ପୃଷ୍ଠା:Kathalahari (RN Das, 1927) opt.pdf/୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୧
ଅଜଗର ସାପ କଥା ।

ବାହାରି । ଗତିକି ଖଟ ଉପରେ ବିଛଣା କରି ଆଣି ଝିଅକୁ ଶୁଆଇଦେଲେ, ଅଜଗରକୁ ଖଟ ଗୋଡ଼ରେ ବାନ୍ଧିଦେଇ ଆସିଲେ । ଧାଈ ଆର ପାଖ ଘରେ ଶୋଇଥାଏ, ରାତି ଅଧ ହେଲାଣି ଅଜଗର ସେ ଖଟ ଗୋଡ଼ରୁ ବାହାରିଲା, ଖଟଉପରକୁ ଯାଇ ସାନରାଣୀ ଝିଅକୁ ଗୋଡ଼ଆଡ଼ୁ ଗିଳିଲା । ଏ ଡାକିଲା ଧାଈ ଗୋଡ଼ ଗଲା, ଧାଈ ଆରଘରୁ କହୁଥାଏ ଜୋଇଁ ଗୋଡ଼ରେ ବଳା ପାହୁଡ଼ ଲଗାଇ ଦେଉଛନ୍ତି, ପାଟି କରୁଚୁ କାହିଁକି? ଏ କହିଲା ମୋ ଅଣ୍ଟା ଗଲା, ଧାଈ କହିଲା ଚନ୍ଦ୍ରହାର ଲଗାଇ ଦେଉଛନ୍ତି ନା, ଏ କହିଲା ମୋ ହାତ ଗଲା, ଧାଇ କହିଲା ଜୋଇଁ ଚୁଡ଼ୀ ଖଡ଼ୁ ଲଗାଉଛନ୍ତି, ଏ କହିଲା ମୋ ବେଳ ଗଲା ଧାଈ କହିଲା ଜୋଇଁ ଚାପସରୀ ପିନ୍ଧାଇ ଦେଉଛନ୍ତି । ଏହିପରି ସାପ ଗୋଟିକଯାକ ଗିଳିଦେଇ ଖଟଉପରେ ଥିରି ହୋଇ ଶୋଇଲା । ରାତି ପାହିଲା, ଦିନ ଦିପହର ହେଲାଣି, ଆଉ କବାଟ ଫିଟିଲା ନାହିଁ । ସାନରାଣୀ ଖାଲି ଛଟପଟ ହେଉଥାଏ, କେମନ୍ତି ବଡ଼ରାଣୀ ପରି ଗୋଟିଏ ସୁନ୍ଦର ଜୁଆଁଇ ଦେଖିବ । ବେଳ ଗଡ଼ିଗଲା ଯୋଉଠୁ କବାଟ ଭାଙ୍ଗି ଘରେ ପଶିଲେ, ଦେଖିଲାବେଳକୁ ଝିଅ ନାହିଁ, ଅଜଗର ସାପ ପଡ଼ିଚି ଝିଅକୁ ଗିଳିଦେଇ କରି । ଯୋଉଠୁ ସମସ୍ତେ ଗଦା ହୋଇ ପଡ଼ିଲେ ଦେଖିବାକୁ ଅଜଗର ସାପ ଗୋଟାଏ ଗର୍ଜନ ଛାଡ଼ି ସମସ୍ତଙ୍କୁ ମାଡ଼ିଦେଇ ପାହାଡ଼କୁ ପଲାଇଲା । ସାନରାଣୀ କାନ୍ଦି ବୋବାଇ ରହିଲା । ବଡ଼ରାଣୀ ଝିଅଜୋଇଁ ଘେନି ସୁଖରେ ହସିଖେଳି ଘରଦୁଆର କଲା, ମୁଁ ଗଲାରୁ କଥା କହିଲା ନାହିଁ । ମୋ କଥା ସରିଲା ଇତ୍ୟାଦି ।