16
Bird ନାମରେ ସୁପରିଚିତ । ଏହା ଆନ୍ତର୍ଦେଶୀୟ ଯୋଗାଯୋଗ କ୍ଷେତ୍ରରେ ବିପ୍ଳବ ଆଣିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଭିନ୍ନ ଦେଶରେ ଟେଲିଭିଜନ ଓ ଟେଲିଫୋନ୍ ସେବା କ୍ଷେତ୍ରରେ ଏହି ଉପଗ୍ରହ ଖୁବ୍ ସହାୟକ ହୋଇଥିଲା । ତାପରେ ଏହିପରି ଆଉ ଅନେକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇଛି । ଏବେ ଇଣ୍ଟଲ ସାର୍ଟ ନାମକ ଏକ ଆନ୍ତର୍ଜାତୀୟ ଦୂର ସଞ୍ଚାର ସଂସ୍ଥା (International Telecommunication organisation) ଏ ଦିଗରେ ଖୁବ୍ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇପାରିଛି ।
ସାଇଟ୍ (SITE)
ଆମେରିକାର ରାଷ୍ଟ୍ରୀୟ ମହାକାଶ ବଗେଷଣା ସଂସ୍ଥା (NASA) ୧୯୭୪ ମସିହାରେ ଏକ ଶକ୍ତିଶାଳୀ କୃତ୍ରିମ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିଥିଲା । ଉପଗ୍ରହ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ପୂର୍ବେ ଉପଗ୍ରହ ଯୋଗାଯୋଗ ପାଇଁ ଭୁପୃଷ୍ଠରେ ଖୁବ୍ ଜଟିଳ ଓ ବିରାଟ କେନ୍ଦ୍ରମାନ ଆବଶ୍ୟକ ହେଉଥିଲା । ଏହି କେନ୍ଦ୍ରଗୁଡ଼ିକୁ ଭୂପୃଷ୍ଠସ୍ଥିତ (Terrestrial) କୁହାଯାଉଥିଲା । ଏହା ଥିଲା ଖୁବ୍ ବ୍ୟୟସାଧ୍ୟ ଏବଂ ସାଧାରଣ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବ୍ୟବହାର ପାଇଁ ଥିଲା ଅନୁପଯୁକ୍ତ । ମାତ୍ର କୃତ୍ରିମ ଉପଗ୍ରହ ଫଳରେ ଉନ୍ନତିଶୀଳ ରାଷ୍ଟ୍ର ଗୁଡ଼ିକରେ ଦୂରଦର୍ଶନ, ରେଡ଼ିଓ ଓ ଟେଲିଫୋନ୍ ସେବା ସହଜ ଓ ଶସ୍ତା ହୋଇପାରିଲା । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସର୍ବତ୍ର ଏହି ସେବାର ସମ୍ପ୍ରସାରଣ ସମ୍ଭବ ହେଲା ।
୧୯୭୪ ମସିହା ମେ ମାସ ୩୦ ତାରିଖରେ ଏହି ଉପଗ୍ରହ (ATS-F ବା VI) ଯୁକ୍ତରାଷ୍ଟ୍ର ଆମେରିକାର କେପ୍ କାନଭୋରାଲଠାରେ ମହାକାଶକୁ ଉତ୍କ୍ଷେପଣ କରାଗଲା । ଏହାର ଓଜନ ଥିଲା ୩୧୦୦ ପାଉଣ୍ଡ ବା ପ୍ରାୟ ୧୫୦୦ କେଜି ଏବଂ ଭୂପୃଷ୍ଟରୁ ୨୨,୩୦୦ ମାଇଲ ବା ପ୍ରାୟ ୩୫,୮୦୦ କିମି ଉଚ୍ଚତାରେ ଏହା ପୃଥିବୀକୁ ପରିକ୍ରମା କଲା । ଏହାର ଗତି ପୃଥିବୀର ଗତି ସହିତ ସମାନ ହୋଇଥିବାରୁ ଏହା ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେଲା ପରି ଜଣାପଡୁଥିଲା । ଏହାକୁ ଭୂମିର ସ୍ଥିତି (Geostationary Position) ବୋଲି କୁହାଗଲା । ତେଣୁ ଯୋଗାଯୋଗ ଦୃଷ୍ଟିରୁ ଏହା ଖୁବ୍ ସୁବିଧାଜନକ ହେଲା ।