ପୃଷ୍ଠା:Krutrima upagrahara jayajatra.pdf/୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମହାକଶଚାରୀମାନଙ୍କୁ ଗୋଟିଏ ଉଡ଼ାଜାହାଜରେ ହଷ୍ଟନ୍‌ ମହାଶୂନ୍ୟ ଗବେଷଣା କେନ୍ଦ୍ରକୁ ନିଆଯାଇଥିଲା । ସେମାନେ ଚନ୍ଦ୍ର ପୃଷ୍ଠରେ କୌଣସି ରୋଗ ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜାଣିବା ପାଇଁ ସେମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ଗୃହରେ ୧୬ ଦିନ ପାଇଁ ରଖାଯାଇଥିଲା । ନିଜର ସ୍ତ୍ରୀ ପିଲା, ବାପାମାଆ ଦୂରରୁ ସେମାନଙ୍କୁ ସାକ୍ଷାତ କଲେ । ପରେ କେତେକ ପରୀକ୍ଷାରୁ ଜଣାପଡ଼ିଲା ଯେ ଜହ୍ନ ରାଇଜରେ କୌଣସି ରୋଗ ଜୀବାଣୁ ନାହାନ୍ତି । ବିଜ୍ଞାନୀମାନେ ଜହ୍ନ ରାଇଜରୁ ଅଣାଯାଇଥିବା ପଦାର୍ଥ ଗୁଡ଼ିକୁ ପରୀକ୍ଷାନିରୀକ୍ଷା କରିଥିଲେ । ସେଥିରୁ ଚନ୍ଦ୍ରରେ କୌଣସି ଜୀବସତ୍ତାର ସନ୍ଧାନ ମିଳି ନଥିଲା ।

୧୯୬୯ ମସିହା ନଭେମ୍ବର ମାସ ୧୪ ତାରିଖରେ ଆପୋଲୋ-୧୨ ମହାକାଶଯାନକୁ ପ୍ରେରଣ କରାଯାଇଥିଲା । ସେଥିରେ କନରାଡ୍‌, ଆଲାନ୍‌ ବିନ୍‌ ଓ ରିଚାର୍ଡ଼ ଗର୍ଡ଼ନ - ଏହି ତିନି ଜଣ ମହାକାଶଚାରୀ ଯାଇଥିଲେ । ପ୍ରଥମ ଦୁଇଜଣ ନିରାପଦରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଥିଲେ । ସେମାନେ ନାନା ପ୍ରକାର ପରୀକ୍ଷାନିରୀକ୍ଷା ଓ ଅନୁଧ୍ୟାନ କରିଥିଲେ । ଗର୍ଡ଼ନ୍‌ ମୂଳ ଉପଗ୍ରହରେ ରହି ପୃଥିବୀ ପ୍ରଦକ୍ଷିଣ କରିଥିଲେ । ସେହି ମାସ ୨୪ ତାରିଖରେ ସେମାନେ ପୃଥିବୀକୁ ଫେରି ଆସିଥିଲେ।

୧୯୭୦ ଏପ୍ରିଲ୍‌ ୧୨ ତାରିଖରେ ଆପୋଲୋ ୧୩ ସାହାଯ୍ୟରେ ଲଭେଲ୍‌, ଫ୍ରେଡ଼ଏଇସ୍‌ ଓ ଜନସ୍ପିରିଟ୍‌ ମହାକାଶଯାତ୍ରା କରିଥିଲେ । ଏପ୍ରିଲ ୧୪ ତାରିଖରେ ସେଥିରେ ଏକ ସାଂଘାତିକ ଯାନ୍ତ୍ରିକ ତ୍ରୁଟି ଦେଖି ସେମାନେ ଶଙ୍କାକୁଳ ହୋଇ ପଡ଼ିଥିଲେ । ସେମାନଙ୍କୁ ପୃଥିବୀକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନେ ଚନ୍ଦ୍ରରେ ପହଞ୍ଚିବାକୁ ବିଫଳ ହୋଇଥିଲେ । ମାତ୍ର ଭୂପୃଷ୍ଠକୁ ନିରାପଦରେ ଫେରି ଆସିବାକୁ ସଫଳ ହୋଇଥିଲେ।


ରଙ୍ଗୀନ୍‌ ଟେଲିଭିଜନ୍‌ରେ ଚନ୍ଦ୍ରଦୃଶ୍ୟ

୧୯୭୧ ମସିହା ଫେବୃୟାରୀ ୫ ତାରିଖରେ ଆପୋଲୋ ୧୪ ମହାକାଶ ଯାନଟିରେ ଆଲାନ୍‌ ବି ସେଫାର୍ଡ଼, ଷ୍ଟୁଆର୍ଟ ଏ. ରୁଜା ଓ ଏଡ଼ଗାର ଡି. ମିଚେଲ୍‌ ଚନ୍ଦ୍ରଦେଶକୁ ଯାତ୍ରା କରିଥିଲେ । ସେଫାର୍ଡ଼ ଓ ମିଚେଲ୍‌ ଚନ୍ଦ୍ରଯାନରେ ଜହ୍ନ ରାଇଜକୁ ଗଲେ ଓ ଷ୍ଟୁଆର୍ଟ ରୁଜା ମୂଳଯାନରେ