ପୃଷ୍ଠା:Kathalahari (RN Das, 1927) opt.pdf/୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୪
ଉତ୍କଳ କାହାଣୀ ସଂଗ୍ରହ

ଏହାର ଯେମନ୍ତ ହେଜ ହୁଅନ୍ତା; ଏହାର ଗୋଟିଏ ପୁଅ ହୋଇଚି,ସେ ପୁଅକୁ ନିଅନ୍ତା, ସେ ପଥର ଉପରେ ହାଣି ଦିଅନ୍ତା ଯେ ମନ୍ତ୍ରିପୁଅ ଜୀଇ ଉଠନ୍ତା ! ରଜାପୁଅର ସବୁକଥା ଚେତ୍ ହେଲା; ଘରକୁ ଫେରିଯାଇ ସେ ପୁଅପାଖକୁ ଗଲା । ତାକୁ ନେଇ ସେ ପଥର ଉପରେ କଚାଡି ଦେବାରୁ ମନ୍ତ୍ରିପୁଅ ଜୀଇଉଠିଲା । ମନ୍ତ୍ରୀ ପୁଅ କହିଲା, ସଙ୍ଗାତ ! କି କଲ ୨, ମୋ ଛାରପ।ଇଁ ପୁଅକୁ ମାଇଲ ? ୟାଠେଇଁ ତ ମୋହମଣି ଅଛି, ତହଁରୁ ଟିକିଏ ଘୋରିକରି ପୁଅକୁ ପିଆଇ ଦେଲା,ପୁଅ ଜୀଇ ଉଠିଲା । ରଜାପୁଅର ମନ୍ତ୍ରୀପୁଅର ଆଗେ ଯେମିନ୍ତି ଥିଲା ସେହିପରି ମନ ମିଳିଲା, ରଜାପୁଅ ଉଜ୍ଜ୍ୱଳବତୀକି ନେଇ ସୁଖରେ ଘରଦ୍ୱାର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଇତ୍ୟାଦି ।


ମଉନାବତୀ କଥା ।


ଗୋଟିଏ ରଜାଟିଏ, ତାର ଗୋଟିଏ ପୁଅ । ପୁଅକୁ କନ୍ୟାଘର ଲାଗିଲା । ପୁଅ କହିଲା ମୁଁ କନ୍ୟାକୁ ଦଶ ବିଧା ମାରିବି ସେ ଯେବେ ସହିବ ମୁଁ ତେବେ ତାକୁ ବିଭା ହେବି । ଯୋଉଁ ରଜା ଏ କଥା ଶୁଣିଲା, ସେ କହିଲା ମୁଁ କାହିଁକି ବିଭା କରିବି, ମୋର କଣ ଝିଅକୁ ବର ମିଳୁନାହିଁ ? ଏହିପରି ସମସ୍ତେ ନାହିଁ କଲେ । ସେଆଡ଼ ଦେଶର ରଜାଘରକୁ ଭଲଲୋକ ଗଲା । ରଜା ନାହିଁ୨ ହେଉଥାଏ, ଝିଅ କେମନ୍ତି ଶୁଣିପାରି କହିଲା, ହଉ ମୁଁ ବିଭା ହେବି, ବାପା କାହିଁକି ନାହିଁ କରୁଚନ୍ତି । ଝିଅ ଯୋଉଁଠୁ ରାଜି ହେଲା ରଜା କହିଲେ ହଉ ବିଭାଘର କର, ଝିଅ ତ ମଙ୍ଗୁଳି ଆମର କଣଅଛି ? ବିଭାଘର ସରିଲା,