ପୃଷ୍ଠା:Kathalahari (RN Das, 1927) opt.pdf/୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୫
ଉତ୍କଳ କାହାଣୀ ସଂଗ୍ରହ ।

ଫେର୍ ଗିଳିଦେଲା । ଗଉଡ଼ ଏସବୁ ଦେଖି ବଡ଼ରାଣୀକୁ କହିଲା, ବଡ଼ରାଣୀଙ୍କର ହୁକୁମ ପଡ଼ିଲା ଯେ କାଳୀଗାଈ ହଣା ହେବ, ତା ମାଉଁସ ଖାଇଲେ ମୋ ଦେହ ଭଲ ହେବ । କାଳୀଗାଈ ଏହା ଶୁଣି ଘୋଡ଼ାଶାଳକୁ ଗଲା, ପକ୍ଷିରାଜ ଘୋଡ଼ାକୁ କହିଲା ମୁଁ ଏତେଦିଦନ ଯାଏ ରଖୁଥିଲି, ମତେ ତ ହାଣିବାକୁ ବସିଲେଣି, ତୁ ୟାକୁ ନେ, ଯେଉ ଆଡ଼େ ଇଚ୍ଛା ସେଆଡ଼େ ନେଇଯା । ଘୋଡ଼ା ପୁଅକୁ ରଖିଲା, ଉପରେ ବସାଇ ନେଇକରି ଗଲା ବାହାରି । ପକ୍ଷିରାଜ ଘୋଡ଼ା ପବନବେଗରେ ଚାଲୁଚି, ଯାଉ ଗୋଟାଏ ଶୋଲ ପୋଖରୀ ପାଖରେ ବାୟା ଚଡ଼ାଇ ଗୁଡ଼ାଏ ଅଡ଼ୁଆ ତଡ଼ୁଆ ହୋଇ ଗଣ୍ଠି ପଡ଼ି ଯାଇଛନ୍ତି, ଫିଟି ପାରୁନାହାନ୍ତି, ଏହାର ଶବ୍ଦରେ ଫିଟିଗଲେ । ଘୋଡ଼ା ସେଇଠି ଦମ୍‌ମାରିଲା, ବାୟା ଚଡ଼ାଇଗୁଡ଼ିକ କହିଲେ ରାଜାପୁଅକୁ, ଆମ ବାରବର୍ଷ ହେଲା ଗଣ୍ଠି ପଡ଼ିଯାଇଥିଲୁ, ଫିଟିପାରୁ ନ ଥିଲୁ, ଖାଉ ନଥିଲୁ, ପିଉ ନ ଥିଲୁ, ତମେ ଆମକୁ ଉଦ୍ଧାର କଲ, ତମର ଆମେ କଣ ଉପକାର କରିବୁଁ ? ରାଜାପୁଅ କହିଲା ଅଇଛିକା [୧] ତମର କିଛି କରିବାର ଦରକାର ନାହିଁ, ଯେତେବେଳେ ମତେ ବିପତ୍ତି ପଡ଼ିବ ତେମେ ସେତେବେଳେ ମୋର ଉପକାର କରିବ । ଏହିପରି କହି ପକ୍ଷିରାଜ ଘୋଡ଼ା ଉପରେ ଚଢ଼ି ସେଠାରୁ ଗଲା, ଯାଇଁ ଏକ ରାଜାଦେଶରେ ପହଞ୍ଚିଲା, ସେଠାରେ ଗୋଟାଏ ମାଲୁଣୀଘରେ ରହିଲା । ଦି ଚାରିଦିନ ଗଲା; ମାଲୁଣୀ ଫୁଲ ଗୁନ୍ଥୁଚି, ଏ ପୁଅ କହିଲା, ହଇଲୋ ମାଉସି କାହାପାଇ ଫୁଲ ଗୁନ୍ଥୁଚକି ? ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ରାଜାଙ୍କ ଜେମା [୨] ପାଇଁ ଫୁଲ ଗୁନ୍ଥୁଚି, ତୁ କୋଉଠି ଗୁନ୍ଥିବୁ, ଅବୁର୍ଜିୟା


  1. ବର୍ତ୍ତମାନ
  2. ଝିଅ