ପୃଷ୍ଠା:Kathalahari (RN Das, 1927) opt.pdf/୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୯
 


ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଏ ଚାରି ସଙ୍ଗାତ ପଶା ଖେଳୁଥିଲେ । ରଜାପୁଅ ହାରିଲା, କହିଲା ରହ ଆଜି ଦୀପ ଦିହୁଡ଼ି, ମଶାଲ ଲଗାଇ ଖେଳିବି, ନ ଜିତିଲେ କେଭେଁ ଉଠିବି ନାହିଁ । ଉଜ୍ଜ୍ୱଳବତୀ ଦେଶର ଗୋଟିଏ ବ୍ରାହ୍ମଣ ଆସି ସେଠେଇଁ ବସିଥାଏ, ସେ କହିଲା, ଦୀପ ଦିହୁଡ଼ି କଣ ? ରଜାପୁଅହେରିକା କହିଲେ, ତମେ ଆଜିଯାଏ ଦୀପ ଦିହୁଡ଼ି କଣ ଜାଣନା  ? ତାକୁ ସବୁ ବୁଝାଇଦେଲେ । ଏ ବ୍ରାହ୍ମଣ କହିଲା ଆମଦେଶରେ ଉଜ୍ଜ୍ୱଳବତୀ କନ୍ୟା ଯୋଗେ ଜୀପ ଜଳେ ନାହିଁ । ଏହା ଶୁଣି ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେବାକୁ ବାହାରିଲା, ମନ୍ତ୍ରିପୁଅସାଙ୍ଗେ ତାର ମନ ମିଳେ, ତାଙ୍କୁ ସାଙ୍ଗରେ ନେଇଗଲା । ଦିହେଁଯାକ ଘୋଡ଼ା ଚଢ଼ି ଯାଉଚନ୍ତି, ବାଟରେ ଗୋଟାଏ ପଥର ଚକଡ଼ା ହୋଇଚି, ତା ଉପରେ ଦୁଇଜଣ ଚେର ବସି କଜିୟା କରୁଚନ୍ତି । ସେ ଦିନ ସାଧବଘର ଚେରୀ କରି ଆଣିଥାନ୍ତି; ଜଣେ କହୁଚି ମୁଁ ମୋହମଣି, ମନପବନ ଖଣ୍ଡା ନେବି, ତୁ ଆଉ ସବୁ ପଦାର୍ଥ ନେ, ଆରଜଣକ ବି ସେଇଆ କହୁଥାଏ । ଏହିପରି କଜିୟା କରଥାନ୍ତି, ରାତି ପାହେ୨ହେଲାଣି, ରଜାପୁଅ, ମନ୍ତ୍ରୀପୁଅ ବିଚାରକଲେ, ଜଣେ ଏ ପାଖରୁ ବୁଲିଗଲା, ଜଣେ ସେ ପାଖରୁ ବିଲିଗଲା, ଏହିପରି ଚୋରଙ୍କୁ ଘେରିଗଲେ । ଚୋର ୟାଙ୍କୁ ଦେଖି ପଲାଇଗଲେ । ରଜାପୁଅ, ମନ୍ତ୍ରିପୁଅ ମୋହମଣି, ମନପବନ ଖଣ୍ଡା ରଖିଲେ । ଆଉ ସବୁ ଧନ ଯାଉ ସାଧବ ଘରୁ ଚୋରୀ ଯାଇଥିଲା, ତାକୁ ଦେଇଦେଲେ, ଗଲେ, ଯାଇଁ ଉଜ୍ଜ୍ୱଳବତୀ ନଗରରେ ଗୋଟିଏ ଜ୍ଞାନଦେୟୀ ମାଲୁଣୀଘରେ