ପୃଷ୍ଠା:Kathalahari (RN Das, 1927) opt.pdf/୧୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୪
ଉତ୍କଳ କାହାଣୀ ସଂଗ୍ରହ

କଥାଯାକ ତାକୁ କହିଲା । ସବୁ କଥା ଶୁଣି ପୁଅ କହିଲା, ମୁଁ ଯିବି, ବାପ ହେରିକାକୁ ମୁକ୍ତ କରି ଆଣିବି । ସମସ୍ତେ ମନା କରୁଥାନ୍ତି, ସେ ଏକା ଯିଦିକରି ବାହାରିଲା । ଘୋଡ଼ାଶାଳକୁ ଯାଇ ଦେଖୁଲା ଯେ, ଗୋଟିଏ ମଢ଼ିଅ ଘୋଡ଼ାଟିଏ ହସୁଚି, ତାକୁ ଅଣିଲା, ଛାଟ ଆଣିଲା, ମା' ଖୁଡୀ ସମସ୍ତଙ୍କୁ ଦଣ୍ଡବତ କରି ଯୋଗାଁଗାଁକୁ ଗଲା, ସେ ମାଲୁଣୀଘରେ ପହଞ୍ଚିଲା । ମାଲୁଣୀ ୟାକୁ ସେଠାରେ ରହିବାକୁ ମନା କରୁଥାଏ; ଏ କହିଲା କୁ ମୋ ଘୋଡ଼ାକୁ ନେଇ ଆଉ କୋଉଠି ବାନ୍ଧି ଆ, ମୁଁ ଢେ। ଘରେ ମାଇପି ବେଶ ହୋଇ ରହୁଚି । ଯୋଗୀ ଯଦି ପଚାରିବ କହିବୁ ଏ ମୋ ଝିଆରୀ, ମୁଁ ତ ବୁଢୀ ହେଲିଣି, ଯଦି ମରିଯିବି ନୁଆ ସାନ୍ତାଣିଙ୍କ ପାଇଁ ଫୁଲ କିଏ ଗୁନ୍ଥିବ ? ଏଯୋଗୁଁ ୟାକୁ ଆଣି ରଖିଚି । ବିସିକେସନ ଗୁରାଏ କଳା ବୋଳି ହେଲା, ଖଡୁ ଶାଢୀ ପିନ୍ଧି ଗୋଟିଏ ସ୍ତିରୀରୂପ ଧରିଲା, ତା ଘରେ ରହିଲା । ଯୋଗୀ ଆସିଲା, ମାଲୁଣୀଠାରୁ ଫୁଲ ନେଇଗଲା, ବିଶିକେସନକୁ ମାଲୁଣୀର ଝିଆରୀ ବୋଲି ବୁଝିଲା । ଏହିପରି ଥାଏ, ଦିନେ ବିସିକେସନ ମାଲୁଣୀକୁ କହିଲା, ମାଉସି ! ମୁଁ ଖଣ୍ଡିଏ ଫୁଲ ଗୁନ୍ଥନ୍ତି ? ମାଲୁଣୀ କହିଲା ନାହିଁରେ ପୁଅ ଅସୁନ୍ଦର ହେଲେ ଯୋଗୀ ଆଉ ମତେ ରଖିବ ନାହିଁ । ଏ କହିଲା ସୁନ୍ଦର ହେଲେ ନେଇଯିବୁ, ଅସୁନ୍ଦର ହେଲେ ଫୋପାଡି ଦେଇଯିବୁ । ବିସିକେସନ ଯୋଉ ଫୁଲ ଖଣ୍ଡି ଗୁନ୍ଥିଲା ସେ ବଡ଼ ସୁନ୍ଦର ଦେଲା, ମାଲୁଣୀ ତାକୁନେଇ ଲୀଳାବତୀକୁ ଦେଲା । ବିସିକେସନ ସେ ଫୁଲମାଳରେ ଖଣ୍ଡିଏ କେଢକୀପାଖୁଡାରେ ଭାଷା ଲେଖି ଗୁଛି ଥାଏ । ଲୀଳାବତୀ ଦେଖୁ ଦେଖୁ ସେ ଭାଷାଖଣ୍ଡିକ ଖସି ପଡିଲା, ପଢ଼ି ଦେଖେ ଯେ, ତାର ପୁତୁରା ବିସିକେସନ ତାକୁ ନେବାକୁ ଆସିଚି । ଯୋଗୀର ଜୀବନ କୋଉଠି ଅଛି କଥାରେ ତାକୁ ପଚରି କହିବାକୁ ଲେଖିଚି । ମନକଥା ମନରେ ଥାଏ, ଦିନେ ଲୀଳାବତୀ ଯୋଗୀ ସଙ୍ଗେ କଥାବାର୍ତ୍ତା କରୁ ପଚାରିଲା ହେ ହେ । ତମେ ଯଦି