ପୃଷ୍ଠା:Kathalahari (RN Das, 1927) opt.pdf/୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ଉତ୍କଳ କାହାଣୀ ସଂଗ୍ରହ ।

କଣକଲା ନା ନେଇଗଲା ଗଉଡ଼ ଟୋକାକୁ, ଗୋଟାଏ ମୁଣିରେ ପୁରାଇଲା, ନେଇ କରି ଗଲା ମୁଣ୍ତେଇକରି । ଅଧବାଟରେ ହେଇଛି ବୁଢ଼ୀ ଅସୁରୁଣୀକି ପୋଖରୀ ମାଡ଼ିଲା, ବାଟରେ ଥୋଇ ଦେଲା ମୁଣିଟିକି, ପୋଖରୀଗଲା । ଗଉଡ ଟୋକା କଣ କଲା, ମୁଣିକି ଚିରି ଦେଲା, ସେଥିରୁ ବାହାରିଲା, ସେ ମୁଣିରେ ଗୁଡାଏ ପଙ୍କ ପାଣି କଣ୍ଟା ଏଣୁ ତେଣୁ ପୂରାଇ ଦେଲା, ଘରକୁ ପଳେଇ ଆଇଲ । ବୁଢ଼ୀ ଅସୁରୁଣୀ ଆସିଲା ମୁଣିଟିକି ମୁଣ୍ତାଇଲା, ନେଇକରି ଗଲା । ବାଟରେ କଣ ହେଉ ଥାଏ ନା ବୁଢ଼ୀଅସୁରୁଣୀ ମୁଣ୍ଡରେ କଣ୍ଟା ଫୋଡ଼ି ହୋଇ ଯାଉ ଥାଏ । ଏ କହୁଥାଏ ଚାଲ ମୁଣ୍ଡପୋଡା, ଘରକୁ ଗଲେ ତୋ ରଙ୍ଗ ବୁଝିବି । ଏହିପରି ବାଟଯାକ ଚଦିକରି ଯାଇଥାଏ । ଘରକୁ ଗଲା ମୁଣିକିଦୁମ୍‌କିନା କଚାଡ଼ି ଦେଲା ଫିଟେଇ କରି ଦେଖିଲା । ଦେଖିଲା ବେଳକୁ ଆଉ ଗଉଡ଼ଟୋକା ସେଥିରେ ନାହିଁ, ଏଣୁ ତେଣୁଁ ଗୁଡ଼ାଏ ପଶିଚି । ବୁଢ଼ୀ ଅସୁରୁଣୀ କ‌ହିଲା ଆରେ ଆରେ ମତେ ଠକି ଦେଇ ଗଲା ବାହାରି, ଆଉ କଣ କରିବି । ତୁନି ହୋଇ ରହିଲା । ଦି ଚାରି ଦିନ ଛାଡ଼ିଦେଲା, ଫେର୍ ଗଲା ସେହି ମଣ୍ତାଗଛ ପ।ଖକୁ । ଦେଖିଲା ଗଉଡଟୋକା ଗଛରେ ଚଢ଼ି ମଣ୍ଡା ପିଠା ଖାଉଚି, ବୁଢ଼ୀ ଅସୁରୁଣୀ କହିଲା, ପୁଅରେ ମତେ ଗୋଟିଏ ଦିଅନ୍ତୁ । ଗଉଡ଼ଟୋକା କହିଲା ଆଉକଣ, ସେ ଦିନତ ଧରିକରି ନେଇ ଗଲୁ, ଆଜି କାହଁକି ଦେବି ? ତଳେ ପଡ଼ିଚି ଗୋଟେଇକରି ଖାଉନାହୁଁ । ଅସୁଋଣୀ କ‌ହିଲା ନାହିଁରେ ପୁଅ, ସେଦିନ ସିନା ନେଇଗଲି ଆଜି ନେବି ନାହିଁ, ମୋ ହାତକୁ ଗୋଟିଏ ଦେ । ଗୋଉଡ଼ ଟୋକା ପିଠାଟିଏ ତା ହାତକୁ ଦେଲା ବୁଢ଼ିଅସୁରୁଣୀ କଣକଲା ନା, ତାହାକୁ ଧରି ଗଛରୁ ଓଟାରିଆଣିଲା ଫେ୍ର ମୁଣିରେ ପୂରାଇଲା, ନେଇକରି ଘରକୁ ଗଲା, ଆଉ କେଉଁଠି ଥୋଇଲା ନାହିଁ ବାଟରେ, ବରାବର ଘରକୁ ନେଇଗଲା । ଘରେ ମୁଣିରୁ ବାହାର କରି, ଝିଅକୁ ଡାକି କ‌ହିଲା ଝିଅ ଲୋ ମୁଁ ଯାଉଛି