ପୃଷ୍ଠା:Kaunri Kamachandira dese.pdf/23

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନାନା ପ୍ରକାର ମସଲା ବ୍ୟବହାର କରନ୍ତି । ଲୋକମାନେ ପାନସୁପାରି ଖାଦ୍ୟ ପରେ ବ୍ୟବହାର କରିଥା'ନ୍ତି । ଅତିଥିମାନଙ୍କୁ ଏହାକୁ ଦେଇ ଚର୍ଚ୍ଚା କରନ୍ତି ।

ଆସାମୀୟମାନଙ୍କର ଅଳଙ୍କାରପତ୍ର, ଯାନିଯାତ୍ରା, ମେଳାମଉଚ୍ଛବ ଆଦିରେ ଆମ ସହିତ ବହୁ ସାମଞ୍ଜସ୍ୟ ରହିଛି । କାଠ, ବାଉଁଶ, ପଥର ଇତ୍ୟାଦିରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ହୋଇଥାଏ । ବର୍ଷାସାରା ବହୁ ପର୍ବପର୍ବାଣି ପାଳିତ ହୋଇଥାଏ । ସେଥିରେ ବହୁ ନୃତ୍ୟଗୀତ ଓ ଭୋଜିଭାତ ହୁଏ । ବହୁ ପର୍ବପର୍ବାଣି ଚାଷବାଡ଼ିକୁ ନେଇ ଗଢ଼ି ଉଠିଥାଏ ।

ପର୍ବପର୍ବାଣି ଓ ଧର୍ମକାର୍ଯ୍ୟ

ଫଗୁଣ ମାସର ହୋଲିପର୍ବକୁ ସେମାନେ ଫଗୁଆ କହନ୍ତି । ଖୁବ୍ ଜାକଜମକରେ ଏହି ପର୍ବ ପାଳନ କରାଯାଏ । ଏହି ଉତ୍ସବରେ ଯୁବକଯୁବତୀମାନେ ମିଳିମିଶି ନାଚନ୍ତି ଓ ଗୀତ ଗାଆନ୍ତି । ମଶାମାନଙ୍କୁ ତଡ଼ିବାକୁ କାଠିକୁ କାଠି ବଜାନ୍ତି । ମଉଜିଆ ପୋଷାକ ପିନ୍ଧନ୍ତି, ମୁଖା ମଧ୍ୟ ବ୍ୟବହାର କରନ୍ତି । ଧନୀମାନଙ୍କ ଘରେ ଏହି ପର୍ବ ବେଶୀ ଆଡ଼ମ୍ବରରେ ପାଳିତ ହୁଏ । ଏହି ଉତ୍ସବକୁ ସେମାନେ ମହୋହୋ (ମଶା ତଡ଼ିବା) ନାମ ଦେଇଥାଆନ୍ତି । ବିହୁ ପର୍ବ ଆସାମୀୟା ଲୋକମାନଙ୍କର ଏକ ବିଶେଷ ପର୍ବ । ଏହାକୁ ସମସ୍ତେ ଖୁବ୍ ଆନନ୍ଦରେ ପାଳନ କରିଥାଆନ୍ତି ।

ଏହା ଆସମୀୟା ଲୋକମାନଙ୍କର ଏକ ଜାତୀୟ ପର୍ବ । ବର୍ଷକ ମଧ୍ୟରେ ତିନୋଟି ବିହୁ ପର୍ବ ପାଳନ କରାଯାଏ । ଏଗୁଡ଼ିକ ହେଲା ବୈଶାଖ ବିହୁ, କାର୍ତ୍ତିକ ବିହୁ ଓ ମାଘ ବିହୁ । ଆମର ରଜ ପର୍ବ ପରି ଆସାମର ବୈଶାଖ ବିହୁ ପାଳିତ ହୁଏ । ଏଥିରେ ଝିଅମାନେ ତିନିଦିନ ଧରି ନାଚଗୀତରେ ଖୁବ୍ ମାତିଯାଆନ୍ତି । କାର୍ତ୍ତିକ ବିହୁ ପର୍ବରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାଘ ବିହୁ ପର୍ବ ଆମର ମକର ମେଳା ଓ ଅଗିରା ପୁନିଅ ଉତ୍ସବ ପରି ପାଳନ କରାଯାଏ । କାଠ ବାଉଁଶର ଏକ ଘର କରି ସେଥିରେ ନିଆଁ ଲଗାଇ


                               ୨୩