ପୃଷ୍ଠା:Kaunri Kamachandira dese.pdf/29

ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଣାଗଲା । କୌଣସି ଯୋଜନା ବା ନିର୍ଦ୍ଦିଷ୍ଟ ଧାରା ସେଥିରେ ଥିଲା ପରି ଜଣାଗଲା ନାହିଁ । ଦେବଦେବୀ ଓ ଅନ୍ୟାନ୍ୟ ମୂର୍ତ୍ତିମାନ ମଧ୍ୟ କଞ୍ଚା ହାତରେ ହେଲାପରି ଲାଗିଲା । ଅବଶ୍ୟ ବହୁ କାଳରୁ ସେଗୁଡ଼ିକ ତିଆରି ହୋଇ ଆସିଛି । ମୋଟାମୋଟି ସେ ସବୁ କାରୁକଳାରେ ବିଶେଷ ସୌନ୍ଦର୍ଯ୍ୟର ସୂଚନା ମିଳିଲା ନାହିଁ ।

ଦର୍ଶନ ପାଇଁ ସେତେବେଳକୁ ଯାତ୍ରୀମାନଙ୍କର ଲମ୍ବାଧାଡ଼ି ଲାଗିଯାଇଛି । ପ୍ରବଳ ବର୍ଷାପରେ ମଧ୍ୟ ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଛି । ତୀର୍ଥଯାତ୍ରୀଙ୍କର ଉତ୍ସାହ ଓ ନିଷ୍ଠାର ଅଭାବ ନାହିଁ । ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କ ପଛରେ ମୁଁ ଠିଆ ହୋଇଥିଲି ।

୨୯