ପୃଷ୍ଠା:Kathalahari (RN Das, 1927) opt.pdf/୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୩
କାଚଖମ୍ବ କଥା ।

କ‌ହିଲା ମୋ ଦୁଆରେ ଡାହାଣୀ କି ଗୋସାଣୀ କି କଣ ଗୋଟାଏ ପକାଇଚ, ୟାକୁ ଉଠାଅ । ଅସୁର ଛୁଆମାନେ ମାଡ଼ଗାଳି ଖାଇ ସେ କାଠଗରକୁ ନେଇ ସେ ଆମ୍ବଗଛ ମୂଳେ ପକାଇ ଦେଇ ଆସିଲେ । ସେତେବେଳକୁ ସଞ୍ଜ ଲାଗିଥିଲା, ଏ ପିଲାଗୁଡ଼ିକ କାଠଭିତରୁ ବାହାରିଲେ, ବନସ୍ତେ ବନସ୍ତେ ଘରକୁ ଯିବାକୁ ବସିଲେ । ଯାଉଁ ଯାଉଁ ବାଟରେ ବଣାହୋଇ କିଏ କୁଆଡ଼େ ଗଲେ । ସବା ସାନ ଝିଅଟି ବୁଲି ବୁଲି ଗୋଟିଏ ରଜାନଅର ଦେଖିଲା, ସେ ନଅର ଦୁଆରେ ଗୋଟିଏକାଚ ଖମ୍ବ ଥିଲା, ସେଇଠି ପ‌ହଞ୍ଚିଲା, କ‌ହିଲା ଯେମନ୍ତ ସତ୍ୟଯୁଗ ହୋଇଥିବ, ଏ ଖମ୍ବ ଫାଟିଯିବ ମୁଁ ତ‌ହିଁରେ ପଶିଯିବି । କାଚ ଖମ୍ବ ଫାଟିଗଲା, ସାଧବ ଝିଅ ତ‌ହିଁରେ ପଶିଗଲା । ସେଇଥିରେ ଥାଏ, ରାତିରେ ସମସ୍ତେ ଖାଇପିଇ ଶୋଇଲେ ଏ ସେଥିରୁ ପଦାକୁ ବାହାରେ, ଗାଧୁଆ ପାଧୁଆ କରେ, ଫେର ସେଇଥିରେ ପଶିଯାଏ, ଏହିପରି ସବୁଦିନ କରୁଥାଏ । ସେ ରାଜାର ପୁଅ ସବୁଦିନେ ଶୁଣେ ଯେ ଗୋଟିଏ କିଏ ଦୁଆରେ ଝୁଣୁ ଝୁଣୁ ହୋଇ ଆସ ଯା କରୁଚି, ମାତ୍ର କିଛି ବୁଝିପାରେ ନାହିଁ । ଦିନେ ସେ ରଜାଙ୍କ ଦୁଆରେ ପାଲା ହେଲା, କେତେ ଲୋକ ଦେଖିବାକୁ ଆସିଲେ । ସାଧବଝିଅ କାଚଖମ୍ବରୁ ବାହାରି ପାଲା ଦେଖିବାକୁ ଗଲା । କେହି ଦେଖିବେ ନାହିଁ ବୋଲି ମେଘନାଦ ପାଚେରୀ ଉପରେ ବସି ପାଲା ଦେଖୁଥାଏ । ରଜାପୁଅ ସେଠାରେ ଘୋଡ଼ାଦୌଡ଼ କରୁଥାଏ, ତାର ପାଚେରୀ ଉପରକୁ ନ‌ଜର ପଡ଼ିଗଲା, ଦେଖେ ଯେ ଉତ୍ତମ ସୁନ୍ଦରୀ ସ୍ତ୍ରୀଟିଏ ବସିଚି, ତାକୁ ଦେଖି ପାଚେରୀ ଆଡ଼କୁ ଦୌଡ଼ି ଆସିଲା । ରାଜାପୁଅ ଆସିବାର ଦେଖି ସାଧବ ଝିଅ ଦୌଡ଼ି ଆସି କାଚଖମ୍ବରେ ପଶିଗଲା, ରାଜା ପୁଅ ଆଉ ଏହା ଦେଖି ପାରିଲା ନାହିଁ ପାଚେରୀ ଉପରୁ ଦୌଡ଼ିଆସିଲାବେଳେ ସାଧବଝିଅ ଗୋଡ଼ରୁ ନେପୁର ପଟିଏ ଖସିପଡ଼ି ଥିଲା, ରଜାପୁଅ ତାକୁଇ ପାଇ ରଖିଥାଏ, ସବୁବେଳେ ଦେଖୁଥାଏ । ମନେ ମନେ ଖାଲି ଭାବି ହେଉଥାଏ ଏ ନେପୁରତ ଏଡ଼େ