ପୃଷ୍ଠା:Kathalahari (RN Das, 1927) opt.pdf/୫୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୦
ଉତ୍କଳ କାହାଣୀ ସଂଗ୍ରହ ।

ନିତି କହେ, ଯାଏ ଭିକ ମାଗି । ଦିନକରେ ଭାରିଯାକୁ କହିଲା, ଆଜି ପିଠାକର, ଚାଉଳ ଦେଇଗଲା, ଗାଧୋଇଲା । ଭାରିଯା ଚାଉଳ ବାଟି ପିଠା କଲାବେଳକୁ ସାତ ଝିଅଯାକ ଆସିଲେ, କହିଲେ ମା କଣ କରୁଚୁ ଆମକୁ ଦେବ । ମା ସାତ ଝିଅଙ୍କୁ ଗୋଟିଏ ୨ ଦେଉଁ ୨ ସବୁ ସରିଗଲା । ବାପ ପାଇଁ ଆଉ କିଛି ରହିଲା ନାହିଁ । ବାପ ଗାଧୋଇ ଆସିଲା, କହିଲା ପିଠାପରା କରିଥିଲୁ ଆଣ । ଏ କହିଲା, ପିଠା ନାହିଁ ସରିଗଲାଣି । ପିଲାଏ ଖାଇଗଲେ, ମୁଁ କଣ କରିବି । ବାପ କିହଚି ନ କହି ଚୁପୁ ହୋଇ ରହିଲା । ମନ କଥା ମନରେ ଥାଏ, ଦି ଘଡ଼ି ଗଲା, ଏ ମିଛରେ ଦାଣ୍ଡଆଡ଼କୁ ଯାଇ ଫେରି ଆସି କହିଲା ଆଲୋ ହେ । ମାମୁଘର କହି ପଠାଇଚି ପିଲାଏ ସବୁ ଯିବେ । ମା କହିଲା, ହଉ ଯାଆନ୍ତୁ, ପିଲଙ୍କୁ ଦଳଦୀ ଟିକିଏ ୨ ଲଗାଇ ଦେଲା, କଲା ସିନ୍ଦୂର ଲଗାଇ ଦେଲା, ପେଡ଼ିରୁ ଶାଢ଼ୀ ଖଣ୍ଡେ ୨ ବାହାର କରି ପିନ୍ଧାଇଦେଇ ବାପ ସାଙ୍ଗରେ ଛାଡ଼ିଦେଲା । ବାପ ନେଇକରି ଗଲା, ଜାଇ ୨ ବନସ୍ତରେ ଗୋଟାଏ ଆମ୍ବଗଛମୂଳେ ବସାଇଦେଇ କହିଲା ଏଇଠି ବସିଥାଅ, ମୁଁ ପାଣି ପିଇ ଆସେ । ଏହାକହି ବାହାରିଲା, କହିଗଲା ଯାଉଚି, ବାଟରେ ଦେଖିବ ଯେମନ୍ତ ପାଣି ଟୋପା ୨ ହୋ ପଡ଼ିଥିବ ମନେ କରିବ ବାପ ଜୀଇଚି; ରକତ ଟୋପା ୨ ହୋଇ ପଡ଼ିଥିବ ମନେ କରିବ ବାପ ମଲାଣି । ଏହା କହିଲା, ଗଲା । ଗୋଟାଏ ଚଢ଼ାଇ ମାରି ବାଟରେ ରକତ ଟୋପା ୨ କରି ପକାଇ ଘରକୁ ଆସିଲା ବାହାରି । ପିଲାଏ ବସି ୨ ଯୋଉଠୁ ବେଶୀ ସମୟ ହେଲା, ଗଲେ ବାଟ ଦେଖିଦେଖିକା । ଦେଖିଲେ ରକତ ପଡ଼ିଚି ଟୋପା ୨ ହୋଇ, ମନେ କଲେ ବାପକୁ କିଏ ମାରି ସାରିଲାଣି । ଫେରିକରି ଆସି ସେହି ଆମ୍ବଗଛମୂଳେ ବସିଲେ । କାନ୍ଦୁଥାନ୍ତି, କାନ୍ଦି ୨ ରାତି ହେଲା ଯୋଉଠୁ କହିଲେ ହେ ବୃକ୍ଷରାଜ, ତ ଫାଟିଯା, ଆମେ ପଶିଯାଉଁ । ଗଛ ଫାଟିଗଲା, ଏମାନେ ପଶିଗଲେ । ଖାଇବାକୁ ପିଇବାକୁ ନ ପାଇ ଏଥି ଭିତରେ କାନ୍ଦୁଥାନ୍ତି