ପୃଷ୍ଠା:Kathalahari (RN Das, 1927) opt.pdf/୬୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୩
ଉତ୍କଳ କାହାଣୀ ସଂଗ୍ରହ ।

ହୋଇପଡ଼ିଲା; ଧାଈ ଧଡ଼ପଡ଼ କରି ତାକୁ ନେଇଗଲା, ଖତଗଦାରେ ପୋତିଦେଇ ଆସିଲା, ଗୋଟେ କାଠକଣ୍ଢେଇ ସେଠାରେ ପକାଇ ଦେଇ ସାନରାଣୀ ମୁହଁରୁ ଅନ୍ଧୁଣି ଫିଟାଇ ଦେଲେ, କହିଲେ କାଠ କଣ୍ଢେଇଟାଏ ଜନ୍ମ କରିଚି । ସାନରାଣୀ କାନ୍ଦି ବୋବେଇ ତୁନୀ ହୋଇ ରହିଲା । ରାଜା ଆସିଲେ, ପଚାରିଲେ କଣ ଜନ୍ମ ହେଲା ? ଏମାନେ ଆଗତୁରା କରି କହିଲେ କାଠ କଣ୍ଢେଇଟାଏ ଜନ୍ମ କରିଚି । ରାଜା କହିଲେ ତେବ ତା ମୁହଁ ଚାହଁନା, ତାକୁ ଘୋଡ଼ାଶାଳ ଲଣ୍ଡି ପୋଛାଅ,ତାର ଚୁଟୀ କାଟିଦେଇ ଘୋଡ଼ାଶାଳକୁ ପଠାଇ ଦିଅ । ସାନରାଣୀର ଚୁଟୀ କାଟିଦେଇ ଘୋଡ଼ାଶାଳକୁ ପଠାଇଦେଲେ, ଆଉକେହି ଦେଖି ନଥାଏ, କୁକୁର ଦେଖିଥାଏ । କୁକୁର ଗଲା, ପିଲାଟିକି ଖତଗଦାରୁ ବାହାର କଲା, ଆଉ ତାକୁ ଖାଇଲା ନାହିଁ, ଚାଟିଚୁଟି ସଫା କରି ଦୁଧ ପିଆଇଲା, ସେଇ ଖତଗଦାରେ ରଖିଦେଇ ଆସିଲା । କୁକୁର ଏହିପରି ସବୁ ଦିନେ କରୁଥାଏ, ଏମନ୍ତେ କେତେଦିନ ଗଲା । ଦିନକର ଧାଈ ଦେଖିଲା, ବଡ଼ରାଣୀଙ୍କ ଆଗରେ କହିଲା, ସାନ୍ତାଣି ! ଆମେ ଯେଉଁ ପୁଅଟିକି ଖତଗଦାରେ ପୋତି ଦେଇ ଆସିଥିଲୁଁ, ତାରି ପରି ଗୋଟିଏ ପିଲା କୁକ୍କୁର ଖତଗଦାରୁ ବାହାରକରି ଚାଟିଲା, ତାକୁ ଦୁଧ ପିଆଇଲା, ସେହି ଖତଗଦାରେ କୋଉଠି ରଖି ଦେଲା, ଆଉ ତାକୁ ଖାଇଲା ନାହିଁ କି କିଛି କଲାନାହିଁ । ବଡ଼ରାଣୀ କଣ କଲା, ରାଜାଙ୍କ ପାଖକୁ ଖବର ଦେଲା, କହିଲା ରାଜାଙ୍କୁ କହିବ ବଡ଼ ରାଣୀଙ୍କୁ ଜର କରିଚି, କୁକ୍କୁର ରକ୍ତରେ ଗାଧୋଇଲେ ଜର ଛାଡ଼ିବ । ଧାଈ ଗଲା ରାଜାଙ୍କୁ ସେଇଆ କହିଲା । ରାଜାମନ ଭୋଳ ତ, କହିଲେ ହଉ । କୁକୁର ଏହା ଜାଣିପାରି କୂଅ ପାଖକୁ ଗଲା, ପୁଅଟିକି ପାଣିରେ ପକାଇଦେଲା, କହିଲା ହେ ଗଙ୍ଗାମାତା, ତୁ ଏଇଟିକୁ ପାଳ୍, ମତେତ ହାଣିବାକୁ କହିଲେଣି । କୂଅଭିତରେ ଗଙ୍ଗାମାତା କଣ