ପୃଷ୍ଠା:Kathalahari (RN Das, 1927) opt.pdf/୧୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୧
ବୁଦ୍ଧିମତୀ ସାଧବଝିଅର କଥା

ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣି ଧାଈକି ବିକିବାକୁ ଦେଲା। ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କ‌ହିଲା, ଧାଈ ବେଠିଆ ଡ଼ାକିଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡ଼ାକି ଆଣିଲା ସେ ସବୁ ଲଟା କାଟିଲେ କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡ଼କାଇ ଅଳଙ୍କାର ଗଢ଼ାଇଲା; ରୁପାବାସନ ସାରେ କଲା, ସୁନାବାସନ ସାରେ କଲା,ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି ଧାଈକି କ‌ହିଲା, ଯା କେଳାସାହିରୁ କନ୍ଥା ଆଉ କେଲୁଣୀସଜ ଆଣିବୁ । ଧାଈ କେଲୁଣୀ ସଜ ଆଣିଲା, ସାଧବ ଝିଅ କେଲୁଣୀସଜ ସବୁ ପିନ୍ଧିଲା, ଗୋଟିଏ ଚକିଆ ହାର ବେକରେ ଲଗାଇଲା, ତା ସ୍ୱାମୀଘର ଯୋଉଠି, ଗଲା ସେଇଠିକି ଭିକମାଗିବାକୁ । ସମସ୍ତେ ଭିକ ଦେଲେ, କ‌ହିଲେ କେଡ଼େ ସୁନ୍ଦର କେଲୁଣିଟିଏ ଆସିଚି । ସେ ରଜାପୁଅ ଆଉ ଗୋଟାଏ ବିଭାହୋଇଥାଏ ସେ କ‌ହିଲା ମୁଁ ଟିକିଏ କେଲୁଣୀକି ଦେଖନ୍ତି ? ନଅରଭିତରୁ ଜଳାବାଟେ କେଲୁଣୀକି ଦେଖିଲା । କେଲୁଣୀ ବେକରେ ଯୋଉ ଚକିଆ ହାରଟି ଥିଲା ତାକୁ ଦେଖି ନୂଆରାଣୀଙ୍କର ବଡ଼ ଲୋଭ ହେଲା; ରଜାପୁଅକୁ କ‌ହିଲା ମତେ ସେ ହାରଟିକି ଆଣିଦିଅ । ରଜା କେଲୁଣୀକି ସେ ହାରଟିକି କିଣିବାକୁ ମାଗିଲାରୁ ସେ ନାହିଁକଲା, ନୂଆରାଣୀ ଏକ ଯିଦ୍ ଲଗାଇଲେ ଯୋଉଠୁ, ରଜାପୁଅ କେଲୁଣୀକି କ‌ହିଅ, ମତେ ଏହାର ପନ୍ଦରଦିନ‌ଯାଇଁ ଦେଇଥା, ମୁଁ ତ‌ତେ ଫେରାଇଦେବି, କେଲୁଣୀ ନାହିଁ କରୁଥିଲା, ରଜାପୁଅ ଯାଉଁ ଭାରୀ ଯିଗର ଲଗାଇଲା ସାଧବଝିଅ କ‌ହିଲା, ହ‌ଉ ଭଲ‌ଲୋକ ଡ଼ାକ, ମୁଁ ଭଲ‌ଲୋକଙ୍କାଆଗରେ ତମକୁ ହାର ଦେବି । ଭଲ‌ଲୋକ ଆସିଲେ, ସାଧବଝିଅ କ‌ହିଲା, ତେମେମାନେ ସାକ୍ଷୀ ଥାଅ, ଏ ହାର ନଉଚନ୍ତି, ପନ୍ଦର ଦିନରେ