ପୃଷ୍ଠା:Kathalahari (RN Das, 1927) opt.pdf/୯୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୨
ଉତ୍କଳ କାହାଣୀ ସଂଗ୍ରହ

ତେମେ କିପରି ଏଠାକୁ ଆସିଲ ? ଏ କହିଲା ତମ ବାହାଘର ଦେଖିବାକୁ ଆସିଥିଲି । ରଜାପୁଅ ତ ଏ ସବୁ କିଛି ଜାଣେନା, କହିଲା, ଏବେ ତ ମଉନାବତୀକି ବିଭା ହୋଇ ଆସିଲି, ତମକୁ ଦଶବିଧା ମାରିବାର ମୋର ଫାବିଲା । ଏ କହିଲା ଚଟପଣା ଖାଇ ରହୁନାହଁ ଯେ ଫେର୍ କହୁଚ ? ତେମେ ତ ମୋ ଯୋଗେ ବନ୍ଦିଘରୁ ମୁକୁଳିଲ, ନଇଲେ ସେଇଠି ଥା'ନ୍ତ, ତେମେ କ'ଣ ମଉନାବତୀଠାରୁ କଥା ନେଇଚ ? ରଜାଝିଅ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା, ରଜାପୁଅ ଶୁଣି ବଡ଼ ଖୁସିହେଲା । ଅସୁର ଚାରିହିଙ୍କି ବିଦା କରିଦେଲେ, ରଜାପୁଅ ଦି ବାରିଯାଙ୍କୁ ନେଇ ସୁଖରେ ରହିଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଇତ୍ୟାଦି ।


ଗୋଟିଏ ମନ୍ତ୍ରୀ, ତା'ର ସାତ ପୁଅ ସାତ ବୋହୂ, ସୁନାଫୁଲ ବୋଲି ଗୋଟିଏ ଝିଅ । ସେ ଝିଅ ସୁନାଫୁଲ ଫୁଟେ । ଭାଉଜମାନଙ୍କୁ ଦିନକର ସୁନାଫୁଲ କହିଲା, ହେ, ମୁଁ ସୁନାଫୁଲ ଫୁଟିଚି, ତେମେମାନେ କ'ଣ କରିବ; ଘର ବଖୁରିଏ ଲିପି ଆଣିବ, ଗାଡ଼ଟିଏ ଖୋଳିବ, ମୁଁ ସେଥିରେ ବସିବି, ମୋ ଉପରେ ମାଟି ଚଢ଼ାଇଦେବ, ହଳଦିପାଣି ମୁଠିଏ ଛିଞ୍ଚିଦେବ, କହିବ ଫୁଟ ଗୋ ସୁନାଫୁଲ ଫୁଟ । ଫୁଟି ସାରିଲାରୁ ସେହିପରି ହଳଦିପାଣି ମୁଠିଏ ଛିଞ୍ଚିଦେବ, କହିବ ଉଠ ଗୋ ସୁନାଫୁଲ ଉଠ । ଭାଉଜମାନେ ସେହିପରି କଲେ । ସୁନାଫୁଲ ଦିବ୍ୟସୁନ୍ଦର