ପୃଷ୍ଠା:Kathalahari (RN Das, 1927) opt.pdf/୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୭
ଟକ୍‌ମକ୍ ପାଣି ଚଳନ୍ତି ବାଜା କଥା।

ଏମାନେ ସବୁ କହିଲେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ, ପୁଅ କହିଲା, ତମମାନଙ୍କ ଦୁଃଖ ପେଡ଼ିବ, ତେମେମାନେ ମେତେ ଉପରକୁ ଉଠାଇ ଦିଅ । ଏମାନେ ଅସୁରୁଣୀ ଭୟରେ ନାହିଁ କରୁଥାନ୍ତି । ପୁଅ ଏକଯିଦ୍ ଲଗାଇଲା ଯୋଉଠୁଁ ଏମାନେ କଣ କଲେ, ତାଉପରେ ତାଉପରେ ହୋଇ ଠି ହେଲେ, ପୁଅକୁ ଉପରକୁ ଉଠାଇ ଦେଲେ । ପୁଅ ଆସିଲା ଉପରକୁ, ସବୁ ଚାକରମାନଙ୍କୁ ପଚାରିଲ ରାଣୀଙ୍କ ଉଆସ କେଉଁଠି ? ସମସ୍ତେ ରାଣୀଙ୍କ ଉଆସ ଦେଖାଇ ଦେଲେ । ଏ ଯାଇ ଦଣ୍ଡବତ କଲା ଅସୁରୁଣୀକି, କହିଲା ମୋ ମା ମାନଙ୍କ ଆକ୍ଷି ଦିଅ । ଏ କହିଲା ମୁଁ ଆକ୍ଷି ଦେଖି ନାହିଁ । ଏ ସେଇଠୁ ରାଜାଙ୍କ ପାଖକୁ ଗଲା, ଦଣ୍ଡବତ କଲା । ୟାକୁ ଯାଉଁ ରାଜା ଜାଣିଲେ ଯେଉଁମାନଙ୍କୁ ଦୀଘିରେ ପକାଇଛନ୍ତି, ତାଙ୍କରିମାନଙ୍କ ପୁଅ ବୋଲି; ରାଜା କହିଲେ ହଉ ଆମ ପାଖରେ ରହ । ଏ କେତେ ଦିନ ରହିଲା । ଅସୁରୁଣୀ ଖାଲି ଫିକର ଲାଗିଥାଏ କେମନ୍ତି ୟାକୁ ମାରିବ । ଦିନେ ମିଛେରା ଜର କଲା ବୋଲି ଶୋଇଲା, ରାଜାଙ୍କୁ ଡକାଇପଠାଇ କହିଲା ଆମ ଦେଶରେ ଯେଉଁ ଚଳନ୍ତି ବାଜା, ଟକମକ ପାଣି ଅଛି ସେ ଯେବେ ଆସିବ ଓଷଧ ତିଆରି ହେବ, ମୁଁ ଖାଇଲେ ଜର ଭଲ ହେବ । ରାଜା ଭାବିଲେ କିଏ ଯିବ ଏ ସବୁ ଆଣିବ ? ଅସୁରୁଣୀ କହିଲା, ସେ କଣ ସହଜ କଥା ? ଯେବେ ସେହି ପୁଅ ଯିବ ଆଣିପାରିବ, ନଇଲେ ଆଉ କେହି ଆଣିପାରିବେ ନାହିଁ । ରାଜା କହିଲେ ହଉ, ପୁଅକୁ କହିଲେ । ପୁଅ କଅଣ କଲା, ରାଜାଙ୍କ ଘୋଡ଼ାଶାଳରୁ ଘୋଡ଼ାଟିଏ ନେଲା, ବାହାରିଲା, ଗଲାବେଳେ ଅସୁରୁଣୀକି ଦଣ୍ଡବତ କରିବାକୁ ଗଲା । ଅସୁରୁଣୀ ଖଣ୍ଡେ ଭାଷା ଲେଖିଲା ଛଭଉଣୀଙ୍କ ପାଖକୁ, କି ଏ ମୋ ସଉତୁଣୀଙ୍କ ପୁଅଯାଉଚି, ଯାକୁ ଯେପରି ମାରି ଖାଇଦେବ; ଆଉ ଯେମନ୍ତି ଏ ରାଜ୍ୟକୁ ନ ଆସିବ । ଏତ ଦୀଘିଭିତରେ ବଢ଼ିଥିଲା; ପାଠପଢ଼ି ନାହିଁ