉ ତୂଉଣ ବସାଇଚନ୍ତି, ଲାଉ ଘଡ଼ ଘଡ ବାହାନାରେ ଶବ୍ଦକଲା, ଘଡଘଡ ଲାଉ, ଚମାରୁଣୀ ହାତରେ କି ରଜାପୁଅ ଖାଉ । ଏହିପରି ତିନି ଚାରିଥର ହେଲା । ଚମାରଝିଅ ଶାଶୁକୁ ଡାକି କହିଲା,ଦେଖ ଲାଉ କଣ କହୁଚି । 'ଘଡଘଡ ଲାଉ, ରଜାପୁଅ ମୁଣ୍ଡ ନୂଆରାଣୀ ଖାଉ । ଶାଶୁ ଏହା ଶୁଣି ଲାଉକୁ ବାରିଆଡେ ଫୋପାଡି ଦେବାକୁ କହିଲେ, ରାଣୀ ଫୋପାଡିଦେଇ ନିଶ୍ଚିନ୍ତ


  1. ଅସଂଖ୍ୟ