ପୃଷ୍ଠା:Kathalahari (RN Das, 1927) opt.pdf/୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୨
ଉତ୍କଳ କାହାଣୀ ସଂଗ୍ରହ ।

ସବୁ ଭାଇମାନଙ୍କୁ, ମାକୁ, ବାପକୁ ଖାଇବାକୁ ଦେଲା, ସମସ୍ତେ କହିଲେ ଆଜି ଶାଗ ଭଲ ହୋଇଛି, ସାନବୋହୂ କାହିଁକି ଏମିତି ଅବର୍ଜିୟା କରି ଖରଡ଼େ ? ଏହିପରି ସାନବୋହୂକୁ ସମସ୍ତେ ନିନ୍ଦା କଲେ । ସାନବୋହୂ ଆଉ କିଛି କହିଲା ନାହିଁ, ରାତିରେ ଯେତେବେଳେ ତାର ସ୍ୱାମୀ ସଙ୍ଗେ ଦେଖା ହେଲା, ଖାଲି କାନ୍ଦିଲା । ସ୍ୱାମୀ ଯେତେ ପଚାରୁଥାଏ କିଛି କହୁ ନ ଥାଏ, କେତେବେଳେ ସରିକି କହିଲା, ତେମେ ସତ୍ୟ କର ମୁଁ କହିବି । ସେ ସତ୍ୟ କାଲ, ସେଉଠୁ ତା ଭାରିଜା କହିଲା- କଞ୍ଚନବତୀ ଯୋଗୁଁ ମୋର ଆଜି ଏତେ ନିନ୍ଦା, ସେ ଯେବେ ଏ ଘରୁ ଯିବ ମୁଁ ତ ଭାତ ଖାଇବି, ନଇଲେ କେଭେଁ ଭାତ ଖାଇବି ନାହିଁ । ତାର ବର କହିଲା ହଉ, କାଲି ତାକୁ ନେଇ ମାରିପକାଇବି । ତହିଁ ଆରଦିନ ସକାଳୁ ସାନଭାଇ କଣ କଲା ଦାଣ୍ଡଦୁଆରୁ ଆଇଲା, କହିଲା ବୋଉ, କଞ୍ଚନବତୀର ଶଶୁର କହିଚି କଞ୍ଚନବତୀକି ପଠାଇ ଦେବାକୁ । ମା ଭାର ସଜିଲ କଲା, ସାନ ଭାଇ ସାଙ୍ଗରେ ଝିଅକୁ ଶାଶୁଘରକୁ ପଠାଇଦେଲା । କଞ୍ଚନବତୀ ଆଉ ତା ଭାଇ ଯାଉଛନ୍ତି, ବାଟରେ ଗୋଟିଏ ଗାଁ ପାଖରେ କଞ୍ଚନବତୀକି ତା ଭାଇ କହିଲା, ତୁ ଏଇଠି ବସିଥା, ମୁଁ ଗାଁ ଭିତରୁ ପାଣି ପିଇ ଆସେ । ଏହା କହିଲା, ଗଲା ଯେ ସେ ଆଡ଼େ କେତେବେଳଯାଏ ରହିଲା । ଯେ ଯାଉଥାଏ ବାଟରେ କଞ୍ଚନବତୀ ତାକୁ ପଚାରୁଥାଏ ମୋ ଭାଇକି ଦେଖିଚକି ? ସମସ୍ତେ ନାହିଁ କରୁଥାନ୍ତି, କେତେବେଳେକେ ତାର ଭାଇ ତେଣୁ ଗୋଟାଏ ପଠାଣର ପୋଷାକ ପିନ୍ଧି ଖଣ୍ଡା ପଟେ ହାତରେ ଧରି ପିକାଟାଏ ଖାଇଖାଇକା ଆସିଲା, କଞ୍ଚନବତୀକି ହାଣି ପକାଇଲା । କଞ୍ଚନବତୀ ସେଇଠି ଗୋଟିଏ ଆଛା ସୁନ୍ଦର କଞ୍ଚନଗଛ ହୋଇ ରହିଲା । ତହିଁରେ କତେଦିନକେ କଞ୍ଚନବତୀର ଶଶୁର କଞ୍ଚନବତୀକି ନେବାକୁ ଆସି ବାଟରେ ସେହି କଞ୍ଚନଗଛମୂଳେ ବସିଲା । ଶଶୁର ସାଙ୍ଗେ