ପୃଷ୍ଠା:Kathalahari (RN Das, 1927) opt.pdf/୮୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ଉତ୍କଳ କାହାଣୀ ସଂଗ୍ରହ ।

ଏହି ମୋ ପୁଅକୁ ମାରିଚି ବୋଲି, ପାହାରେ ପକାଇଲା ଯେ ନେଉଲଟି ମରିଗଲା, ତା ପାଖରୁ ଖଣ୍ତେ ଚେର ଖସିପଡ଼ିଲା ରାଣ୍ତୀବାହ୍ମଣୀ ସେ ଚେର ଖଣ୍ତି ନେଇ ଘୋରି ପୁଅକୁ ପିଆଇଦେଲା ଯେ ପୁଅ ବଞ୍ଚିଉଠିଲା । ରାଣ୍ତୀବ୍ରାହ୍ମୁଣ କ‌ହିଲା ଆହା । ମୁଁ ନେଉଳକୁ କାହିଁକି ମାରିଲି, ସେ ତ ମୋ ପୁଅପାଇଁ ଓଷଧ ଆଣୁଥିଲା । ଏହା କ‌ହିଲା, ବଡ଼ ବ୍ୟସ୍ତ ହେଲା, ରହିଲ । ଏହା କ‌ହି ରଜାଝିଅ କ‌ହିଲା, କ‌ହିଲୁ ହେ ଦିପରୁଖା, ଏଥିର କାହାର ଦୋଷ ହେଲା ? ଦୀପରୁଖା କ‌ହିଲା ନେଉଳର ଦୋଷ । ଏଥିରେ ମଉଳାବତୀ ରାଗିଯାଇ କ‌ହିଲା କଣ, ନେଉଳର ଦୋଷ ହେଲା ? ମୋ ଦୀପରୁଖା ହୋଇ ଏମନ୍ତି କ‌ହୁଚୁ । ଏଥିରେ ରାଣ୍ତୀବାହ୍ମୁଣୀ ଦୋଷୀ । ଏ ସେଉ‌ଠୁ କ‌ହିଲା ଦେଖିଥାଅ ହୋ ଧାଈ, ତମଝିଅ ଆମକୁ ତୃତୀୟପ‌ହର କଥା କ‌ହିଲା । ଏହି ପରି ଚତୁର୍ଥପ‌ହର ରଜାଝିଅ ଆଉ‌ ଗୋଟିଏ କ‌ଥା କ‌ହିଲା । ସେ କଥାଟି ଏହି -

ଗୋଟିଏ ଦେଶରେ ରଜାପୁଅ, ସୁନାରୀବଣିଆପୁଅ, ବଢ଼େଇପୁଅ, ତନ୍ତିପୁଅ ଏ ଚାରି ସଙ୍ଗାତ । ଏ ଦିନ‌କର ବିଦେଶ କରି ବାହାରିଲେ ଯାଉ ୨ ଗୋଟିଏ ବନସ୍ତରେ ରାତି ହେଲା, ସେଇଠି ରହିଲେ, ପ‌ହରକୁ ପ‌ହର ଜଣେ ଲେଖାଁ ଜଗି ବସିଲେ, ଆଉ ସମସ୍ତେ ଶୋଇଲେ । ପ୍ରଥମ ପ‌ହର ବଢ଼େଇର ପାଳି ପଡ଼ିଲା, ସେ ଜଗିଥାଏ, ଖଣ୍ତିଏ କାଠରେ ଗୋଟିଏ କନ୍ୟାଟିଏ ଗଢ଼ିଲା, ଦ୍ୱିତୀୟ ପ‌ହରସୁନାରୀବନିଆର ପାଳି, ସେ ସେ କନ୍ୟାଟିକି ଗୁଡ଼ିଏ ଅଳଙ୍କାର ଖଞ୍ଜାଇଦେଲା । ତୃତୀୟ ପ‌ହର ତନ୍ତିପୁଅ ଜଗିଲା, ସେ କନ୍ୟାଟିକି ଲୁଗାପିନ୍ଧାଇଲା । ଚତୁର୍ଥପ‌ହର ରଜାପୁଅର ପାଳି ପଡ଼ିଲା, ସେ କନ୍ୟାଟିକୁ ଜୀବଦାନ ଦେଲା। ଏହିପରି ସମସ୍ତେ କଲେ, ରାତି ପାହିଲା, କନ୍ୟା