ପୃଷ୍ଠା:Kathalahari (RN Das, 1927) opt.pdf/୧୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୬
ଉତ୍କଳ କାହାଣି ସଂଗ୍ରହ ।

ଆଉ ଛ ଦାଦିକୁ ଦେ, ସେମାନଙ୍କ ଘୋଡ଼ା ଦେ । ଯୋଗୀ ସେମାନଙ୍କୁ ନିଜରୂପଦେଲା । ମାଲୁଣୀଘର ବଂଶ, ଧୋବା ଘର ବଂଶ ଆଉ ସେ ଗାଁର ଯେତେଲୋକକୁ ଯୋଗୀ ଗଛ ବୃକ୍ଷ କରି ସହ କରିଥିଲା, ସେମାନଙ୍କୁ ସମସ୍ତଙ୍କୁ ମଣିଷ କଲା । ଯୋଗୀ ବିସିକେସନ ଠାରୁ ଫଡୁଆଟି ନେବ ବୋଲି ବଡ ବେସ୍ତ ହେଉଥାଏ । ବିଶି କେସନ କହିଲା ତୁ ଏଠାରେ ନିଆଁକର ମୁ ଦେବି । ଯୋଗୀ ନିଆଁ ଅକରାଏ ଲଗାଇଲା ବିଶିକେସନ ଫଡୁଆଟି ତା ଭିତରୁ ବଗଟିକୁ ବାହାର କରି ସମସ୍ତଙ୍କ ଆଗରେ ବେକ ମୋଡି ଦେଇ ନିଆଁରେ ପକାଇ ଦେଲା । ଯୋଗୀ ମୁଠୁଣିଏ ଜିଭକାଢ଼ି ସେଇକ୍ଷଣ ମରିଗଲ । ବିଶିକେସନ ବାପ ଦାଦି ସାତଭାଇ ଆଉ ଲୀଳାବତୀକୁ ଘେନି ଘରକୁ ଆସିଲା । ଆନନ୍ଦରେ ଘର ଦୁଆର କଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।




ଅଁଳାକଣ୍ଢେଇ କଥା !


ଦୋଟି ମୂଲିଆ ମୂଲିଆଣି ଥାନ୍ତି, ମୁଲିଆଟି ରଜାଘରୁ ମୂଲ ଲାଗି ଧାନ ଗଉଣୀଏ ଆଣେ, ତାକୁ ନିତି ଖାଇ ଦିନ କଟାନ୍ତି । ଦିନକର ଅଁଳାକଣ୍ଢେଇ ବିକା ଆସିଥିଲା, ଗାଁ ଭିତରେ ସମସ୍ତେ କିଣିଲେ, ମୂଲିଆଣୀଟି ବି ଦିନକରର ମୂଲଧାନ ଗୌଣିକ ଦେଇ ଗୋଟିଏ କିଣିଲା । ଟଙ୍କା ସୁନା ସାଙ୍ଗରେ ଧାନ ଗୌଣିକ କୋଉଠି ସରି [୧] ? ଏଠୁକରି ମୂଲିଆଣିଟି ଯୋଉ କଣ୍ଢେଇଟି କିଣିଥିଲା ତା ସବୁଠାରୁ ଅସୁନ୍ଦର ଦିଶୁଥିଲା । କଣ୍ଢେଟିକି ଆଣି ମୁଲିଆଣୀ ତା କୁଡିଆ ଘରେ


  1. ସମାନ ।