ପୃଷ୍ଠା:Kaunri Kamachandira dese.pdf/16

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରୁଥିବା ଲୋକମାନଙ୍କୁ ହଟାଇ ରାଜପଣ କରିଥିଲେ । ସେମାନଙ୍କର ନାମ ଅନୁସାରେ ଆସାମ ନାମକରଣ ହୋଇଛି ବୋଲି କୁହାଯାଏ । ଆହୋମମାନେ ପରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ ଏନଂ ଆସାମୀ ଭାଷା ବ୍ୟବହାର କରିଥିଲେ ।

ସେତେବେଳେ ଆସାମରେ ଗୋସେଇଁ ନାମରେ ଏକ ବୈଷ୍ଣବ ଶ୍ରେଣୀ ଥିଲେ । ଆହୋମମାନେ ଗୋସେଇଁମାନଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେମାନେ ପ୍ରଥମେ ମାତ୍ର ଏକ ହଜାର ଆସିଥିଲେ । ଅନୁକୂଳ ପରିବେଶରେ କେତୋଟି ବର୍ଷରେ ସେମାନେ ଲକ୍ଷାଧିକ ହୋଇଥିଲେ । ଆଉ କେତେକଙ୍କ ମତରେ ଏଠାରେ ଆଦିମ ଅଧିବାସୀମାନେ ଏହି ଭୂଇଁ ଉଚ୍ଚନୀଚ ପାହାଡ଼, ଉପତ୍ୟକା, ନଦୀନାଳର ଦେଶ ହୋଇଥିବାରୁ ଏହାକୁ 'ଆସାମ' ବା ଅସମାନ କହନ୍ତି । ଏଥିରୁ ନାମ ଆସାମ ହୋଇଛି ।

ପୁରାଣମାନଙ୍କରେ କୁହାଯାଇଛି, ଏଠାରେ ଆଦିମ ଅଧିବାସୀ ଥିଲେ କିରାତ, ନିଷାଦ, କିନ୍ନର ଆଦି ଉପଜାତିର ଲୋକ । ଏମାନଙ୍କୁ ମ୍ଳେଚ୍ଛ ବା ଅସୁର ବୋଲି ମଧ୍ୟ କୁହାଯାଇଛି । ତା'ପରେ ଆର୍ଯ୍ୟ, ମଙ୍ଗୋଲିୟ, ଚୀନ ଆଦି ବହୁଜାତି ଓ ସମ୍ପ୍ରଦାୟର ଲୋକ ଆସି ଏଠାରେ ବାସ କଲେ । ନାଗା, ଗାରୋ, ଖାସି, ଜୟନ୍ତିଆ ଆଦି ଅଧିବାସୀମାନେ ପାହାଡ କୋଳରେ ବହୁଯୁଗରୁ ରହି ଆସିଛନ୍ତି । ସେହିପରି ଆଉ ଏକ ଜାତିର ଆସିବାସୀ ହେଲେ 'ବୋଡ଼ୋ' । ସେମାନଙ୍କ ଭାଷାରେ ବୋଡ଼ୋର ଅର୍ଥ ମଣିଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ କାମରୂପ ଜିଲ୍ଲାର ପଶ୍ଚିମ ଭାଗରେ ବାସ କରନ୍ତି । ସେମାନଙ୍କୁ 'ମେକ' (ସମ୍ଭବତଃ 'ମ୍ଲେଚ୍ଛ'ରୁ ହୋଇଛି) କହନ୍ତି । ଯେଉଁମାନେ ଏହାର ପୂର୍ବରେ ବାସ କରନ୍ତି, ସେମାନଙ୍କୁ କାଚାରୀ (ସମ୍ଭବତଃ 'କାଚାର' ଅଞ୍ଚଳର) କୁହାଯାଏ ।

ବୋଡ଼ୋମାନେ ବିସ୍ତୃତ ଅଞ୍ଚଳ ଅଧିକାର କରି ରାଜୁତି କରୁଥିଲେ । ନଦୀକୂଳମାନଙ୍କରେ ଘରଦ୍ୱାର କରିଥିଲେ । ନିଜ ଭାଷାରେ ନଦୀଗୁଡିକର ନାମକରଣ କରିଥିଲେ । ପଶ୍ଚିମରୁ ଆର୍ଯ୍ୟ ଓ ପୂର୍ବରୁ ଆହୋମମାନେ ଆସିଥିଲେ । ଏକ ତାଇ ବା


                            ୧୬