ପୃଷ୍ଠା:Krutrima upagrahara jayajatra.pdf/୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯାଇ ପାଖାପାଖି ବୁଲିଥିଲେ । ପରସ୍ପର କଥାବାର୍ତ୍ତା ହୋଇଥିଲେ ।


ଯୋଗାଯୋଗ ଉପଗ୍ରହ

୧୯୬୨ ମସିହାରେ "ଟେଲଷ୍ଟାର" ନାମକ ଏ ଉପଗ୍ରହ ମହାକାଶକୁ ପଠାଯାଇଥିଲା । ଏଥିରେ କେତେକ ଯୋଗାଯୋଗ ଯନ୍ତ୍ରପାତି ରଖାଯାଇଥିଲା । ତା’ ସାହାଯ୍ୟରେ ପୃଥିବୀରୁ ପ୍ରେରିତ ବାର୍ତ୍ତା ସଂଗୃହୀତ, ପରିବର୍ଦ୍ଧିତ ଓ ପୁନଃସଞ୍ଚାରିତ ହେଉଥିଲା ଯଥାସମୟରେ । ଏହି ଉପଗ୍ରହର ବ୍ୟାବସାୟିକ ସଫଳତା ଆଶାପ୍ରଦ । ଏହିସବୁ ଉପଗ୍ରହ ପୃଥିବୀକୁ ଅଳ୍ପ ଦୂରରେ ପରିକ୍ରମା କରୁଥଲେ । ତେଣୁ ଉପଗ୍ରହଟି ଦିଗ୍‌ବଳୟ ଅତିକ୍ରମ କଲାମାତ୍ରେ ଯୋଗାଯୋଗ ବାଧାପ୍ରାପ୍ତ ହେଉଥିଲା ।

ପ୍ରଥମେ ଯେଉଁ କୃତ୍ରିମ ଉପଗ୍ରହ ଏହି ବାଧାକୁ ଅତିକ୍ରମ କରି ପାରିଥିଲା, ତାହା ଦେହରୁ ସିନ୍‌କୋମ ଏବଂ ଯାହା ୧୯୬୩ ମହାଶୂନ୍ୟକୁ ଉତ୍‌କ୍ଷେପଣ କରାଯାଇଥିଲା । ବିଷୁବ ରେଖା ଉପରେ ୩୫,୮୦୦ କି.ମି. ବା ୨୨,୩୦୦ ମାଇଲ୍‌ ଉଚ୍ଚତାରେ ଏହି ଉପଗ୍ରହକୁ ଅବସ୍ଥାପିତ କରାଯାଇଥିଲା । ଏହା ପୃଥିବୀର ଗତି ସହିତ ସମତାଳ ରଖି ନିଜ କକ୍ଷରେ ବିଶ୍ୱ ପରିକ୍ରମା କରୁଥିଲା । ଏହା ଫଳରେ ଏହା ଭୂସ୍ଥିର (Geostationary) ଥିଲା । ଅର୍ଥାତ୍‌ ଏହି ଉପଗ୍ରହ ପୃଥିବୀକୁ ପରିକ୍ରମା କରୁଥିଲେ ହେଁ ପୃଥିବୀର ଗତି ସହିତ ତାହା ସମାନ ଥିବାରୁ ଏହା ଯୋଗାଯୋଗ ଦୃଷ୍ଟିରୁ ସ୍ଥିର ଥିଲା । ଏହି ସୁଯୋଗ ଫଳରେ ଏହି ଉପଗ୍ରହ ନିରନ୍ତର ପୃଥିବୀ ସହିତ ଯୋଗାଯୋଗ କରିପାରୁଥିଲା । ତେଣୁ ଟେଲିଭିଜନ, ରେଡିଓ ଓ ଟେଲିଫୋନ୍‌ ସେବା ସହଜ ଓ ସମ୍ଭବ ହେଲା ।


ଇଣ୍ଟଲଷ୍ଟାର୍ଟ

୧୯୬୫ ମସିହାରେ "ଇଣ୍ଟଲଷ୍ଟାଟ୍‌ ନାମକ ଏକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇଥିଲା । ଏହା ସାହାଯ୍ୟରେ ଆନ୍ତର୍ଜାତୀୟ ଯୋଗାଯୋଗର ସୁବିଧା କରାଯାଇଥିଲା । ଏହି ଉପଗ୍ରହ ପ୍ରଭାତୀ ପକ୍ଷୀ ବା Early