ପୃଷ୍ଠା:Kathalahari (RN Das, 1927) opt.pdf/୧୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୧
ଚମାରୁଣୀ ଝିଅ କଥା ।

ହେଲେ । ରଜାପୁଅ ଖାଇଲାବେଳେ ଲାଉ ମାଗିବାରୁ ରାଣୀମା କହିଲେ, ଲାଉ ଏପରି ଅମଙ୍ଗଳ କଥା କହିବାରୁ ଫୋପାଡିଦେଲୁ । ଏହିପରି କେତେଦିନ ଗଲା, ସେ ଗଛର ଲାଉ ଆଉ କେହି ଖାଆନ୍ତିନାହଁ । ଦିନେ ରଜା ବାରିଆଡେ ବୁଲୁ ୨ ଦେଖୁଲେ ଯେ, ଗୋଟିଏ ଉତ୍ତମ ସୁନ୍ଦର ଟଭାଗଛ ହେଇଚି, ତହିଁରେ ଗୋଟିଏ ଟଭାଫଳ ପାଚିଚି । ରଜାଙ୍କର ଟଭାଟି ଖାଇବାକୁ ଲୋଭ ହେଲା, ତୋଳି ଆଣି ଘରେ ଥୋଇଦେଇ ଗାଧୋଇ ଆସିଲେ । ଖାଇବା ସମୟରେ ଛୁରୀ ଲଗାଇ ଟଭାଟି ୟେପରି କାଟିଦେଇଚନ୍ତି, ସେହିପରି ଟଭା ଭିତରୁ ରଜାଝିଅ ବାହାରିପଡ଼ିଲା !! ରଜା ଆଚମ୍ପିତ ହୋଇଗଲେ, ପଚାରିଲେ ତେମେ କିଏ ? ରଜାଝିଅ ଆପଣାର ପରିଚୟ ଦେଲା ଆଉ ଚମାରଝିଅ ଯାହା ୨ କରିଥିଲା ସବୁ କହିଲା । ରଜାଝିଅକୁ ଗୋଟିଏ ଘରେ ଲୁଚାଇକରି ରଖି ରଜା ରାଣୀମାଙ୍କ ପାଖକୁ ଯାଇ କହିଲେ, ବୋଉ ! ଆଜି ଗୋଟିଏ ଲାଉ‌ରୁ ତୂଉଣ କର । ନୂଆରାଣୀ ଏଥିପାଇଁ ମଙ୍ଗୁ ନ ଥାଏ, ରଜା ଏକଜିଦ୍ କରିବାରୁ ତୁଉଣ ରାନ୍ଧିବାକୁ ଗଲା । ରଜା ରାଣୀମାଙ୍କ ସହିତରେ ସେଠାରେ ବସିରହିଲେ, ଲାଉ କଣ କହିବ ଶୁଣିବାକୁ । ଲାଉ ଘଡ଼ ୨ ହୋଇଆସିଲା,ଆଗପରି ଶବ୍ଦ କଲା, ଘଡ୨ ଲାଉ, ଚମାରୁଣୀ ହାତେ କି ରଜାପୁଅ ଖାଉ, ରାଣୀ ଭୟରେ ଥରୁଥାଏ ରଜା କିଛି ନ କହି ଚାଲିଗଲେ, ଦାଣ୍ଡଦୁଆରେ ଗୋଟାଏ ଟୋପର ଖୋଳାଇ, ରାଣୀଙ୍କି ଡକାଇଲେ, ତହିଁରେ ଧାନ କେତେସମାଇବ ଅନ୍ଦାଜ କରିବାକୁ । ରାଣୀ ବଡ଼ ମନ କଷ୍ଟରେ ଟୋପର ପାଖକୁ ଗଲେ, ପହଞ୍ଚିଲା କ୍ଷଣି ରଜା ଭିତରକୁ ଠେଲି ଦେଲେ, କହିଲେ ‘ଯା ଚମ ମାଠିଆରେ ପାଣି କାଢୁଥା’ ! ତଳକଣ୍ଟା ଉପରକଣ୍ଟା ଛାଟିଦେଲେ ମାଟି ଚଢ଼ାଇଦେଲେ ସେ ରଜାଝିଅକୁ ବିଭା ହୋଇ ସୁଖରେ ଘର ଦୁଆର କଲେ, ମୁଁ ଗଲାରୁ କଥା ନ କହିଲେ, ମୋ କଥାଟି ସରିଲା ଇତ୍ୟାଦି ।