ପୃଷ୍ଠା:Kathalahari (RN Das, 1927) opt.pdf/୧୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୭
ଅଁଳାକଣ୍ଢେଇ କଥା ।

ଗୋଟିଏ ଠଣାରେ ରଖିଦେଇଥାଏ । ତାର ଗେରସ୍ତ କାମ ସାରି ଘରକୁ ଆସି ଦେଖିଲା ଯେ, ଖାଇବା ପିଇବାକୁ କିଛି ନାହିଁ, ମୂଲ ଧାନରେ ଅଁଳାକଣ୍ଢେଇଟିଏ କିଣା ହୋଇଚି । ଭୋକରେ ପେଟ ଜଳୁଚି, ଭାରିଜାକୁ ନିସ୍ତୁକ ମାଡ଼ ଚଢ଼ାଇଲା, ଉପାସ ଭୋକରେ ଫେର କାମକୁ ଗଲା, କାମରୁ ଆସି ଯାହା ମିଳିଲା ଖାଇ ଗେରସ୍ତ ଭାରିଜା ଦିହେଁ ରାତିରେ ଶୋଇଲେ । ରାତିଇ ପହରେ ହୋଇଚି ଅଁଳାକଣ୍ଢେଇ ଡାକ ପକାଇଲା, ‘ଲୋ କହୁଣୀଖାଇ, ମୁଁ ହଗିଯିବି ଉଠୁ ।’ ମୂଳିଆଣୀ ଉଠୁ ନ ଥାଏ, ଅଁଳାକଣ୍ଢେଇ ଡାକ ଉପରେ ଡାକ ପକାଇବାରୁ, ବିଚାରୀ ଉଠିଲା, କହିଲା ତୁ ପଛକେ ଏ ଘର କଣରେ ହଗ୍ ଆଉ ପାଟି କର ନା, କାଳେ ତା ଗେରସ୍ତ ନିଦ ଭାଙ୍ଗିଯିବ, ଏହି ଭୟରେ ଏପରି କହିଲା । ଅଁଳାକଣ୍ଢେଇ ସେ ଘର କଣରେ ହଗିଲା । ଫେର୍ ଶୋଇଚନ୍ତି, ରାତି ଦିପହର ଦେଲାଣି, ଅଁଳାକଣ୍ଢେଇ ଉଠିଲା, ଫେର୍ ସେହିପରି ଡାକ ପକାଇଲା । ମୁଲିଆଣୀ କହିବା ଅନୁସାରେ ଘର କଣରେ ହଗିଲା । ରାତି ଶେଷ ପହରେ ଯେତେବେଳେ ଅଁଳାକଣ୍ଢେଇ ଉଠି ପୁଣି ସେହପରି ଡାକିଲା, ମୁଲିଆଣୀ ବିଚାରୀ ଭାରି ବିରକ୍ତ ହୋଇ କହିଲା ମୋ କାନିରେ ହଗ । ସତକୁ ସତ କଣ୍ଢେଇମଣି ଆସି ତା କାନିରେ ହଗିଦେଇ ଗଲା । ଏହିପରି ରାତି ପାହିଲା, ସସକାଳୁ ଉଠ ମୁଲିଆଣୀ ଦେଖେ ଯେ ତା କାନିରେ ଘୁଅଫୁଅ କିଛି ନାହିଁ, ସୁନା ଗୁଡ଼ାଏ ! ଘର କଣକୁ ଅନାଇ ଦିଏ ଯେ କଣେ ସୁନା ଜମା ହୋଇଚି । ଆନନ୍ଦର ଆଉ ସୀମା ରହିଲା ନାହଁ । ସ୍ୱାମୀକି ଡାକିଆଣି ସବୁ ଦେଖାଇଲା । ଯାହା ଖରଚ କରିବାର କଲେ, ବାକୀ ମାଠିଅରେ ପୁରାଇ ଭଡିତଲେ ପୋତି ରଖିଲେ । ଏହିପରି ସବୁଦିନେ କରନ୍ତି, ସେ ମୁଲିଆଣିର ସେ ଗାଁରେ ଗୋଟିଏ ସଙ୍ଗାତ ଥିଲା,ସଙ୍ଗ।ତ ଦିନେ ତା ଘରକୁ ଆସିଲା, ଦେଖୁଲା ୟାଙ୍କ ଘରେ ସମ୍ପତ୍ତି ମାଡିଯାଉଚି ପଚାରିଲା,ଏତେ ସମ୍ପତ୍ତି କୁଆଡୁ ହେଲା ? ବୁଝିଲା ଯେ ସେଦିନ ସଙ୍ଗାର ସେ ଅଁଳାକଣ୍ଢେଇ କିଣିଥିଲା