ପୃଷ୍ଠା:Kathalahari (RN Das, 1927) opt.pdf/୭୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୬
ହଳାହଳକୁମର ବା ଶଶସେନା ଅଭିମନ୍ୟୁ କଥା

ଅଭିମନ୍ୟୁକୁ ବିଭା କରିଦେଲେ । ଏମାନେ ତିନିହେଁ ଆନନ୍ଦରେ ରହିଲେ । ଏହିପରି ଥାନ୍ତି, ଏଣେ ଅଭିମନ୍ୟୁର ନାଗଲୋକର ଭାରିଯାମାନେ ଭାରି ଭାବିତରେ ଥାନ୍ତି, ଏ ତ ନରଲୋକକୁ ଯାଇ ସୁଖରେ ରହିଲେ, ଆଉ କଣ ଆସିବେ କି ? ସମସ୍ତେ ବିଚାର କଲେ, ଜଣେ ତାଙ୍କ ଭିତରୁ ଗୋଟିଏ ଶବରୀବେଶ ହୋଇ ଗୁଡ଼ିଏ ଅମରଫଳ ଟୋକାଇରେ ଘେନି ଅଭିମନ୍ୟୁ ଶଶିସେନା ଯୋଉଠି ଅଛନ୍ତି, ସେଇ ଗାଁକୁ ଆସିଲା ଅଭିମନ୍ୟୁର ଦୁଇ ବାରିଯାଙ୍କ ପାଖକୁ । ଏମାନେ ତିନୋଟି ଅମରଫଳ ମାଗିଲେ କିଣିବାକୁ, ୟାଙ୍କପାଇଁ ଦୋଟି ଅଭିମନ୍ୟୁ ପାଇଁ ଗୋଟିଏ, ଶବରୀ କହିଲା ଅଭିମନ୍ୟୁତ ଅମର ତାଙ୍କର ଫଳ କଣ ହେବ ? ଏହା କହି ଦୋଟି ଫଳ ଦେଲା, ଏମାନେ ପଚାରିଲେ ଅଭିମନ୍ୟୁ ଅମର କେମନ୍ତି ଆମକୁ କହ । ଶବରୀ କହିଲା ତାଙ୍କୁ ପଚାରିବ ସେ ସବୁ କହିବେ, ଏହାକହି ଚାଲିଗଲା । ୟାଙ୍କ ମନ ଲାଗିଚି, ସେ ଦିନ ଅଭିମନ୍ୟୁକୁ ତାର ନିଜ ନାଁ କଣ ପଚାରିଲେ । ଅଭିମନ୍ୟୁର ନାଗଲୋକ କଥା ମନେ ପଡ଼ିଲା, ସେଠା ବାରିଯାମାନେ ମନେ ପଡ଼ିଲେ, କହିଲା ମୋ ନାଁରୁ ତେମେ କଣ ପାଇବ । ଏମାନେ ଏକଜିଦ୍ ଲଗାଇଲେ ଯୋଉଠୁ ଅଭିମନ୍ୟୁ କହିଲା ଆସ ମୋ ସାଙ୍ଗେ ନଈ କୂଳକୁ, ନାଆଁ କହିବି । ସମସ୍ତେ ଗଲେ, ଅଭିମନ୍ୟୁ ନଈରେ ଛାତିକ ପାଣିକି ଗଲା କହିଲା;--

କହ କହ ସୁନ୍ଦରୀ ଗୋ ମୋଠାରେ ଲୋଭା
କିବା ମୋର ନାମେ ଅଛି ତୁମ୍ଭ ଶରଧା ।

ଏମାନେ କହିଲେ ;-

ନ କରଟି ସ୍ୱାମୀ ଆମ୍ଭଠାରେ ଅବିଶ୍ୱାସ
ନାମରେ ତୁମ୍ଭର ଆମ୍ଭେ ହୋଇବୁଁ ସନ୍ତୋଷ ।