ପୃଷ୍ଠା:Kathalahari (RN Das, 1927) opt.pdf/୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଜ୍ଞାପନ ।

ଏହି କ୍ଷୁଦ୍ର ପୁସ୍ତିକା ଖଣ୍ଡିକରେ ଉତ୍କଳଦେଶୀ ଅସଂଖ୍ୟ ବାଳକ ବାଳିକା ଗଳ୍ପମଧ୍ୟରୁ ପଚିଶଗୋଟି ପ୍ରକାଶ କରିବାକୁ ପ୍ରୟାସୀ ହେଲୁଁ । ଏହି କାହାଣୀଗୁଡ଼ିକ ଜନୈକା କରଣମହିଳା ଦ୍ୱାରା ବର୍ଣ୍ଣିତ ଓ ଲିଖିତ ଏହିପରି କେତେଗୁଡ଼ିଏ କାହାଣୀ ସଂଗ୍ରହ କରି ପୁସ୍ତକା-କାରରେ ପ୍ରକାଶ କରିବାକୁ ଆମ୍ଭେ ବହୁବର୍ଷହେଲା ହୃଦୟରେ ଇଚ୍ଛା ପୋଷଣ କରିଥିଲୁଁ, ମାତ୍ର ସୁବିଧା ଅଭାବରେ ସେ ବାସନା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇପାରି ନ ଥିଲା । ବର୍ଣ୍ଣନାର ଲାଳିତ୍ୟ ଓ ଭାଷାର ମାଧୁର୍ଯ୍ୟରକ୍ଷା ନିମିତ୍ତ କାହାଣୀଗୁଡ଼ିକ ଯଥାସମ୍ଭବ ଲେଖିକାଙ୍କ ନିଭଭାଷାରେ ପ୍ରକାଶିତ ହୋଇଅଛି, କେବଳ ଅର୍ଥଗ୍ରହଣର ସୌକର୍ଯ୍ୟାର୍ଥ ଛେଦବିନ୍ୟାସ ଓ ଅତ୍ୟଳ୍ପସ୍ଥାନରେ ଭାଷାପରିବର୍ତ୍ତନ ଆମ୍ଭଦ୍ୱାରା ହୋଇଅଛି । ଏହି ସଂଶୋଧନ କାର୍ଯ୍ୟରେ ଆମ୍ଭେ କଟକ ଟ୍ରେନିଙ୍ଗସ୍କୁଲର ହେଡ୍‌ମାଷ୍ଟର ମାନନୀୟ ଶ୍ରୀଯୁକ୍ତବାବୁ ମଧୁସୂଦନ ରାଓଙ୍କଠାରୁ ପ୍ରଭୁତ ସାହାଯ୍ୟ ପାଇଅଛୁ । ଏଥିନିମନ୍ତେ ତାଙ୍କଠାରେ ଆମ୍ଭେ ବିଶେଷ ଋଣୀ । ଉକ୍ତ ମହାଶୟ ମଧ୍ୟ କାହାଣୀଗୁଡ଼ିକ ଆଦ୍ୟୋପ୍ରାନ୍ତ ପାଠ କରି ପୁସ୍ତିକାନ୍ତର୍ଗତ ଭୂମିକାଟି ଲେଖିଦେଇ ଆମ୍ଭଙ୍କୁ ବିଶେଷ ଉତ୍ସାହିତ କରିଅଛନ୍ତି । ଆମ୍ଭେ ଏଥିନିମନ୍ତେ ତାହାଙ୍କଠାରେ ଚିରକୃତଜ୍ଞତା ପାଶରେ ବଦ୍ଧ । ପରିଶେଷରେ ସାଧାରଣଙ୍କୁ ବକ୍ତବ୍ୟ ଏହି ଯେ ଏହି କାହାଣୀ ପୁସ୍ତିକାଖଣ୍ଡି ସେମାନଙ୍କର କିଞ୍ଚିତରେ ପଠନଯୋଗ୍ୟ ବିବେଚିତ ହେଲେ, ଆମ୍ଭର ଶ୍ରମ ସଫଳ ହୋଇଅଛି ବୋଲି ଜ୍ଞାନ କରିବୁଁ ।

କଲେଜଗଳି, କଟକ
୧୦|୧୦|୧୯୦୧
} ପ୍ରକାଶକ