ପୃଷ୍ଠା:Kathalahari (RN Das, 1927) opt.pdf/୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୯
ମଉନାବତୀ କଥା ।

ପରେ ଦେଖେ ଯେ ୟା ବେକରେ ଖଣ୍ତେ ଚିଠି ଲଟକିଚି, ପଢ଼ିଲାବେଳକୁ ରଜାପୁଅ ଲେଖିଚି ଯେ କୁକ୍କୁର କାର୍ଯ୍ୟସାଧନ କରି ଗଲା । ମହାଜନ ବଡ଼ ବିଥେଇହେଲା [୧] ଆଉ କଣ କରିବ, ଆପେତ କରିବି ତୁନି ହୋଇ ରହିଲା । ଏହା କ‌ହିସାରି ରଜାଝିଅ ପଚାରିଲା ଚାଳ, କ‌ହିଲୁ ଏଥିରେ କାହାର ଦୋଷ ? ଚାଳ କ‌ହିଲା କୁକ୍କୁରର ଦୋଷ । ଏହା ଶୁଣି ମଉନାବତୀ କ‌ହିଲା ଉଁ କୁକ୍କୁରର କିପରି ଦୋଷ ହେଲା? ମହାଜ‌ନର ଦୋଷ ହେଲା ନା । ଏ କ‌ହିଲା ଶୁଣିଥାଅ ହୋ ଧାଈ, ତମ ଝିଅ ଆମକୁ ଦ୍ୱିତୀୟ ପ‌ହର କଥା କ‌ହିଲେ । ତୃତୀୟପ‌ହର ରାଜାଝିଅ କ‌ହିଲା -

ଗୋଟିଏ ରାଣ୍ତୀବ୍ରାହ୍ମଣୀ ନେଉଳଟିଏ ପୋଷିଥାଏ । ସେ ଦୁଃଖ ଧନ୍ଦାରେ ଗଲାବେଳେ ନେଉଳକୁ ପୁଅକୁ ଜଗାଇ ଦେଇ ଯାଏ । ଦିନେ ସେ କାହାଘରେ ଧାନ କୁଟିବାକୁ ଗଲା, ନେଉଳକୁ କ‌ହି ଗଲା ମୋ ପୁଅ ଏଠାରେ ଶୋଇଚି, ୟାକୁ ଜଗିଥିବୁ । ନେଉଳ ଜଗିଥିଲା, ଟିକିଏ ଶୋଇପଡ଼ିଲା । ଏହି ସ‌ମୟରେ ସାପ ଆସି ପୁଅକୁ ଦଂଶିଦେଲା । ନେଉଳର ନିଦ ଭାଙ୍ଗିଗଲା, ଅନାଇଁ ଦିଏ ଯେ ସାପ ଚାଲିଯାଉଚି, ପୁଅ ମରି ପଡ଼ିଚି । ନେଉଳ ଧଡ଼ପଡ଼ ହୋଇ ଉଠି ଆଗ ସାପକୁ ମାରି ପକାଇଲା, ନେଇକୁଆଡ଼େ ଫୋପାଡ଼ି ଦେଲା, ବଣକୁ ଯାଇ ଅମର ଗଦ ଓଷଧ ଆଣୁଚି ପୁଅକୁ ଖୁଆଇ ବଞ୍ଚାଇବ ବୋଲି ରାଣ୍ତୀବ୍ରାହ୍ମୁଣୀ ଆସି ପ‌ହଞ୍ଚିଲା, ଦେଖିଲା ଯେ ପୁଅ ମରିଚି, ନେଉଳ ରକ୍ତ ସର ସର [୨] ହୋଇଚି, ମନେ କଲା

  1. ସନ୍ତାପିହେଲା, ବ୍ୟସ୍ତ ହେଲା
  2. ରକ୍ତାକ୍ତ ।