ପୃଷ୍ଠା:Kathalahari (RN Das, 1927) opt.pdf/୬୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୬
ଉତ୍କଳ କାହାଣୀ ସଂଗ୍ରହ ।

ହେବ । ଏ କହିଲା ମୁଁ ଖଣ୍ଡିଏ ଗୁନ୍ଥେ ତୁ ଦେଖ୍, ସୁନ୍ଦର ହେଲେ ନେଇଯିବୁ ଅସୁନ୍ଦର ହେଲେ ପକାଇ ଦେଇଯିବୁ । ରାଜାପୁଅ ଯେଉଁ ଫୁଲଖଣ୍ଡି ଗୁନ୍ଥିଲା ସେ ଅତି ସୁନ୍ଦର ହେଲା, ମାଲୁଣୀ ନେଇ ରାଜାଝିଅକୁ ଦେଲା । ଜେମାଦେଈ କହିଲେ ଆଜି ଏ ଫୁଲ କିଏ ଗୁନ୍ଥିଚି କି ଏଡ଼େ ସୁନ୍ଦର ହୋଇଚି ? ମାଲୁଣୀ କହିଲା ମୋ ଝିଆରୀ ଆସିଚି ଯେ ତାହାରି ହାତର ଗୁନ୍ଥା । ଜେମା ସେ ଝିଆରୀକି ଦଖିବାକୁ ଲଗାଇଲେ । ମାଲୁଣୀ ତହିଁ ଆରଦିନ ରାଜାପୁଅକୁ ତଉଁରି [୧] ଶାଢ଼ୀ ଖଣ୍ଡେ, ପିତ୍ତଳଖଡ଼ୁ ଦିପଟ ପିନ୍ଧାଇ ଦେଇ ରାଜା ନଅରକୁ ନେଇଗଲା ଜେମା ଏହା ସଙ୍ଗରେ କାଥାବାର୍ତ୍ତା ହେଲେ । ରାଜାପୁଅ କହିଲା ମୁଁ ଝିଅ ନୁହେ ଆର ଦେଶର ରାଜାପୁଅ, ଏମନ୍ତି ଦୁର୍ଘଟନାରେ ପଡ଼ି ଏଠାକୁ ଆସି ମାଲୁଣୀଘରେ ରହିଅଛି । ଏହିପରି ଦେଖା ସାକ୍ଷାତ ହୋଇ ରାଜାପୁଅର ଆଉ ସେ ଜେମାର ବଡ଼ ମନ ମିଳିଲା । ରାଜାପୁଅ ସବୁଦିନେ ରାତିରେ ଜେମାଙ୍କ ପାଖକୁ ଯିବା ଆସିବା କରେ, ତା ଆଉ କେହି ଜାଣନ୍ତି ନାହିଁ । ରାଜାଝିଅ ସବୁଦିନେ ତଉଲା ହୁଏ, ଗୋଟିଏ ଫୁଲର ଓଜନ ହୁଏ, ୟାଡ଼କୁ ବେଶୀ ଓଜନ ହେଲା । ଯେ ବଣିୟା ତଉଲେ ସେ ରାଜାଙ୍କୁ କହିଲା ମଣିମା ! ଆପଣଙ୍କ ଜେମାଦେଈ ଏବେ ବେଶି ଭାରୀ ହେଲେଣି, ଗୋଟାଏ ଫୁଲରେ ଆଉ ଏବେ ଓଜନ ଉଠୁ ନାହାନ୍ତି । ରାଜା ବିଚାର କଲେ ଝିଅପାଖକୁ କିଏ ଆଉ ଆସୁଚି ! ହୁକୁମ ଦେଲେ ଯେ ଆଜି ସିନ୍ଦୁରରେ ବିଛଣା କର, ଯେ ଆସିବ ସେ ଚିହ୍ନାପଡ଼ିବ । ଧୋବାକୁ କୁହା ହୋଇଥାଏ କି ତୋ ଘରେ ଯେ ଏପରି ଲୁଗା ପକାଇବ ତାକୁ ଧରାଇ ଦେବୁ, ନ ଦେଲେ ତୋର ସବଂଶ ମୁଣ୍ଡ କଟା ହେବ । ସେଦିନ ରାତିକି ରାଜାପୁଅ ଆସିଲା । ଜେମାଦେଈ


  1. ରଙ୍ଗ ।